ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଲୁଚିସ୍ତାନରେ ୭ ପଞ୍ଜାବୀଙ୍କୁ ହତ୍ୟା, ବିଚ୍ଛିନ୍ନବାଦୀଙ୍କ ହିଂସା ନିଆଁରେ ଜଳୁଛି ପାକିସ୍ତାନର ୩ ରାଜ୍ୟ

ଇସଲାମାବାଦ,୯।୫: ପାକିସ୍ତାନରେ ଆଞ୍ଚଳିକ ସଂଘର୍ଷ ଏବେ ଚରମ ସୀମାରେ ପହଁଞ୍ଚିଛି। ଗତ ମାସ ବେଲୁଚିସ୍ତାନରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରହୁଥିବା ୧୧ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ୯ଜଣଙ୍କ ବସ୍‌ରୁ ଉହ୍ଲାଇ ହତ୍ୟା କରାଯାଇଥିଲା, କାରଣ ସେମାନେ ପଞ୍ଜାବୀ ଥିଲେ। ଏବେ ଏଭଳି ଆଉ ଏକ ଘଟଣା ବେଲୁଚିସ୍ତାନର ଗ୍ବାଦରରେ ସାମନାକୁ ଆସିଛି। ଗ୍ବାଦରରେ ଗୁରୁବାର ସକାଳ ୭ଟା ବେଳେ ଲୋକମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକମାନେ ପେଶାରେ ଶ୍ରମିକ ଥିଲେ। ସେମାନେ ନିଜ  ରୁମ୍‌ରେ ଶୋଇଥିଲେ। 

ଡନ୍‌ ନ୍ୟୁଜର  ରିପୋର୍ଟ ଅନୁସାରେ, ଏହି ଘଟଣା ଗ୍ବାଦର ସୁରବନ୍ଦରରେ ଘଟିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, କୌଣସି ସଂଘଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ, କିନ୍ତୁ ଏହାକୁ ମଧ୍ୟ ଆଞ୍ଚଳିକ ଆଧାରରେ କରାଯାଇଥିବା ହିଂସା ବୋଲି କୁହାଯାଉଛି ।କୁହାଯାଉଛି ଯେ, ବେଲୁଚିସ୍ତାନୀ ଲିବରେସନ୍ ଫ୍ରଣ୍ଟ  ଏହି ହତ୍ୟା ମାମଳାରେ ସମ୍ପୃକ୍ତି ରହିପାରେ। ଏହି ସଂଗଠନ ବେଲୁଚିସ୍ତାନର ସ୍ବାଧିନତା ଦାବି କରୁଛି। 

ପୂର୍ବରୁ ଗ୍ବାଦର ସହିତ ବେଲୁଚିସ୍ତାନର ବହୁ ଅଞ୍ଚଳରେ ପଞ୍ଜାବ ଏବଂ ଚୀନ୍‌ର ଲୋକଙ୍କୁ ଟାର୍ଗେଟ କରି ଆକ୍ରମଣ ହୋଇସାରିଛି। ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଏହି ଘଟଣାକୁ ଆତଙ୍କବାଦୀଙ୍କ ସମ୍ପୃକ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଏଭଳି କରିଥିବା ଲୋକଙ୍କୁ ଛଡା ଯିବନି। ପାକିସ୍ତାନର ଗୋଟିଏ ଗୋଟିଏ ବିନ୍ଦୁ ରକ୍ତର ହିସାବ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.