ଭୁନେଶ୍ୱର - ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ। ଏହା ପରେ କର୍ତ୍ତୃପକ୍ଷ ସତର୍କ ହୋଇ ଯାଇଛନ୍ତି। ଏହାସହ ଝାରସୁଗୁଡ଼ା ବିମାନ ବନ୍ଦରରେ ମଧ୍ୟ ଆତଙ୍କ ଖେଳି ଯାଇଛି । ବେଙ୍ଗାଲୁରୁରୁ ଝାରସୁଗୁଡା ଆସିଥିବା ଇଣ୍ଡିଗୋ ବିମାନରେ ବୋମା ଥିବା କଲ ସେଣ୍ଟରକୁ ଆସିଥିଲା ଅଜଣା ଫୋନ କଲ। ଝାରସୁଗୁଡାରେ ବିମାନ ପହଞ୍ଚିବା ପରେ ବୋମ ସ୍କ୍ବାର୍ଡଙ୍କ ଦ୍ୱାରା ତନଖି ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିବ ଇଣ୍ଡିଗୋ ବିମାନ।
ଏହି ଘଟଣା ପରେ ବିମାନ ବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଯାଞ୍ଚ ପରେ ଜଣା ପଡ଼ିଛି ଯେ ବିମାନରେ ବୋମା ନାହିଁ। ବୋମା ନେଇ କେହି ମିଛ ସୂଚନା ଦେଇଥିବା କହିଲେ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ।
ଅନ୍ୟପଟେ , ୯୫ଟି ବିମାନକୁ ଉଡ଼ାଇବାର ଧମକ ମିଳିଛି। ଏଥିରେ ଏୟାର ଇଣ୍ଡିଆର ବିମାନ ସାମିଲ ଅଛି। ଯେଉଁ ବିମାନ ଗୁଡ଼ିକୁ ଧମକ ମିଳିଛି , ଏଥିରେ ଇଣ୍ଡିଗୋ , ଭିସ୍ତାରା ଓ ଅକାସାର ବିମାନ ସାମିଲ ଅଛି। ନ୍ୟୁଜ୍ ଏଜେନ୍ସି ମୁତାବିକ , ଏହା ପୂର୍ବରୁ ଦିଲ୍ଲୀ ପୁଲିସ ଗତ ୮ ଦିନରେ ୯୦ରୁ ଅଧିକ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଉଡ଼ାଣକୁ ବୋମାରେ ଉଡ଼ାଇ ଦେବାର ଧମକ ସମ୍ୱନ୍ଧରେ ୮ଟି ଅଲଗା ଅଲଗା ଏଫଆଇଆର ରୁଜୁ କରାଯାଇଛି। ଯେଉଁ ଉଡ଼ାଣକୁ ଧମକ ମିଳିଛି, ଏଥିରେ ଅକାସା , ଏଆର ଇଣ୍ଡିଆ ,ଇଣ୍ଡିଗୋ ଓ ଭିସ୍ତାରାର ସେବା ସାମିଲ ଅଛି। ଏହି ଉଡାଣ ଦିଲ୍ଲୀରୁ ବିଭିନ୍ନ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଗନ୍ତବ୍ୟ ପାଇଁ ପରିଚାଳିତ ହୋଇଥାଏ । ପୁଲିସର କହିବାନୁସାରେ , ଏହିସବୁ ମାମଲାରେ ଯାଞ୍ଚ କରାଯାଉଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁସାରେ , ଧମକପୂର୍ଣ୍ଣ ମେସେଜ୍ ଏକ୍ସରେ ପ୍ରାପ୍ତ ହୋଇ ଥିଲା , ଯାହାକୁ ପରେ ଅଧିକାରୀମାନେ ଖାରଜ କରି କରି ଦେଇଛନ୍ତି। ପ୍ରଥମ ମାମଲା ୧୬ ଅକ୍ଟୋବରରେ ବେଙ୍ଗାଲୁରୁ ଯାଉଥିବା ଅକାସାର ଫ୍ଲାଇଟ୍କୁ ଟାର୍ଗେଟ୍ କରିବା ଯୋଡ଼ି ହୋଇ ଥିଲା। ଏକ୍ସ ମାଧ୍ୟମରେ ମିଳିଥିବା ବୋମାର ଧମକ ପରେ କେସ୍ ରୁଜୁ କରାଯାଇ ଥିଲା। ଏହି ବିମାନରେ ୧୮୦ରୁ ଅଧିକ ଯାତ୍ରୀ ବସି ଥିଲେ। ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଥିଲା। ପୁଲିସ ତାପର ଦିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସକୁ ଚିଠି ଲେଖି ଧମକ ପୂର୍ଣ୍ଣ ମେସେଜ୍ ପୋଷ୍ଟ କରି ଥିବା ଆକାଉଣ୍ଟକୁ ଡିଟେଲ ମାଗି ଥିଲେ।