ପ୍ରମୁଖ ଖବର
  • ଓଡ଼ିଶା​‌ରେ ପହଞ୍ଚିଲେ ଅମିତ୍‌ ଶାହ, କରିବେ ମାରାଥନ୍ ପ୍ରଚାର
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ମାଳଦ୍ବୀପ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଔପଚାରିକ ଭାରତ ଗସ୍ତ, ଜାଣନ୍ତୁ ଜୟଶଙ୍କର ଓ ମୋସାଙ୍କ ଭିତରେ କ’ଣ ହେଲା ଆଲୋଚନା ?

ନୂଆଦିଲ୍ଲୀ,୯।୫: ଭାରତ-ମାଳଦ୍ବୀପ ମଧ୍ୟରେ ଜାରି ରହିଛି ବିବାଦ। ଏହା ଭିତରେ ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ ମୋସା ଜମିର ବୁଧବାର ଭାରତ ଗସ୍ତରେ ଆସିଛନ୍ତି। ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜ୍ଜୁ ପ୍ରାୟ ୬ ମାସ ପୂର୍ବେ ପଦଭାଗ ଗ୍ରହଣ କରିଥିଲେ। ଏହାପରେ ଦୁଇ ଦେଶ ଭିତରେ ସମ୍ପର୍କ ଖୁବ୍ ବିବାଦୀୟ ରହିଥିଲା। ଏସବୁ ଭିତରେ ମାଳଦ୍ବୀପରୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଯାତ୍ରା। ଭାରତ ଆସିବା ପରେ ମୋସା ଗୁରୁବାର ମଧ୍ୟାହ୍ନରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ମାଳଦ୍ବୀପ ଓ ଭାରତ ଭିତରେ ଦୀର୍ଘକାଳୀନ ବୁଝାମଣାକୁ ପ୍ରଗାଢ ଓ ବିସ୍ତାରିତ କରିବା ଉପରେ ଚର୍ଚ୍ଚା କରିଛନ୍ତି। ଜୟଶଙ୍କର କହିଛନ୍ତି, ଭାରତ ସବୁବେଳେ ‘ନେବରହୁଡ୍ ଫାଷ୍ଟ ପଲିସି’ ବା ପଡୋଶୀ ପ୍ରଥମ ପଲିସି ଏବଂ ’ସାଗର’ ନୀତିକୁ ନେଇ ପ୍ରତିଶୃତିବଦ୍ଧ। ମୋତେ ଆଶା ରହିଛି ଆଜି ଆମର ବୈଠକ ବିଭିନ୍ନ କ୍ଷେତ୍ରରେ ଆମ ଦୃଷ୍ଟିକୋଣକୁ ଆହୁରି ମଜବୁତ କରିବ।

ସବୁଠାରୁ ଖାସ୍ କଥା ଏହା ଯେ, ପଦଭାର ସମ୍ଭାଳିବା ପରେ ବୈଦେଶିକ ମନ୍ତ୍ରୀ ଜମିର ମୋସାଙ୍କ ଏହା ପ୍ରଥମ ଅଫିସିଆଲ ଭାରତ ଯାତ୍ରା। ଏହା ପୂର୍ବରୁ ମହମ୍ମଦ ମୁଇଜ୍ଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଦଶକ ଧରି ଚାଲି ଆସିଥିବା ପରମ୍ପରାକୁ ଭାଙ୍ଗି ଦେଇଥିଳେ। ମାଳଦ୍ବୀପରେ ବହୁ ଦଶକ ହେବ ଏହି ପରମ୍ପରା ରହିଛି ଯେ, ରାଷ୍ଟ୍ରପତି ନିଜର ପ୍ରଥମ ବୈଦେଶିକ ଗସ୍ତରେ ଭାରତ ଆସିଥାନ୍ତି, କିନ୍ତୁ ମୁଇଜ୍ଜୁ ଏହି ପରମ୍ପରାକୁ ଭାଙ୍ଗି ତୁର୍କୀ ଯାଇଥିଲେ। ଏବେ ବୈଦେଶିକ ମନ୍ତ୍ରୀ ନିଜର ପ୍ରଥମ ଅଫିସିଆଲ ଗସ୍ତରେ ଭାରତ ଆସିଛନ୍ତି। ପଦଭାର ଗ୍ରହଣ କରିବା  ପରେ ବୈଦେଶିକ ମନ୍ତ୍ରୀ ମୋସା ଜମିରଙ୍କ ଏହା ପ୍ରଥମ ଅଫିସିଆଲ ଯାତ୍ରା।

କୁହାଯାଉଛି ଯେ, ମୁଇଜ୍ଜୁ ନିଜର ଭୁଲ ସୁଧାରିବାକୁ ଚାହାନ୍ତି। ଚୀନ୍‌ର ନିକଟତମ କୁହାଯାଉଥିବା ମୁଇଜ୍ଜୁ ଭାରତ ସହ ଖରାପ ସମ୍ପର୍କ ରଖି ଅଡୁଆରେ ପଡିବାକୁ ଚାହାନ୍ତି ନାହିଁ। ଭାରତ ଓ ମାଳଦ୍ବୀପ ଭିତରେ ବିବାଦୀୟ ସମ୍ପର୍କ ଭିତରେ ମାଳଦ୍ବୀପର ପର୍ଯ୍ୟଟନ ମନ୍ତ୍ରୀ ସୋମବାର ଭାରତୀୟଙ୍କୁ କହିଛନ୍ତି ସେ ପର୍ଯ୍ୟଟନ ଉପରେ ନିର୍ଭର ତାଙ୍କ ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ କରନ୍ତୁ। ମାଳଦ୍ବୀପର ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଏକ ସାକ୍ଷାତକାରରେ ମାଳଦ୍ବୀପ ଓ ଭାରତ ଭିତରେ ଐତିହାସିକ ସମ୍ପର୍କ ଉପରେ ଜୋର ଦେଇଥିଲେ। କାରଣ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗତ ବର୍ଷ ୪ ମାସ ତୁନଳାରେ ଚଳିତ ବର୍ଷ ପ୍ରଥମ ୪ ମାସରେ ଭାରତରୁ ମାଳଦ୍ବୀପ ପହଁଞ୍ଚିଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ୪୨% ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.