ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଫା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ , କିଛି ଘଣ୍ଟା ପୂର୍ବରୁ ଦେଇଥିଲା ଶେଷ ଚେତାବନୀ

ଜେରୁସେଲମ୍‌ – ଇସ୍ରାଏଲର ସେନା ସୋମବାର ରାଫା ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଏଠାର ଲୋକମାନେ ନିଜେ ଏହି କଥା କହିଛନ୍ତି। ହେଲେ ଇସ୍ରାଏଲ ପକ୍ଷରୁ ଏହାକୁ ନେଇ କୌଣସି ତତ୍କାଳ ଟିପ୍ପଣୀ ଆସିନାହିଁ। ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲୀୟ ସେନା ହଜାର ହଜାର ଫିଲିସ୍ତିନୀଙ୍କୁ କହିଥିଲା କି ,ସେ ଦକ୍ଷିଣୀ ଗାଜା ସହର ରାଫାକୁ କରି ଦିଅନ୍ତୁ। ଏଥିରେ ଏହା ସଙ୍କେକ ମିଳିଯାଇ ଥିଲା କି ସେଠାରେ ଖୁବ୍‌ ଶୀଘ୍ର ସ୍ଥଳ ହମଲା  ହୋଇପାରେ। 

ଇସ୍ରାଏଲ ୭ ମାସର ଯୁଦ୍ଧ ପରେ ରାଫାକୁ ହମାସର ଅନ୍ତିମ ମହତ୍ତ୍ୱପୂର୍ଣ୍ଣ ଗଡ଼ ଭାବେ ଦର୍ଶାଇଛି। ଏହାର ନେତାମାନେ ବାରମ୍ୱାର କହିଛନ୍ତି କି ତାଙ୍କର ଇସଲାମୀ ଆତଙ୍କବାଦୀ ଗ୍ରୁପ୍‌କୁ ହରାଇବା ପାଇଁ ସ୍ଥଳ ଆକ୍ରମଣ କରିବାର ଆବଶ୍ୟକତା ରହିଛି। 

ଇସ୍ରାଏଲୀୟ ସେନା ପ୍ରବକ୍ତା ଲେଫ୍ଟେନାଣ୍ଟ କର୍ନଲ ନଦାଭ ଶୋଶାନି କହିଛନ୍ତି କି, ପାଖାପାଖି ୧୦୦,୦୦୦ଲୋକଙ୍କୁ ଇସ୍ରାଏଲ ପକ୍ଷରୁ ନିକଟସ୍ଥ ବାସସ୍ଥଳୀକୁ ଯିବାକୁ ସତର୍କ କରି ଦିଆ ଯାଇଥିଲା। ସେ କହିଛନ୍ତି ଯେ, ଇସ୍ରାଏଲ ସୀମିତ ସୀମାର ଅଭିଯାନର ପ୍ରସ୍ତୁତ କରୁଥିଲା ଏବଂ ସେ ଏହା କହିବ ନାହିଁ ଯେ ଏହି ସହର ଉପରେ ବ୍ୟାପକ ଆକ୍ରମଣର ପ୍ରାରମ୍ଭ ଥିଲା। ଗଚ ଅକ୍ଟୋବରରେ ଇସ୍ରାଏଲ ଔପଚାରିକ ଭାବେ ସ୍ଥଳ ଆକ୍ରମଣ ଆରମ୍ଭ କରିବାର ଘୋଷଣା କରିନାହିଁ। ହେଲେ ହମାସର ହମଲାର ଜବାବରେ ଆରମ୍ଭ ହୋଇଥିବା ଏହାର କାର୍ଯ୍ୟାନୁଷ୍ଠାନ ଆଜି ବି ଜାରି ରହିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.