ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବିବାଦ ପରେ ନିଷ୍ପତ୍ତିରେ ପରିବର୍ତ୍ତନ: ଦିଲ୍ଲୀରେ ଜବତ ହେବନି ପୁରୁଣା ଗାଡ଼ି, ଆସିବ ନୂଆ ନୀତି

Published By : Prameya | July 4, 2025 11:09 AM

ନୂଆଦିଲ୍ଲୀ,୦୪/୦୭: ପେଟ୍ରୋଲ ପମ୍ପରେ  ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆ ନଯିବା ଓ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ  ଦେଖାଦେବା ପରେ ଦିଲ୍ଲୀ ସରକାର ଆଭିମୁଖ୍ୟ  ପରିବର୍ତ୍ତନ କରିଛନ୍ତି । କହିଛନ୍ତି ବର୍ତ୍ତମାନ ପାଇଁ  କୌଣସି ପୁରୁଣା ଗାଡିକୁ ଜବତ କରାଯିବ ନାହିଁ ।  ପୁରୁଣା ଗାଡି ପାଇଁ ସରକାର ଏକ ନୂଆ ନୀତି  ଆଣିବେ ବୋଲି ଗୁରୁବାର ସୂଚନା ଦେଇଛନ୍ତି ଦିଲ୍ଲୀର  ପରିବେଶ ମନ୍ତ୍ରୀ ମନ୍‌ଜିନ୍ଦର ସିଂହ ସିର୍‌ସା । ସେ  କହିଛନ୍ତି ଦିଲ୍ଲୀର ପରିବେଶକୁ କ୍ଷତି ପହଞ୍ଚାଇବାକୁ  ଦିଆଯିବ ନାହିଁ କିମ୍ବା ଲୋକଙ୍କ ପୁରୁଣା ଗାଡିକୁ ଜବତ କରିବାକୁ ଅନୁମତି ଦିଆଯିବ ନାହିଁ । 

ଏଥିପୂର୍ବରୁ ପରିବେଶ ମନ୍ତ୍ରୀ ଦିଲ୍ଲୀର  ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନଙ୍କୁ ଚିଠି  ଲେଖିଥିଲେ । ସେଥିରେ ପୁରୁଣା ଗାଡି ଜବତ ସଂକ୍ରାନ୍ତ  ଅଦେଶନାମା ନଂ-୮୯କୁ ତତ୍କାଳ ସ୍ଥଗିତ ରଖିବାକୁ  ଅନୁରୋଧ କରିଥିଲେ । ସମଗ୍ର ଜାତୀୟ ରାଜଧାନୀ  ଅଞ୍ଚଳରେ ଯେପର୍ଯ୍ୟନ୍ତ ଅଟୋମେଟିକ ନମ୍ବର ପ୍ଲେଟ  ରିକଗ୍‌ନିସନ (ଏଏନ୍‌ପିଆର) ବ୍ୟବସ୍ଥା ଲାଗୁ ନ  ହୋଇଛି ସେପର୍ଯ୍ୟନ୍ତ ଉକ୍ତ ଆଦେଶ ସ୍ଥଗିତ ରଖିବାକୁ ଚିଠିରେ ଦର୍ଶାଯାଇଥିଲା । ଆଦେଶ ନଂ-୮୯ ଅନୁସାରେ  ଦିଲ୍ଲୀରେ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଓ ୧୦ବର୍ଷରୁ  ଅଧିକ ଡିଜେଲ ଗାଡିକୁ ପେଟ୍ରୋଲ ପମ୍ପରେ ତେଲ ନ  ଦେବାକୁ କୁହାଯାଇଥିଲା । ସେହିଭଳି ଏଏନ୍‌ପିଆର  ଦ୍ୱାରା ପୁରୁଣା ଗାଡି ଚିହ୍ନଟ କରାଯାଇ ତାକୁ ଜବତ  କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ  ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢ଼ିଯାଇଥିଲା । ଏଭଳି  ଆଦେଶକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା  ଦେଖିବାକୁ ମିଳିଥିଲା । ଚିଠିରେ ଆହୁରି ମଧ୍ୟ କୁହାଯାଇଛି କି  ଏଏନ୍‌ପିଆର ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ରହିଛି ।  

କ୍ୟାମେରା ପ୍ଲେସମେଣ୍ଟ, ଡାଟା ଇଣ୍ଟିଗ୍ରେସନ ଓ  ପଡୋଶୀ ରାଜ୍ୟ ସହିତ ସମନ୍ୱୟର ଅଭାବ ଭଳି  ସମସ୍ୟା ରହିଛି । ଦିଲ୍ଲୀରେ ଏହି ନିୟମ ଲାଗୁ କରାଗଲେ ଲୋକମାନେ ଗୁରୁଗ୍ରାମ ଓ ନୋଏଡା  ଭଳି ଅଞ୍ଚଳକୁ ଯାଇ ଗାଡିରେ ଇନ୍ଧନ ପକାଇବେ ।  ଫଳରେ ଅବୈଧ ଇନ୍ଧନ କାରବାର ବୃଦ୍ଧି ପାଇବ ।  ଦିଲ୍ଲୀ ସାଂସଦ ପରଭେଶ ବର୍ମା ମଧ୍ୟ ସରକାରଙ୍କ  ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ ।  କହିଥିଲେ କୌଣସି ଯାନବାହନକୁ ବୟସ ନୁହେଁ,  ବରଂ ତାର ପ୍ରଦୂଷଣ ମାତ୍ରାକୁ ଦେଖି ନିଷିଦ୍ଧ କରାଯିବା  ଉଚିତ । ସେହିଭଳି ପେଟ୍ରୋଲ ପମ୍ପ ଆସୋସିଏସନ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ  ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।  ହାଇକୋର୍ଟ ଏହା ଉପରେ ଦିଲ୍ଲୀ ସରକାରଙ୍କୁ ଜବାବ ଦାଖଲ କରିବା ଲାଗି ନୋଟିସ ମଧ୍ୟ ଜାରି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.