ମାଣିତ୍ରୀ, ୮/୭ : ବୁଢାବଳଙ୍ଗ ନଦୀରେ ଜଳକ୍ରୀଡ଼ା ସହ ସେଲଫି ନେବା ବେଳେ ଯୁବକ ନିଖୋଜ ହେବା ଘଟଣା। ଦୀର୍ଘ ୨୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଗତକାଲି ଯୁବକ ଜଣଙ୍କ ବୁଢାବଳଙ୍ଗ ନଦୀର ନାଖରା ପୋଲ ତଳେ ଗାଧୋଇବା ବେଳେ ଭାସି ଯାଇଥିଲେ। ଆଜି ତାଙ୍କର ମୃତଦେହ ଭାସିଯାଇଥିବା ସ୍ଥାନରୁ ଏକ କିଲୋମିଟର ଦୂରରେ ଥିବା ପାଟଲିପୁର ବାଲି ଖାଦାନରୁ ମିଳିଛି। 

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲାର ପାଞ୍ଚ ଜଣ ଯୁବକ ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳର ବୁଢାବଳଙ୍ଗ ନଦୀର ନାଖରା ପୋଲ ତଳେ ଗାଧୋଉଥିଲେ। ଏତିକି ବେଳେ ଜଣେ ଯୁବକ ଭାସି ଯାଇଥିଲେ । ସେ ହେଉଛନ୍ତି ବାଲେଶ୍ବର ଜିଲ୍ଲା କଅଁରା କୁଳର ଆକାଶ କୁମାର ଜେନା। ସେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଆଜି ତାଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଖୋଜାଖୋଜି ଚଳାଇଥିବା ବେଳେ ଆଜି ବେତନଟୀ ଅଗ୍ନିଶମ ବାହିନୀ ମୃତଦେହ ଠାବ କରିଛି। ନାଖରା ପୋଲୋରେ ଲୋକଙ୍କ ଭିଡ଼ ଜମିଛି। ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲକୁ ପଠାଇ। 

ଆହୁରି ପଢନ୍ତୁ- Mahaprayan vehicle : କଟକରେ ମହାପ୍ରୟାଣ ଭେଳିକି, ସନ୍ଧ୍ୟା ପରେ ମୃତଦେହ ବୋହିବାକୁ ମିଳୁନି ଗାଡି

RTO Fine | ଗାଡ଼ି ଘରେ ଅଛି କିନ୍ତୁ ଫାଇନ୍ କଟିଛି,ଚାରି ଚକିଆ ଗାଡ଼ି ମାଲିକଙ୍କୁ ଆସିଲା ବାଇକ୍ ଚାଳକଙ୍କ ଚାଲାଣ