ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଜାପାନର ଅସ୍ତିତ୍ବ ଉପରେ ସଙ୍କଟ: ଜନସଂଖ୍ୟାରେ ଆଗକୁ ଥିବେ ଅଧାରୁ ଅଧିକ ବୟସ୍କ, ଦୃତ ଗତିରେ ହ୍ରାସ ପାଉଛି ଜନ୍ମହାର

ନୂଆଦିଲ୍ଲୀ,୨୬।୪: ଭାରତ ଗୋଟିଏ ପଟେ ଚୀନ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା  ବିଶିଷ୍ଟ ଦେଶ ପାଲଟିଛି। ସେଭଳି ବହୁ ଦେଶରେ ରହିଛି, ଯାହାର ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଇଟାଲି, ଦକ୍ଷିଣ କୋରିଆ, ଋଷ ଭଳି ଦେଶରେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଓ ଏହାର କାରଣ ହେଉଛି ଓ୍ବାର୍କଫୋର୍ସର ସଙ୍କଟ। ଏହାର ପ୍ରଭାବ ସିଧାସଳଖ ଅର୍ଥବ୍ୟବସ୍ଥା ଉପରେ ପଡିଛି। କେବଳ ସେତିକି ନୁହେଁ ଭାରତର ମିତ୍ର ରାଷ୍ଟ୍ର ଜାପାନା ଆଗରେ ବଡ଼ ସଙ୍କଟ ହେଉଛି ହ୍ରାସ ପାଉଥିବା ଜନସଂଖ୍ୟା। ଜାପାନର ଜନସଂଖ୍ୟା ୨୦୦୮ ରେ ହ୍ରାସ ପାଇବା ଆରମ୍ଭ କରିଥିଲା। ସେତେବେଳେ ଜନସଂଖ୍ୟା ୧୨.୮ କୋଟି ଥିଲା, ସେଭଳି ୨୦୨୨ରେ ଦ୍ରୁତ ଗତିରେ ହ୍ରାସ ପାଇ ୧୨.୫ କୋଟି ହୋଇଯାଇଛି। 

ଅନୁମାନ କରାଯାଉଛି ଯେ, ଯଦି ଏଭଳି ହୁଏ ତେବେ ୭୫ ବର୍ଷ ପରେ ଅର୍ଥାତ ୨୧୦୦ ପର୍ଯ୍ୟନ୍ତ ଜାପାର ଜନସଂଖ୍ୟା ୬.୩ କୋଟି ହୋଇଯିବ। ଜାପାନରେ ଜନ୍ମହାର କମ୍ ହେବା ଜନସଂଖ୍ୟା ହ୍ରାସର ପ୍ରମୁଖ କାରଣ। ଦ୍ବିତୀୟଟି ହେଉଛି ବୟସ୍କଙ୍କ ଜନସଂଖ୍ୟା ବଢୁଛି। ଜାପାନର ମୋଟ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ୨୦୦୦ ରେ ୧୭.୪% ଥିଲା, ଯାହାକି ଏ‌ବେ ୨୦୨୨ ରେ ବଢିକି ୨୯ % ହୋଇଯାଇଛି।

ଏବେ ଆଉ ଏକ ଡରାଇବା ଭଳି ଅନୁମାନ କରାଯାଉଛି। ତାହା ହେଲା ଜାପାନର ଜନସଂଖ୍ୟାରେ ୭୫ ବର୍ଷ ପରେ ବୟସ୍କଙ୍କ ସଂଖ୍ୟା ୪୧.୨% ହୋଇଯିବ। ଏହାର ଅର୍ଥ ପ୍ରାୟ ଅଧା ଜନସଂଖ୍ୟା ବୟସ୍କ ହୋଇଯିବ। ଜାପାନରେ ୨୦୨୨ ର ସୂଚନା ଅନୁସାରେ, ୧୫ ରୁ ୬୪ ବର୍ଷର ଜନସଂଖ୍ୟା ୫୯% ହୋଇ ରହିଯିବ, ଯାହାକି ୨୦ ବର୍ଷ ପୂର୍ବରୁ ୬୮% ଥିଲା।  ୨୧୦୦ ପର୍ଯ୍ୟନ୍ତ ତାହା ଦୃତ ଗତିରେ କମ୍ ହୋଇ ୫୧.୨  ପର୍ଯ୍ୟନ୍ତ ରହିଯିବ। ଜାପାର ଲୋକେ ୩୦ ବର୍ଷ ପରେ ବିବାହ କରିବାକୁ ଚାହୁଁଛନ୍ତି। ବୟସ ଅଧିକ କାରଣରୁ ସନ୍ତାନ ଜନ୍ମ କରିବାକୁ ଚାହୁଁ ନାହାନ୍ତି। ମହିଳାମାନେ ମଧ୍ୟ ନିଜର କ୍ୟାରିୟରକୁ ଦେଖୁଛନ୍ତି। ତା ଛଡା ସନ୍ତାନର ଲାଳନପାଳନରେ ଜାପାନର ଲୋକ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି, ଯେଉଁ କାରଣରୁ ଲୋକେ ଅଧିକ ସନ୍ତାନ ମଧ୍ୟ ଜନ୍ମ କରିପାରୁ ନାହାନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.