ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧ ପରେ ଗାଜାରେ ଶାନ୍ତି ଏବଂ ପୁନଃନିର୍ମାଣର ତଦାରଖ କରିବା ପାଇଁ , ନିଜର ସ୍ୱତନ୍ତ୍ର ଶାନ୍ତି ବୋର୍ଡକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଇ ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସ୍ପଷ୍ଟ କହି ଦେଇଛନ୍ତ ଯେ, ପୁଟିନଙ୍କ ସହ ଗୋଟିଏ ମଞ୍ଚରେ ବସିବା ଓ କାମ କରିବା ତାଙ୍କ ପାଇଁ ବହୁତ ମୁସ୍କିଲ କଳ୍ପନା।
ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ନିମନ୍ତ୍ରଣ ମିଳିଛି ,କିନ୍ତୁ ସେ କହିଛନ୍ତି ରୁଷ ସହିତ ଗୋଟିଏ ବୋର୍ଡରେ କାମ କରିବା ଏକ ମୁସ୍କିଲ କଥା ହେବ। କାରଣ ରୁଷ୍ ହେଉଛି ୟୁକ୍ରେନର ଆକ୍ରମଣକାରୀ ଏବଂ ବେଲାରୁଷ ଏହାର ସହଯୋଗୀ । ଜେଲେନସ୍କି ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ମୋ ପାଇଁ କଳ୍ପନା କରିବା ବହୁତ କଷ୍ଟକର। ଆମେ ଓ ରୁଷ୍ କୌଣସି ପ୍ରକାରର ପରିଷଦରେ ଏକାଠି କେମିତି କାମ କରି ପାରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କୂଟନୀତିଜ୍ଞମାନେ ଏହା ଉପରେ ବିଚାର କରୁଛନ୍ତି।
ବାଂଲାଦେଶରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି ? ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି ଆସିବାକୁ କହିଲା
ଉଲ୍ଲେଖନୀୟ ଯେ, କ୍ରେମଲିନ ସୋମବାର ଏହି କଥାର ସ୍ପଷ୍ଟ କରିଛି ଯେ, ରୁଷକୁ ଶାନ୍ତି ବୋର୍ଡରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ନିମନ୍ତ୍ରଣ ୟୁକ୍ରେନ ସହ ଚାଲୁଥିବା ଯୁଦ୍ଧର ପାଞ୍ଚ ବର୍ଷ ପରେ ମିଳିଛି, ଯେଉଁଥିରେ ଉଭୟ ଦେଶର ୧୫,୦୦୦ ସାଧାରଣ ନାଗରିକ ଏବଂ ଲକ୍ଷ ଲକ୍ଷ ସୈନିକ ପ୍ରାଣ ହରାଇଛନ୍ତି।
ରିପୋର୍ଟ ମୁତାବିକ , ସ୍ଥାୟୀ ସଦସ୍ୟତା ପାଇଁ ଟ୍ରମ୍ପ ପ୍ରଶାସନ ଦେଶ ଗୁଡ଼ିକରୁ ଏକ ବିଲିୟନ ଡଲାରର ରାଶି ମାଗୁଛନ୍ତି , ଯାହା ଗାଜା ପୁନଃନିର୍ମାଣ ଓ ଅନ୍ୟ ଶାନ୍ତି ପ୍ରୟାସ ଗୁଡ଼ିକରେ ବ୍ୟବହାର ହେବ। କୁହାଯାଇଛି ଯେ, ଏବେସୁଦ୍ଧା ଅନେକ ଦେଶକୁ ନିମନ୍ତ୍ରଣ ପଠାଯାଇଛି। ଯେଉଁଥିରେ ଚୀନ, ଭାରତ , କାନାଡା (ପିଏମ ମାର୍କ କାର୍ନି), ଇସ୍ରାଏଲ ଆଦି ଦେଶ ଅନ୍ତର୍ଭୁକ୍ତ।