ଢେଙ୍କାନାଳ ୧୯।୧୦: ଯୁବତୀଙ୍କୁ ଅସଦାଚରଣ କରି ଯୁବକଙ୍କ ଜୀବନ ଯାଇଛି । ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ହତ୍ୟା କଲା ଯୁବତୀଙ୍କ ବାପା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ  ଆଖୁଆପାଳ ଗ୍ରାମରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୃତ ଯୁବକ ଦଦରା ଘାଟି ୧ନଂ କଲୋନୀର କରୁଣାକର ବେହେରା । ଘଟଣାଟି ଶନିବାର ଘଟିଥିଲେ ମଧ୍ୟ ଯୁବତୀଙ୍କ ବାପା ରବିବାର ଦଦରା ଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

ଶନିବାର ଘରପାଖ ନାଳକୁ  ଯୁବତୀ ଜଣକ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ  ଯୁବକ ଜଣଙ୍କ  ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏଥିରେ ରାଗିଯାଇ  ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିଲା ଯୁବତୀଙ୍କ ବାପା। ହତ୍ୟା ପରେ ଗ୍ରାମ ନିକଟରେ ଥିବା ନାଳରେ ମୃତଦେହ ପକାଇ ଦେଇଥିଲା ଘଟଣା ସମ୍ପର୍କରେ ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋହନ ପଶି ନିକଟସ୍ଥ ନାଳରୁ ମୃତଦେହକୁ ଉଦ୍ଧାର କରିଛି । ପରଜଙ୍ଗ ପୁଲିସ  ଘଟଣାର ତଦନ୍ତ କରୁଛି । ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ପରିବାର ଓ ଗ୍ରାମବାସୀ ଅଭିଯୁକ୍ତକୁ ପିଟି ପିଟି ମାରିଦେଇଥିବା ଜଣାପଡିଛି ।