ପ୍ରମୁଖ ଖବର
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଟିକେଟ୍‌ ନମଳିବାରୁ ବିଷ ପିଇ ଦେଇଥିଲେ ସାଂସଦ, ହୃଦଘାତରେ ଗଲା ଜୀବନ

Image Courtesy: indiatoday

ଚେନ୍ନାଇ: ତାମିଲନାଡୁର ଇରୋଡ ସାଂସଦ ଏବଂ ଏମ୍‌ଡିଏମ୍‌କେ ନେତା ଏ. ଗଣେଶମୂର୍ତ୍ତିଙ୍କର ଆଜି ଭୋର ପ୍ରାୟ ୫ଟା ବେଳେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ନ୍ୟୁଜ ଏଜେନ୍ସି ଏଏନଆଇରେ ଖବର ପ୍ରକାଶ ପାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଚଳିତ ଲୋକସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । 

 ଗତ ରବିବାର ଏ. ଗଣେଶମୂର୍ତ୍ତି କୀଟନାଶକ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଇରୋଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଏମ୍ବାଟୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା । ଆଉ ଆଜି ତାଙ୍କର ପରଲୋକ ହୋଇଛି । ଏ. ଗଣେଶମୂର୍ତ୍ତି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏଥର ତାଙ୍କୁ ଟିକେଟ ଦିଆଯାଇ ନଥିଲା । ତାଙ୍କ ବଦଳରେ ଏମ୍‌ଡିଏମ୍‌କେ ପ୍ରତିଷ୍ଠାତା ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ଇରୋଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । 

 ଉଭୟ ଏମ୍‌ଡିଏମ୍‌କେ ଓ ଡିଏମ୍‌କେ ମିଳିତ ଭାବେ ଦୁରାଇଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି । ଦଳର ଏହି ନିଷ୍ପତ୍ତି ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏ. ଗଣେଶମୂର୍ତ୍ତି । ଏହା ପରେ ସେ କୀଟନାଶକ ପିଇ ଦେଇଥିଲେ । କୀଟନାଶକ ପିଇ ଦେଇଥିବା କଥା ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ବୋଲି ଜଣାପଡ଼ିଛି । ସେପଟେ ବ୍ୟବଚ୍ଛେଦ ପରେ ଗଶେଶମୂର୍ତ୍ତିଙ୍କ ମୃତଦେହକୁ ଇରୋଡର କୁମାରବାଲାସୁ ଗାଁକୁ ନିଆଯାଇଛି । ଗଣେଶମୂର୍ତ୍ତି ପ୍ରଥମେ ୧୯୯୮ରେ ପଲାନି ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.