ନୂଆଦିଲ୍ଲୀ,୮/୦୪: ହଜାର ହଜାର ବର୍ଷ ପୂର୍ବରୁ ପୃଥିବୀରୁ ଲୋପ ପାଇଯିଥିବା ଏକ ପଶୁକୁ ପୁଣି ଥରେ ଫେରାଇ ଆଣିଛନ୍ତି ବୈଜ୍ଞାନିକ । ପ୍ରାଚୀନ ଡିଏନଏ, କ୍ଲୋନିଂ ଏବଂ ଜିନ୍-ସମ୍ପାଦନା ପ୍ରଯୁକ୍ତି ସାହାଯ୍ୟରେ ବୈଜ୍ଞାନିକମାନେ ପ୍ରାୟ ୧୨,୫୦୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିବା ଡାଏର ଓ୍ବଲ୍ଫ ବା ଗଧିଆଙ୍କୁ ଫେରାଇ ଆଣିଛନ୍ତି । ବୈଜ୍ଞାନିକମାନେ ଏହି ସଫଳତାକୁ ‘ବିଶ୍ବର ପ୍ରଥମ de-extinction (ବିଲୁପ୍ତ ଜୀବର ପୁନର୍ଜୀବନ)’ ଭାବରେ ବର୍ଣ୍ଣନା କରିଛନ୍ତି । ତେବେ ୩ଟି ଡାଏର ଓ୍ବଲଫ୍‌ର ଜନ୍ମ ହୋଇଥିବା ନେଇ ଟେକ୍ସାସ୍‌ର ଜେନେଟିକ୍‌ ଇଞ୍ଜିନିୟରିଂ କମ୍ପାନି କଲୋସାଲ୍‌ ବାୟୋସାଇନ୍ସ ଦାବି କରିଛି । 

ପ୍ରଥମେ ଅଣ୍ଡିରା ଗଧିଆ ଛୁଆ ରୋମୁଲସ୍‌ ଓ ରେମସ୍ ଜନ୍ମ ନେଇଥିଲେ । ଏହାର କିଛି ସପ୍ତାହ ପରେ ଆଉ ଏକ ଗଧିଆ ଛୁଆ (ମାଈ)କୁ ସୃଷ୍ଟି କରିବାରେ ବୈଜ୍ଞାନିକ ସକ୍ଷମ ହୋଇଥିବା ନେଇ କଲୋସାଲ୍‌ ବାୟୋସାଇନ୍ସ ପକ୍ଷରୁ କୁହାଯାଇଛି । ବିଲୁପ୍ତ ହୋଇ ପୁନର୍ଜୀବିତ ହୋଇଥିବା ପ୍ରଥମ ପ୍ରାଣୀ । ପ୍ରାୟ ୧୨,୫୦୦ ହଜାରରୁ ଅଧିକ ବର୍ଷ ହେବ ଇତିହାସରୁ ହଜିଯାଇଥିବା ଏକ ପ୍ରଜାତିର ଗଧିଆଙ୍କର ରିଟର୍ଣ୍ଣ ହୋଇଛି। ଏକ ପ୍ରୟୋଗଶାଳାରେ ରୋମୁଲସ୍‌ ଓ ରେମସ୍ ଦୁଇ ଯାଆଁଳା ଗଧିଆ ଛୁଆ ଜନ୍ମ ନେଇଥିଲା । ୧୨ ହଜାର ବର୍ଷ ହେବ ଏହି ପ୍ରଜାତି ବିଲୁପ୍ତ ଥିବା କୋଲୋସାଲ ବାୟୋସାଇନ୍ସ ଦାବି କରିଛି । ଏହା ବିଜ୍ଞାନ, ସଂରକ୍ଷଣ ଏବଂ ମାନବତା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। 

