ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାର୍‌ ଭିତର ବାୟୁରେ କର୍କଟ,ପ୍ରଶ୍ୱାସରେ ଯାଉଛି ବିଷାକ୍ତ ରାସାୟନିକ ଗ୍ୟାସ୍‌

ନୂଆଦିଲ୍ଲୀ ୦୯/୦୫: କାର୍‌ ଭିତର ମାହୋଲ ବି ମଣିଷ ପାଇଁ ହାନିକାରକ । ଏକ ସଦ୍ୟ ଅଧ୍ୟୟନରୁ ଏହା ଜଣାପଡ଼ିଛି । କାର୍‌ ଭିତରେ ଥିବାବେଳେ ଆମେ କର୍କଟ-କାରକ ରସାୟନକୁ ପ୍ରଶ୍ୱାସରେ ନେଉଛୁ । ଅଧ୍ୟୟନଟି ଏନ୍‌ଭିରନ୍‌ମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ପ୍ରକାଶ ପାଇଛି । ଏଥିଲାଗି ବୈଜ୍ଞାନିକମାନେ ୧୦୧ ଇଲେକ୍ଟ୍ରିକ୍‌, ଗ୍ୟାସ୍‌ ଓ ହାଇବ୍ରିଡ୍‌ କାର୍‌ ଭିତର ବାୟୁକୁ ପରୀକ୍ଷା କରିଥିଲେ । ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ସେମାନେ ଏହି ପରୀକ୍ଷା କରିଥିଲେ ।

ପରୀକ୍ଷାରୁ ଜଣାପଡ଼ିଲା, ୯୯ ପ୍ରତିଶତ କାର୍‌ରେ ଟିସିଆଇପିପି ନାମକ ଫ୍ଲେମ୍‌ ରିଟାର୍ଡାଣ୍ଟ୍‌ ଥିଲା । ଏକ ସମ୍ଭାବ୍ୟ କର୍କଟ କାରକ ତତ୍ତ୍ୱ ଭାବେ ଆମେରିକୀୟ ଜାତୀୟ ଟକ୍ସିକୋଲୋଜି ପ୍ରୋଗ୍ରାମ୍‌ ଦ୍ୱାରା ଏହାକୁ ନେଇ ଯାଞ୍ଚ୍‌ ଚାଲିଛି । ଅଧିକାଂଶ କାର୍‌ରେ ଆଉ ଦୁଇଟି ଫ୍ଲେମ୍‌ ରିଟାର୍ଡାଣ୍ଟ ଟିଡିସିଆଇପିପି ଓ ଟିସିଇପି ଥିଲା, ଯାହାକୁ କର୍କଟ-କାରକ ତତ୍ତ୍ୱ ରୂପେ ବିବେଚନା କରାଯାଏ । ଏହି ରାସାୟନିକ ତତ୍ତ୍ୱ ସ୍ନାୟବିକ ଓ ପ୍ରଜନନ ଜନିତ କ୍ଷତି ସହ ମଧ୍ୟ ସଂଶ୍ଳିଷ୍ଟ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ହାରାହାରି ଚାଳକ କାର୍‌ରେ ପ୍ରତିଦିନ ପ୍ରାୟ ଘଣ୍ଟାଏ ସମୟ ବିତାଉଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ବିଷୟ ହୋଇଛି ବୋଲି ଅଧ୍ୟୟନର ମୁଖ୍ୟ ଓ ଟକ୍ସିକୋଲୋଜି ବୈଜ୍ଞାନିକ ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟର ରେବେକା ହୋନ୍‌ କହିଛନ୍ତି । ଦୀର୍ଘ ସମୟ ଧରି କାର୍‌ ଚଳାଉଥିବା ବ୍ୟକ୍ତି, ଖାସ୍‌କରି କାର୍‌ରେ ଯାତ୍ରା କରୁଥିବା ଛୋଟ ପିଲାଙ୍କ ପାଇଁ ଏହି ଅଧ୍ୟୟନ ଚିନ୍ତାର ବିଷୟ ହୋଇଛି, କାରଣ ବୟସ୍କଙ୍କ ଅପେକ୍ଷା ପିଲାଙ୍କ ଶ୍ୱାସକ୍ରିୟା ହାର ଅଧିକ । ଅଧ୍ୟୟନ ଅନୁସାରେ, କାର୍‌ ଭିତରେ ଥିବା ବିଷାକ୍ତ ରାସାୟନିକ ବାୟୁର ମାତ୍ରା ଖରାଦିନେ ସର୍ବୋଚ୍ଚ ଥିଲା । କାରଣ କାର୍‌ ଉପକରଣଗୁଡ଼ିକରୁ ଉତ୍ତାପ ଯୋଗୁ ଅନେକ ରସାୟନ ଉତ୍ପନ୍ନ ହୋଇଥାଏ । 

କାର୍‌ ଭିତରେ କର୍କଟ-କାରକ ତତ୍ତ୍ୱଗୁଡ଼ିକର ଉତ୍ସ ହେଉଛି ସିଟ୍‌ ଫୋମ୍‌ । କାର୍‌ ନିର୍ମାଣକାରୀ କମ୍ପାନି ସିଟ୍‌ ଫୋମ୍‌ ଓ ଅନ୍ୟ ଉପକରଣରେ ବିଭିନ୍ନ ଘାତକ ରସାୟନ ପକାଇଥାନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ବିଷାକ୍ତ ରାସାୟନିକ ତତ୍ତ୍ୱ ଯାନ ଭିତରେ ବାସ୍ତବରେ କୌଣସି ସୁବିଧା ପ୍ରଦାନ କରନ୍ତି ନାହିଁ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । ଅଧ୍ୟୟନର ଲେଖକ ଓ ଗ୍ରୀନ୍‌ ସାଇନ୍ସ ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ବୈଜ୍ଞାନିକ ଲିଡିଆ ଜହଲ କହିଛନ୍ତି, କାର୍‌ ଡୋର୍‌ ଖୋଲା ରଖି ଏବଂ କାର୍‌କୁ ଛାଇ ତଳେ କିମ୍ବା ଗ୍ୟାରେଜ୍‌ରେ ପାର୍କ କରି ବିଷାକ୍ତ ରାସାୟନିକ ଗ୍ୟାସ୍‌ ଉତ୍ପନ୍ନକୁ ହ୍ରାସ କରାଯାଇ ପାରିବ । କିନ୍ତୁ ସବୁଠୁ ଜରୁରି ହେଉଛି କାର୍‌ରେ ବ୍ୟବହୃତ ଫ୍ଲେମ୍‌ ରିଟାର୍ଡାଣ୍ଟ୍‌ର ପରିମାଣକୁ ହ୍ରାସ କରିବା ବୋଲି ସେ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.