ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁଦ୍ଧବିରତି ସର୍ତ୍ତରେ ରାଜି ହମାସ, ଲକ୍ଷେ ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

ଜେରୁଜେଲମ,୦୭/୦୫: ଗାଜାରେ  ଇସ୍ରାଏଲ ଏବଂ ହମାସ ମଧ୍ୟରେ ୭ ମାସ  ଧରି ଜାରି ଥିବା ଯୁଦ୍ଧକୁ ରୋକିବା ଲାଗି  ଇଜିପ୍ଟ ଏବଂ କତାର ପ୍ରସ୍ତାବରେ ହମାସ ରାଜି ହୋଇଛି । ହମାସ୍‌ ମୁଖ୍ୟ ଲିଡର ଇସ୍‌ମାଇଲ  ହାନିୟେ କତାର ପ୍ରଧାନମନ୍ତ୍ରୀ ଏବଂ ଇଜିପ୍ଟ  ଗୁଇନ୍ଦା ମୁଖ୍ୟଙ୍କ ପ୍ରସ୍ତାବକୁ ମାନିଥିବା କହିଛନ୍ତି । 

ସୂଚନା ଅନୁସାରେ, ଇସ୍‌ମାଇଲ କତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍‌ ଅବୁଦଲରେହମାନ ଅଲ୍‌ ଥାନି ଏବଂ ଇଜିପ୍ଟ  ଗୁଇନ୍ଦା ମନ୍ତ୍ରୀ ଅବାସ କାମେଲଙ୍କୁ ଫୋନ୍‌ କରି ସେମାନଙ୍କ ପକ୍ଷରୁ ହମାସକୁ ଯୁଦ୍ଧବିରତି ପାଇଁ ଦିଆଯାଇଥିବା ପ୍ରସ୍ତାବରେ ସହମତ ହୋଇଥିବା କହିଛନ୍ତି । ତେବେ ଇସ୍ରାଏଲ ଏହି ପ୍ରସ୍ତାବରେ ରାଜି ହେଉଛି କି ନା ତାହା  ଦେଖିବା ବାକି ରହିଲା । ଏହା ପୂର୍ବରୁ ଇସ୍ରାଏଲ  ହମାସକୁ ସପ୍ତାହେ ସମୟ ଦେଇ ବନ୍ଧକଙ୍କୁ  ମୁକ୍ତ କରିବାକୁ କହିଥିଲା । ଏହା ନ କଲେ  ଇସ୍ରାଏଲ ଗାଜାର ଦକ୍ଷିଣ ସହର ରାଫାରେ  ଜୋରଦାର ଆକ୍ରମଣ କରିବ ବୋଲି ଚେତାବନୀ  ଦେଇଥିଲା । ଇସ୍ରାଏଲର ଏପରି ପଦକ୍ଷେପ  ପାଲେଷ୍ଟାଇନରେ ମାନବୀୟ ସଙ୍କଟକୁ ଆହୁରି  ଗମ୍ଭୀର କରିବ ବୋଲି କହି ତୁର୍କୀ ଇସ୍ରାଏଲ ସହ ସବୁ ପ୍ରକାର ରପ୍ତାନୀ ଆମଦାନୀ ବନ୍ଦ କରିଛି ।  

ଇସ୍ରାଏଲ ସେନା ଗାଜାର ପୂର୍ବ ରାଫାରେ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ପ୍ରାୟ ୧ ଲକ୍ଷ  ଲୋକଙ୍କୁ ତୁରନ୍ତ ଘର ଛାଡ଼ିବାକୁ ଆଦେଶ  ଦେଇଛି। ଇସ୍ରାଏଲ ସୀମା ନିକଟବର୍ତ୍ତୀ  ଅଞ୍ଚଳରେ ରହୁଥିବା ଲୋକଙ୍କୁ ଖାନ୍‌ ୟୁନିସ୍‌  ଏବଂ ଅଲ୍‌-ମୱାସୀ ଯିବାକୁ କୁହାଯାଇଛି ।  ଦକ୍ଷିଣ ଗାଜାରେ ଇସ୍ରାଏଲ ଆକ୍ରମଣ କରିବା  ପୂର୍ବରୁ ଲୋକଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛି । 

ଏହି ଚେତାବନୀ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଫୋନ କରି  କଥା ହୋଇଛନ୍ତି । ଯେ ପର୍ଯ୍ୟନ୍ତ ରାଫାରେ ରହୁଥିବା ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର ନ କରାଯାଇଛି ସେପର୍ଯ୍ୟନ୍ତ ରାଫାରେ ଇସ୍ରାଏଲର ଆକ୍ରମଣକୁ ଆମେରିକା କେବେ ସମର୍ଥନ କରିବ ନାହିଁ ବୋଲି ବାଇଡେନ୍‌ ଦୋହରାଇଛନ୍ତି । ତେବେ ଇସ୍ରାଏଲ  କେବେ ରାଫାରେ ଆକ୍ରମଣ କରିବ ତାହା ଜଣାପଡ଼ିନାହିଁ । ଇସ୍ରାଏଲର ଚେତାବନୀ ପରେ ଲୋକେ ସୁରକ୍ଷିତ ସ୍ଥାନକୁ ନିଜ ଆସବାବପତ୍ର  ଧରି ବାହାରିଛନ୍ତି । ରାଫାରେ ପ୍ରାୟ ୧୦ ଲକ୍ଷ  ଲୋକ ଶରଣ ନେଇଛନ୍ତି।

  • PrameyaOdia
  • prameya
  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.