ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ରିଲ୍‌ସ କରିବା ହେଲା କାଳ, ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ନଦୀକୁ ଖସିଲେ ଯୁବତୀ

Published By : Anindita Ratha | February 14, 2025 2:12 PM

ଭୁବନେଶ୍ବର,୧୪/୦୨:   ମୋବାଇଲରେ ରିଲ୍‌ସ କରୁଥିବା ବେଳେ ଅଘଟଣ । ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ନଦୀକୁ ଖସିଲେ ଯୁବତୀ ।  ଗୁରୁକର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଗୁରୁତର ଯୁବତୀ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ବାମଦେବ ନାୟକଙ୍କ ୧୯ବର୍ଷୀୟା ଝିଅ ଅମ୍ବିକା ନାୟକ ବୋଲି ଜଣାପଡ଼ିଛି  । 

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଭିକାରୀ ସଂଖ୍ୟା ୫୨୮୪ : କଟକରେ ସର୍ବାଧିକ, ପୁରୀରେ କମ୍

ସୂଚନା ମୁତାବକ, ଯୁବତୀ ଜଣକ ରିଲ୍‌ସ କରୁଥିବା ବେଳେ ଅସାବଧାନତା ଯୋଗୁଁ ନଦୀକୁ ଖସି ପଡିଥିଲେ । ଏନେଇ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ  ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଫଳରେ ସୌଭାଗ୍ୟ ବଶତଃ ଯୁବତୀଙ୍କ ପ୍ରାଣ ରକ୍ଷା ହୋଇଯାଇଛି। ସେ ତାଙ୍କ ମାଉସୀ ଘର କାମାକ୍ଷାନଗର ଖଟୁଆ ହତା ଗ୍ରାମକୁ ଯାଇ ଆଜି ନିଜ ଗାଁକୁ ଫେରୁଥିଲେ। ତେବେ ଘରକୁ ଫେରିବା ବାଟରେ କମଗରା ବ୍ରାହ୍ମଣୀ ବ୍ରିଜ ଉପରେ ପାର୍ଶ୍ୱ ପିଲାର ଉପରେ ଚଢ଼ି ରିଲସ କରୁଥିଲେ। ମାତ୍ର ଅସାବଧାନତା ବଶତଃ  ନଦୀକୁ ଖସି ପଡିଥିବା ଯୁବତୀଙ୍କ ମାଉସୀ ପ୍ରକାଶ କରିଛନ୍ତି । ଏପଟେ ଡାକ୍ତର ଖାନାରେ ଯୁବତୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା  ସଙ୍କଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.