ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ,୭।୫: ମହାକାଶଚାରୀ  ସୁନୀତା ଓ୍ବିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା  ସ୍ଥଗିତ ହେଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନକୁ ସ୍ଥଗିତ  ରଖାଯାଇଛି। ଏନେଇ ନାସା ପକ୍ଷରୁ  ସୂଚନା ଦିଆଯାଇଛି।ପରବର୍ତ୍ତୀ ଲଞ୍ଚ ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ ।

ସୂଚନା ଅନୁସାରେ, ଆମେରିକାର ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନ ଆଜି ପ୍ରଥମ ମାନବ ମିଶନ ଆରମ୍ଭ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିସାରିଥିଲା । ସକାଳ ୮ଟା ୪ ମିନିଟରେ  କେନେଡ଼ି ସ୍ପେଶ୍ ସେଣ୍ଟରରୁ ସୁନୀତା ୱିଲିୟମ୍ସ ମହାକାଶକୁ ତୃତୀୟ ଥର ପାଇଁ ଯାତ୍ରା କରିଥାନ୍ତେ ।ବଚ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିବାକୁ ଯାଇଥାନ୍ତେ। ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ସେ ଏକ ସପ୍ତାହେ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଟେକଅପ କରିବାର ୯୦ ମିନିଟ୍ପୂର୍ବରୁ ମିଶନକୁ ସ୍ଥଗିତ ରଖାଯାଇଛି । 

ବର୍ତ୍ତମାନ ଏହି ଉଡାଣ କେବେ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ପରବର୍ତ୍ତୀ ଉଡାଣ କେବେ ହେବ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବା ନେଇ ରିପୋର୍ଟରୁ ସୂଚନା ମିଳିଛି । ଏହାପରେ ସୂଚନା ଦିଆଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.