- ଯୁବତୀଙ୍କ ଦୁଃଖ ଆଖିରେ ଆଣିଦେବ ଲୁହ
- ବାପା – ଭାଇ ସାଜିଥିଲେ ମୁଦ୍ରା ରାକ୍ଷସ
- ଟଙ୍କା ପାଇଁ ଝିଅକୁ ଲଗାଇଥିଲେ ଦେହ ବ୍ୟବସାୟରେ
- ଗାଁର ହଜାରେରୁ ଅଧିକ ଝିଅ ଫସିଥିବା ଅଭିଯୋଗ
ଭୋପାଳ; ୩୧/୧୨ : ଜଣେ ବାପା କଣ କେବେ କେଉଁ ଝିଅକୁ ଖରାପ କାମ କରିବାକୁ ବାଧ୍ୟ କରିପାରେ କି ? ନିଜେ କାମ ନକରି ଝିଅକୁ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରୁଥିବା ବାପାଙ୍କ କଥା ଶୁଣିଲା ବେଳକୁ ରାଗରେ ମାରିଦେବାକୁ ଇଚ୍ଛା ହେଉଛି । କିନ୍ତୁ ବାପା ହୋଇ ଜଣେ ଝିଅକୁ ମାତ୍ର ୨୦୦ ଟଙ୍କା ପାଇଁ ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଭଳି ଖବର ସାମ୍ନାକୁ ଆସିଛି । ନିଜ ବାପାଙ୍କ ନାଁରେ ଯୁବତୀ ଜଣକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଭୋପାଳର ଜଣେ ଯୁବତୀ ନିଜ ବାପାଙ୍କ ନାଁରେ ଏଭଳି ଏକ ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି ।
ଯୁବତୀ ଜଣକ କହିଛନ୍ତି କି, ସେ ଯେତେବେଳେ ମାତ୍ର ୧୪ ବର୍ଷ ବୟସର ହୋଇଥିଲେ ସେବେଠୁ ତାଙ୍କ ସହ ଏମିତି ଘଟୁଛି । ତାଙ୍କ ଭାଇ ମଧ୍ୟ ଏସମ୍ପର୍କରେ ଜାଣି ସୁଦ୍ଧା ଚୁପ୍ ରହୁଥିଲେ । ଏମିତିକି ତାଙ୍କ ଅନ୍ୟ ଭଉଣୀମାନଙ୍କୁ ମଧ୍ୟ ବାଧ୍ୟ କରାଯାଉଥିବା ସେ କହିଛନ୍ତି । ମାତ୍ର ୨୦୦ ଟଙ୍କା ପାଇଁ ନୂଆ ନୂଆ ଲୋକଙ୍କ ସହ ଶାରିରୀକ ସମ୍ପର୍କ ରକିବାକୁ ବାଧ୍ୟ କରାଯାଉଥିଲା । ସେ ଏହାକୁ ବାରଣ କରିବାରୁ ତାଙ୍କ ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିବା ମଧ୍ୟ ସେ କହିଛନ୍ତି ।
ଏଭଳି ଏକ ନିଚ୍ଚ କାମ ବିରୋଧ ସ୍ବର ଉଠାଇଥିବା ମଧ୍ୟ ସେ କହିଛନ୍ତି। ତେବେ ତାଙ୍କ ବାପା ଏଥିରୁ ନିବୃତ ହେବା ବଦଳରେ ଘରକୁ ପ୍ରତିଦିନ ନୂଆ ନୂଆ ଗ୍ରାହକଙ୍କ ନେଇ ଆସୁଥିବା ସେ କହିଛନ୍ତି । ଝିଅକୁ କହୁଥିଲେ କି, ଆମ ସମାଜର କାମ ଏମିତି । ଆମେ ଝିଅଙ୍କୁ ଏଭଳି କାମ କରିବା ପାଇଁ ଘରେ ରଖିଥାଉ । କେବଳ ମୁଁ ନୁହେଁ ଆମ ଗାଁର ଏମିତି ହଜାରେରୁ ଅଧିକ ଝିଅ ଏଭଳି ଫସିଛନ୍ତି । ଆଉ ବାପାମାନେ ଝିଅଙ୍କ ଏଭଳି କଦର୍ଯ୍ୟ କାମରେ ଲଗାଇ ସେମାନଙ୍କ ଟଙ୍କାରେ ଚଳିଥାନ୍ତି ।
ଯୁବତୀ ଜଣକ କହିଛନ୍ତି କି, ମୁଁ ମାନସକି ଏବଂ ଶାରିରୀକଭାବେ ଭାଙ୍ଗି ପଡ଼ିଛି । ଏହି ନର୍କରୁ ଉଦ୍ଧାର ପାଇବା ପାଇଁ ଯୋଜନା କରି ବାହାରକୁ ଅଧିକ ରୋଜଗାର କରିବା ନାଁରେ ଖସି ଆସିଛି । ମୁଁ ବାହାରକୁ ଯିବି ଆଉ ଅଧିକ ଟଙ୍କା ପଠାଇବି ବୋଲି କହିବା ପରେ ମୋତେ ଆସିବାକୁ ଅନୁମତି ମିଳିଛି । ସେ ସହରକୁ ଆସିବା ପରେ ଏବେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବତୀଙ୍କ ବାପା, ମାଆ, ଭାଇ ଏବଂ ଦାଦାଙ୍କୁ ଅଟକ ରକି ପଚରା ଉଚରା କରୁଛି । ସେପଟେ ଏହି ଘଟଣାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଭାରତ ନା ଚୀନ୍: ସବୁଠାରୁ ଅଧିକ ଗିଗ୍ କର୍ମଚାରୀ କେଉଁଠାରେ?ଧର୍ମଘଟ ଭୟରେ,ପ୍ରୋତ୍ସାହନ ବୃଦ୍ଧି କରିଛନ୍ତି ସ୍ୱିଗି ଏବଂ ଜୋମାଟୋ