ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାନସିକ ସ୍ତରରେ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ପାଇଁ ଆୟୋଜିତ ଯୋଗ ଶିକ୍ଷା ଶିବିର ଉଦଯାପିତ

Published By : Anindita Ratha | April 1, 2025 12:40 PM

ଗୋପାଳପୁର,୦୧/୦୪: ମାନସିକ ସ୍ତରରେ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ପାଇଁ ଏକ ମାସ ଧରି ଚାଲିଥିବା ଯୋଗ ଶିକ୍ଷା ଶିବିର ଉଦଯାପିତ। ବ୍ରହ୍ମପୁର ସହର ନିକଟସ୍ଥ ପାଲୁରୁହିଲଠାରେ ଓଡିଶା ସରକାରଙ୍କ ଇଣ୍ଟିଗ୍ରେଟେଡ ଇମ୍ଫାଷ୍ଟ୍ରକଚର୍ କମ୍ପ୍ଲେକ୍ସରେ ଏହି ଯୋଗ ଶିବିର ଆୟୋଜିତ ହୋଇଯାଇଛି। ଆଇଆରଇର ଅବସରପ୍ରାପ୍ତ ଅଧିକାରୀ ସୁକାନ୍ତ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଏହି ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ପତାଞ୍ଜଳି ଯୋଗ ସମିତି, ବ୍ରହ୍ମପୁର ଶାଖାର ସହଯୋଗରେ ଏକ ମାସଧରି ଚାଲୁ ରହିଥିଲା । ଏହି ଶିବିରରେ ଯୋଗ ଗୁରୁ ଜଗନ୍ନାଥ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ଶିକ୍ଷା ତତ୍ତ୍ବାବଧାନରେ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। 

ଏହା ମଧ୍ୟ ପଢନ୍ତୁ-  ଏମିତି ପାଳନ ହେଉଛି ଓଡ଼ିଶା ଦିବସ: ଫଳକରୁ ଉଭାନ ଓଡ଼ିଆ ଅସ୍ମିତା, ବେଳାଭୂମିରେ ବଙ୍ଗାଳୀ ଭାଷାର ପ୍ରଭୁତ୍ୱ

ଏଥିରେ ୧୬୦ଜଣ ପୁରୁଷ ଓ ମହିଳା ମାନସିକ ଅସୁସ୍ଥ ବ୍ୟକ୍ତି ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଯୋଗ ଶିକ୍ଷାଦ୍ଵାରା ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଓ ମାନସିକ ସ୍ତରରେ ଉନ୍ନତି ହୋଇଥିବା ଜଣାପଡ଼ିଛି। ଆଜି ଉଦଯାପନ ସମାରୋହ ଥିବା ବେଳେ ଏଥିରେ  ମୁଖ୍ୟ ଅତିଥି ଭାବେ  ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କର ଖେତ୍ରପାଳ ହରିକୃଷ୍ଣ ପଣ୍ଡା ଯୋଗ ଦେଇ ସାଧୁବାଦ ଜଣାଇଥିଲେ। ସେହିପରି ବ୍ରହ୍ମପୁର ପତାଞ୍ଜଳୀ ପ୍ରଭାରୀ ଶିଶିର କୁମାର ଦାସଙ୍କ ନିର୍ଦେଶକ୍ରମେ ଏହି ଶିବର ଏକ ମାସ ଧରି ଚାଲିଥିଲା।  ଆଗାମୀ ଦିନରେ ଯୋଗଗୁରୁ ଜଗନ୍ନାଥଙ୍କ ଠାରୁ ତାଲିମ ପାଇଥିବା ଆଶୁତୋଷ ପଣ୍ଡା, ସୁଶ୍ରୀ ସୃତି ପଟ୍ଟନାୟକ ଏହି ଯୋଗ କର୍ଯ୍ୟକ୍ରମ ଚାଲୁ ରଖିବେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.