ଭୁବନେଶ୍ବର,୧୩/୨ : ଯୁବକଙ୍କୁ ସଂଘ ବଦ୍ଧ ଆକ୍ରମଣ । ଖଲ୍ଲିକୋଟ ଲଙ୍ଗଳେଶ୍ବର ପାଟଣାସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଯୁବକ ହେଲେ ବିକାଶ ଦାସ ।
ଘଟଣା ଅନୁସାରେ, ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ସଂଘ ବଦ୍ଧ ଆକ୍ରମଣରେ ବିକାଶ ଗୁରୁତର ହୋଇ ପଡ଼ିଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।