କୁହାଯାଉଥିଲା କି, ଏକ ସମୟ ଥିଲା ଏହି ପ୍ରଜାତି ସବୁ ଦିନ ପାଇଁ ବିଲୁପ୍ତ ହୋଇ ଯାଇଥିଲେ । ତାଙ୍କୁ କେବଳ କଳ୍ପନା କରାଯାଉଥିଲା । କେବଳ ଚିତ୍ର ଜରିଆରେ ସେମାନଙ୍କୁ ଦେଖି ହେଉଥିଲା । ମାତ୍ର ଏବେ ଏହି କିମ୍ବଦନ୍ତୀ ପ୍ରଜାତି ପୁଣି ପୃଥିବୀକୁ ଫେରିଛନ୍ତି । ଅତ୍ୟାଧୁନିକ ବିଜ୍ଞାନର ପରିଣାମ ବଳରେ ଏହି ଗଧିଆ ପ୍ରଜାତି ପୃଥିବୀକୁ ଫେରି ଆସିଛନ୍ତି । ପୂର୍ବରୁ ଉତ୍ତର ଆମେରିକାରେ ଏମାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୁଣିଥରେ ଦେଖିବାକୁ ମିଳିଛି । 

ଗଧିଆଙ୍କ ଜିନୋମକୁ ପରୀକ୍ଷା କରାଯାଇଥିଲା । ଦୁଇଟି ପୁରୁଣା ନମୁନା ଯଥା- ଗୋଟିଏ ଓହାଇଓର ସେରିଡାନ ପିଟରେ ମିଳିଥିବା ୧୩୦୦୦ ବର୍ଷ ପୁରୁଣା ଦାନ୍ତ, ଅନ୍ୟଟି ଆମେରିକୀୟ ଫଲ୍ସ, ଆଇଡାହୋରେ ୭୨୦୦୦ ବର୍ଷ ପୁରୁଣା କାନ ହାଡ଼କୁ ପରୀକ୍ଷଣ କରାଯାଇଥିଲା। ରଖାଯାଇଥିବା ସଂଗ୍ରହାଳୟ ନମୁନାଗୁଡ଼ିକୁ ଅଣାଯାଇଥିଲା। ଏହି ଦୁଇ ନମୁନାର ଉପଯୋଗ କରି କୋଲୋସାଲ ଗଧିଆ ଜିନୋମର ପୁନଃନିର୍ମାଣ କରିଥିଲା । ଯାହା ପୂର୍ବ ଜିନୋମ ଅପେକ୍ଷା ୫୦୦ଗୁଣା ଅଧିକ । ଏହାପରେ crispr ଜିନ୍ ଏଡିଟିଙ୍ଗ ଜରିଆରେ ସେମାନେ ୨୦ ବିଶେଷ ଜିନ୍‌ରେ ସଂଶୋଧିତ କରିଥିଲେ।

କୋଲୋସାଲ ତାର ସୋସିଆଲ ମିଡ଼ିଆ ଏକ୍ସ ପୋଷ୍ଟରେ କହିଛି, ଡାଏର ଗଧିଆ ୧୦ ହଜାରରୁ ଅଧିକ ବର୍ଷ ହେବ ବିଲୁପ୍ତ ଥିଲେ । ଦୁଇ ଗଧିଆଙ୍କର ଏକ ସମ୍ପୂର୍ଣ୍ଣ ଜିନୋମରେ ପ୍ରାପ୍ତ ଅନୁବଂଶୀକ ଉପଯୋଗ କରି ବିଲୁପ୍ତ ହୋଇଥିବା ପ୍ରଜାତିକୁ ଫେରାଇ ଅଣାଯାଇଛି । ଏହା କେବଳ ଆମ କମ୍ପାନି ପାଇଁ ନୁହେଁ ବରଂ ବିଜ୍ଞାନ, ସଂରକ୍ଷଣ ଏବଂ ମାନବତା ପାଇଁ ଏକ ବଡ଼ ସଫଳତା।

