ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପାଣି ହେବନି ନଷ୍ଟ ! ଏହି ସହରରେ ଲାଗିବାକୁ ଯାଉଛି ଏଆଇ ସ୍ମାର୍ଟ ଓ୍ବାଟର ମିଟର, ଜାଣନ୍ତୁ କିଭଳି କରେ କାମ ?

Published By : Harapriya Biswal | December 5, 2024 6:50 PM

ନୂଆଦିଲ୍ଲୀ,୫।୧୨:  ଆମେ ସବୁ ଜାଣୁ ପାଣି ଆମ ଜୀବନ ପାଇଁ କେତେ ଜରୁରୀ, କିନ୍ତୁ ଏହାପରେ ଲୋକ ପାଣି ନଷ୍ଟ କରୁଛନ୍ତି। ଏହାକୁ ଦେଖି ଏବେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଏଆଇ ସ୍ମାର୍ଟ ଓ୍ବାଟର ମିଟର ଲଗା ହେବାକୁ ଯାଉଛି। ଏହି ନିଷ୍ପତ୍ତି ରାଜସ୍ବ ଭରଣା ପାଇଁ ନିଆଯାଇଛି। ଏହା ସହ ମିଟର ସାହାଯ୍ୟରେ କିଛି ଦୂର ପର୍ଯ୍ୟନ୍ତ ପାଣି ନଷ୍ଟକୁ ମଧ୍ୟ ରୋକିହେବ। ଆସନ୍ତୁ ଜାଣିବା ଏହି ସ୍ମାର୍ଟ ମିଟର କିଭଳି କାମ କରେ ? 

ଉଲ୍ଲେଖନୀୟ ଯେ, ଏଆଇ ସ୍ମାର୍ଟ ମିଟର ଏକ ଅତ୍ୟାଧୁନିକ ଟେକ୍ନୋଲୋଜି, ଯାହାକି ପାଣି ନଷ୍ଟକୁ ମାପିବା ଓ କଟକଣା ଲଗାଇବାରେ ସାହାଯ୍ୟ କରିଥାଏ। ଏହି ମିଟର ପରମ୍ପରାଗତ ଓ୍ବାଟର ମିଟରଠାରୁ ବହୁ ଗୁଣାରେ ଉନ୍ନତ ଓ ସଠିକ। କାରଣ ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର କରାଯାଇଛି। 

ଏଆଇ ସ୍ମାର୍ଟ ଓ୍ବାଟର ମିଟରର ମୁଖ୍ୟ ଉଦେଶ୍ୟ ପାଣିର ଅଭାବକୁ ରିୟଲ-ଟାଇମ୍‌ରେ ମନିଟର କରିବା ଓ ଉପଯୋଗକାରୀଙ୍କ ସଠିକ ଡାଟା ପ୍ରଦାନ କରିବା। ମିଟରରେ ହାଇ ସେନ୍ସର ପାଣି ଚାଲିଥାଏ। ଚାପ ଓ ପାଣିର ଚାପକୁ ମାପିଥାଏ, ଏହି ସେନ୍ସର ପ୍ରତି ସେକେଣ୍ଡ ଡାଟା ରେକର୍ଡ କରିଥାଏ ଯାହାଫଳରେ ପାଣି ନଷ୍ଟର ବିସୃତ ବିଶ୍ଲେଷଣ କରିହେବ। ଏଆଇ ସ୍ମାର୍ଟ ମିଟର ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଟେକ୍ନୋଲୋଜି ମାଧ୍ୟମରେ ରିୟଲ-ଟାଇମ୍ ଡାଟା ଉପଯୋଗକାରୀଙ୍କ ସ୍ମାର୍ଟଫୋନ୍ ସମ୍ପର୍କିତ ଡାସ୍‌ବୋର୍ଡରେ ପଠାଇଥାଏ। ଏହି ଡାଟା ଉପଭୋକ୍ତାଙ୍କୁ ପାଣି ଖର୍ଚ୍ଚ କରିବାର ସଠିକ ମାପ ଦେଇଥାଏ। ଏହି ମିଟରରେ ଏଆଇ ଆଲଗୋରିଦିମ୍‌ ଉପଯୋଗ କରାଯାଇଥାଏ, ଯାହାକି ପାଣିର ଉପଯୋଗର ପାର୍ଟନକୁ ଚିହ୍ନଟ କରିଥାଏ। ଏହି ଟେକ୍ନୋଲୋଜି ସମ୍ଭାବିତ ଲିକ୍, ପାଣିର ଅପଚୟ ଓ ଅନିୟମିତତା ଭଳି ସମସ୍ୟାର ତୁରନ୍ତ ଚିହ୍ନଟ କରି ସୂଚିତ କରିଥାଏ।

ଯେତେବେଳେ ପାଣିର ଅପଚୟ ସ୍ବାଭାବିକଠାରୁ ଅଧିକ ହୋଇଥାଏ, ମିଟର ଉପଭୋକ୍ତାକୁ ଆର୍ଲଟ ପଠାଇଥାଏ। ଏହି ଟେକ୍ନୋଲୋଜି ପାଣିର ଅପବ୍ୟାୟକୁ ରୋକିବାରେ ସାହାଯ୍ୟ କରିଥାଏ। ଏହି ମିଟରର ବହୁ ଫାଇଦା ମଧ୍ୟ ରହିଛି। ଏଆଇ ଆଧାରିତ ଏହି ଟେକ୍ନୋଲୋଜି ଉପଭୋକ୍ତାଙ୍କ ପାଣି ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହାଛଡା ଛୋଟ ଛୋଟ ଲିକେଜ୍ ମଧ୍ୟ ତୁରନ୍ତ ଧରାପଡିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.