ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ: ଆଦିୟାଲା ଜେଲ୍‌ ଯିବେ ଇମ୍ରାନ୍‌ଙ୍କ ପତ୍ନୀ

Published By : Prameya | May 9, 2024 9:57 AM

ଇସଲାମାବାଦ,୦୯/୦୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପତ୍ନୀ ବୁଶରା ବିବିଙ୍କୁ ସେହି ଜେଲ୍‌ରେ ରଖାଯିବ ଯେଉଁଠାରେ ଇମ୍ରାନ୍‌ ବନ୍ଦୀ ଅଛନ୍ତି । ବୁଶରାଙ୍କ ଆବେଦନକ୍ରମେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ବୁଧବାର ରାୱଲପିଣ୍ଡିର ଆଦିୟାଲା ଜେଲ୍‌କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ବୁଶରା ଏବେ ନିଜର ବନିଗାଲା ଘରେ ଗୃହବନ୍ଦୀ ଅଛନ୍ତି । ତାଙ୍କର  ଗିରଫଦାରି ପରେ ସେହି ଘରକୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରାଯାଇଥିଲା । ତେବେ ଗିରଫଦାରି ପରଠାରୁ ବୁଶରା ତାଙ୍କୁ ଆଦିୟାଲା ଜେଲ୍‌କୁ ଶିଫ୍ଟ  କରାଯିବାକୁ ଦାବି କରିଆସୁଥିଲେ । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ ଇସଲାମାବାଦ ହାଇକୋର୍ଟର  ବିଚାରପତି ଜଷ୍ଟିସ୍‌ ମିୟାଙ୍ଗୁଲ ହସନ ଔରଙ୍ଗଜେବ ତାଙ୍କ ଆବେଦନ ସଂପର୍କରେ ଶୁଣାଣି ଶେଷ କରି ରାୟ ସୁରକ୍ଷିତ ରଖିଥିଲେ । ତେବେ ବୁଶରାଙ୍କୁ କେବେ  ଆଦିୟାଲା ଜେଲ୍‌ ପଠାଯିବ ତାହା ସ୍ପଷ୍ଟ ହୋଇପାରିନାହିଁ । 

ସୂଚନାଥାଉକି, ଇମ୍ରାନ୍‌ ମଧ୍ୟ ବୁଶରାଙ୍କୁ ହତ୍ୟା ଲାଗି ଉଦ୍ୟମ ହେଉଥିବା ଅନେକ ଥର ଦାବି  କରିସାରିଛନ୍ତି । କିଛି ଦିନ ପୂର୍ବରୁ ସେ ସେନା ବିରୋଧରେ ବୁଶରାଙ୍କୁ ଟୟଲେଟ୍‌  କ୍ଲିନର ଦେଇଥିବା ଅଭିଯୋଗ ଆଣିଥିଲେ । ସୂଚନାଥାଉକି, ବୁଶରାଙ୍କୁ ଅଣ  ଇସଲାମିକ୍‌ ବିବାହ ମାମଲାରେ ଗିରଫ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.