ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା, ୨ ଅଭିଯୁକ୍ତ ଫେରାର୍

ସିଡ୍‌ନୀ,୦୭/୦୫: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାମ ନବଜିତ ସାନ୍ଧୁ (୨୨) ଓ ସେ ହରିଆଣାର କର୍ଣ୍ଣାଲ ଜିଲ୍ଲା ବାସିନ୍ଦା । ସେ ମେଲବୋର୍ଣ୍ଣର ଦକ୍ଷିଣ-ପୂର୍ବ ଅର୍ମଣ୍ଡ ସହରରେ ରହି ଏମ୍‌ଟେକ ପଢ଼ୁଥିଲେ । 

ଗତ ରବିବାର ଘର ଭଡାକୁ ନେଇ ଅନ୍ୟ କିଛି ଭାରତୀୟ  ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା । ନବଜିତ ଏଥିରେ  ହସ୍ତକ୍ଷେପ କରିବା ସହ ସମସ୍ତଙ୍କୁ ବିବାଦରୁ ନିବୃତ୍ତ ରହିବାକୁ  କହିଥିଲେ । ତେବେ ଏଥିରେ ଅଭିଜିତ (୨୬) ଓ ରବିନ  (୨୭) ନାମକ ଦୁଇଭାଇ ଉତ୍‌କ୍ଷିପ୍ତ ହୋଇ ନବଜିତଙ୍କୁ  ଛୁରିରେ ଆକ୍ରମଣ କରିଥିଲେ । ସେମାନେ ନବଜିତଙ୍କ  ଛାତି ଓ ପେଟରେ ଛୁରି ଭୁସି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଅଭିଯୁକ୍ତ  ଦ୍ୱୟ ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ଦୁଇଭାଇ ମଧ୍ୟ କର୍ଣ୍ଣାଲର ବାସିନ୍ଦା ବୋଲି ଜଣାପଡିଛି । ସେମାନେ ଏକ  ଚୋରି କାର୍‌ରେ ପଳାଇଥିବା ପୁଲିସ ସୂଚନା ଦେଇଛି ।  ସେମାନଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ  ଜୋର୍‌ଦାର ଚଢ଼ଉ କରାଯାଇଛି । ସେପଟେ ନବଜିତଙ୍କ  ପରିବାର ଅଷ୍ଟ୍ରେଲିଆରୁ ତାଙ୍କ ମୃତଦେହ ଭାରତ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.