ପ୍ରମୁଖ ଖବର
  • ଅହମ୍ମଦାବାଦ : ଆଜି ଏଲିମିନେଟର ମୁକାବିଲା, ଆରସିବି ବ୍ୟାଟିଂ ବନାମ ରୟାଲ୍ସ ସ୍ପିନ୍‌
  • ||
  • ଭୁବନେଶ୍ଵର : ୨୫ରେ ହୋଇପାରେ ଛୋଟ ବାତ୍ୟା, ଓଡ଼ିଶାକୁ ନାହିଁ ପ୍ରଭାବ
  • ||

ଜେଲେନସ୍କିଙ୍କ ଅପହରଣ-ହତ୍ୟା ପାଇଁ ଥିଲା ଯୋଜନା , ଷଡ଼ଯନ୍ତ୍ରକୁ ଭଣ୍ଡୁର କରି ଦେଇ ଥିବା ୟୁକ୍ରେନର ଦାବି

କିଭ୍‌- ୟୁକ୍ରେନ୍‌ ଦାବି କରିଛି ଯେ, ସେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓ ଅନ୍ୟ ଉଚ୍ଚ ପଦସ୍ଥ ୟୁକ୍ରେନୀ ଅଧିକାରୀଙ୍କ ହତ୍ୟା ନେଇ ରୁଷ୍‌ର ଷଡ଼ୟନ୍ତ୍ରକୁ ଭଣ୍ଡୁର କରି ଦେଇଛି। ୟୁକ୍ରେନ୍‌ର ସରକାରୀ ସୁରକ୍ଷା ଏଜେନ୍ସି ୟୁକ୍ରେନୀ ସୁରକ୍ଷା ସେବା (ଏସବିୟୁ) କହିଛି ଯେ, ଉକ୍ତ ମାମଲାରେ ୟୁକ୍ରେନୀ ସରକାରୀ ସୁରକ୍ଷା ୟୁନିଟ୍‌ର ଦୁଇ ଜଣ କର୍ଣ୍ଣେଲ୍‌ଙ୍କୁ ଗିରଫ କରାଯାଇଛି। ସେ ରୁଷୀୟ ରାଷ୍ଟ୍ର ସୁରକ୍ଷା ସେବା (ଏଫଏସବି) ସହ ସମ୍ୱନ୍ଧିତ ଏଜେଣ୍ଟର ନେଟୱର୍କର ସଦସ୍ୟ ଥିଲେ। 

ଏଜେନ୍ସି କହିଛି ଯେ, ଏହି କର୍ଣ୍ଣେଲ କଥିତ ଭାବେ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅପହରଣ ଓ ହତ୍ୟା ପାଇଁ ତାଙ୍କର ଅଙ୍ଗରକ୍ଷକଙ୍କ ମଧ୍ୟରେ ଇଚ୍ଛୁକ ହତ୍ୟାକାରୀଙ୍କ ତଲାସ କରୁଥିଲେ।  

ଏଜେନ୍ସି କହିଛି କି, ରାଷ୍ଟ୍ରପତିଙ୍କ ବ୍ୟତୀତ ସେନା ସତର୍କତା ପ୍ରମୁଖ କିରିଲୋ ବୁଡାନୋଭ ଓ ଏସବିୟୁ ପ୍ରମୁଖ ଭାସିଲ ମାଲ୍ୟୁକଙ୍କ ହତ୍ୟାର ମଧ୍ୟ ଷଡ଼ଯନ୍ତ୍ର ରଚା ଯାଉଥିଲା। ଏସବିୟୁ ଅନୁସାରେ , ଷଡ଼ଯନ୍ତ୍ରକାରୀମାନେ ଅର୍ଥୋଡାକ୍ସ ଇଷ୍ଟର ଅର୍ଥାତ୍‌ ୫ ମେ' ପୂର୍ବରୁ ବୁଡାନୋଭଙ୍କୁ ହତ୍ୟା କରିବାର ଯୋଜନା କରି ଥିଲେ। ଷଡ଼ଯନ୍ତ୍ରକାରୀଙ୍କ ଲକ୍ଷ୍ୟ ବୁଡାନୋଭଙ୍କ ବାସସ୍ଥାନ ବିଷୟରେ ତଥ୍ୟ ହାସଲ କରିବାକୁ ଜଣେ ଗୁପ୍ତଚରକୁ ବ୍ୟବହାର କରିବାର ଥିଲା। ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ପରେ ତାଙ୍କ ଉପରେ ରକେଟ୍‌ ଓ ଡ୍ରୋନ୍‌ରୁ ହମଲା କରିବାର ଷଡଯନ୍ତ୍ର ରଚା ଯାଇଥିଲା।

ଏସବିୟୁ କହିଛି କି ଗିରଫ କରାଯାଇ ଥିବା ଦୁଇ ଅଧିକାରୀଙ୍କ ମଧ୍ୟରେ ଜଣେ ପୂର୍ବରୁ ହିଁ ଡ୍ରୋନ୍‌ ଓ ବାରୁଦ ସୁଡ଼ଙ୍ଗ ସହ ସମ୍ୱନ୍ଧିତ ସାମଗ୍ରୀ କିଣି ନେଇ ଥିଲେ। ଏସବିୟୁ ପ୍ରମୁଖ ଭାସିଲ ମାଲ୍ୟୁକ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ଙ୍କର ଉଲ୍ଲେଖ କରି କହିଛନ୍ତି ଏହି ହମଲା ପୁଟିନଙ୍କର ୫ମ କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ତାଙ୍କ ପାଇଁ ଏକ ଉପହାର ମନେକରାଯାଇ ଥାନ୍ତା। ସୂଚନା ଯେ, ପୁଟିନ୍ ମଙ୍ଗଳବାର ରୁଷୀୟ ରାଷ୍ଟ୍ରପତି କାର୍ଯ୍ୟକାଳ କ୍ରେମଲିନ୍‌ରେ ରାଷ୍ଟ୍ରପତି ଭାବେ ୫ମ କାର୍ଯ୍ୟକାଳ ପାଇଁ ଶପଥ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.