ରୋମୁଲସ୍‌, ରେମସ୍ ଓ ଖଲିସିର ଜନ୍ମ- ପ୍ରଥମେ ରୋମୁଲସ୍‌ ଓ ରେମସ୍‌ ୨୦୨୪ ଅକ୍ଟୋବର ୧ରେ ଜନ୍ମ ହୋଇଥିଲେ । ଏହା କିଛି ଦିନ ପରେ ଚଳିତ ବର୍ଷ ଜାନୁଆରୀ ୩୦ରେ ଜନ୍ମ ହୋଇଛି ମାଈ ଗଧିଆ ଛୁଆ ଖଲିସି । ସେମାନଙ୍କ ଉତ୍ତର ଆମେରିକାର ଏକ ଗୁପ୍ତ ସ୍ଥାନରେ ଏକ ସଂରକ୍ଷିତ କ୍ଷେତ୍ରରେ ରଖାଯାଇଛି । ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ତାଙ୍କ ଉପରେ ଅଧୟନ କରାଯାଉଛି । ଏବେ ଏମାନେ ସୁସ୍ଥ ଅଛନ୍ତି ଏବଂ ଧୀରେ ଧୀରେ ବଢ଼ୁଛନ୍ତି । କଲୋସାଲ ବାୟୋସାଇନ୍ସ  ୩ ଗଧିଆ ଶାବକ ସୃଷ୍ଟି କରିପାରିଛି ।  ପୁରୁଣା ଡ଼ିଏନଏ ଏବଂ ସିଆରଆଇଏସପିଆର ଟେକନିକର ପ୍ରୟୋଗ କରି ବୈଜ୍ଞାନିକମାନେ ଏହାକୁ ପୁନର୍ଜିବୀତ କରିଛନ୍ତି । କଲୋସାଲ ବାୟୋସାଇନ୍ସ ସହ ପ୍ରତିଷ୍ଠାତା ବେନ୍ ଲାମା କହିଛନ୍ତି, ''ଆମ ଟିମ୍‌ ୧୩ ହଜାର ବର୍ଷ ପୁରୁଣା ଦାନ୍ତ ଏବଂ ୭୨ ହଜାର ବର୍ଷ ପୁରୁଣା କାନ ହାଡ଼ରୁ ଏହି ଗଧିଆ ଛୁଆୁଙ୍କୁ ପୁନର୍ଜୀବିତ କରିପାରିଛୁ ।''

ସେପଟେ ବୈଜ୍ଞାନିକଙ୍କ ଏଭଳି ଉପଲବ୍ଧିକୁ ନେଇ ଚର୍ଚ୍ଚା ଆଲୋଚନା ମଧ୍ୟରେ ବିଶ୍ବର ଜଣେ ବିଶିଷ୍ଟ ଜୀବ ବିଜ୍ଞାନୀଙ୍କ ମତ ମଧ୍ୟ ଧ୍ୟାନ ଆକର୍ଷଣ କରିଛି । ବଫାଲୋ ବିଶ୍ବବିଦ୍ୟାଳୟର ଜୀବ ବିଜ୍ଞାନୀ ଭିନସେଣ୍ଟ ଲିଞ୍ଚ କହିଛନ୍ତି ଯେ, ଆପଣ ଏକ ଜୀବକୁ ଅନ୍ୟ ଜୀବ ଭଳି ତିଆରି କରିପାରିବେ । କିନ୍ତୁ ବିଲୁପ୍ତ ପ୍ରଜାତିଗୁଡ଼ିକୁ ସମ୍ପୂର୍ଣ୍ଣ ପୁନର୍ଜୀବିତ କରାଯାଇପାରିବ ନାହିଁ। 

‘ଡାୟର ଉଲ୍‌ଫ’ର ଅର୍ଥ ଭୟଙ୍କର ଗଧିଆ । ଏହା ଏକ ବିଲୁପ୍ତ ପ୍ରଜାତି । ଏମାନେ ବିଳମ୍ବିତ ପ୍ଲିଷ୍ଟୋସିନ୍‌ ଓ ପ୍ରାରମ୍ଭିକ ହୋଲୋସିନ୍‌ ଯୁଗ (୧୨୫,୦୦୦-୧୦ ହଜାର ବର୍ଷ)ରେ ଆମେରିକାରେ ବିଚରଣ କରୁଥିଲେ । ଏହି ପ୍ରଜାତିର ନାମକରଣ ପ୍ରଥମ ନମୁନା ମିଳିବାର ୪ ବର୍ଷ ପରେ, ଅର୍ଥାତ୍‌ ୧୮୫୮ ମସିହାରେ କରାଯାଇଥିଲା ।