ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବ୍ୟବହୃତ ରୁପା ଦାନ୍ତ ଚୋରି କରି ଡାକ୍ତର ଗିରଫ, ଚୋରି ରୁପାରୁ ୨୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି...

ନୂଆଦିଲ୍ଲୀ ୦୯/୦୫:  ଜାପାନରେ ଜଣେ ୩୮ ବର୍ଷୀୟ ଡାକ୍ତର ବ୍ୟବହୃତ ରୁପା ଦାନ୍ତ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଫୁକୁଓକା ସହରର କୁଶୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରୁ ଏହାକୁ ଚୋରାଇଥିବା ଜଣାପଡିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ତାଙ୍କର ପରିଚୟ ସାର୍ବଜନୀନ କରାଯାଇନାହିଁ । 

ପୁଲିସ ଅନୁସାରେ, ଡାକ୍ତର ଜଣକ ବିଗତ ୧୦ ବର୍ଷ ମଧ୍ୟରେ ହସ୍ପିଟାଲରୁ ୧୦୦ରୁ ଅଧିକ ଥରରେ ଅନେକ ବ୍ୟବହୃତ ସାରିହୋଇଥିବା ରୁପା ଦାନ୍ତ ଚୋରି କରିଛନ୍ତି । ତାକୁ ନେଇ ସେ ବାହାରେ ବିକ୍ରି କରିଦେଉଥିଲେ । ଏହାଦ୍ୱାରା ସେ ଭାରତୀୟ ମୁଦ୍ରାରେ ପ୍ରାୟ ୨୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ଅଭିଯୁକ୍ତ ଜଣକ ପୂର୍ବରୁ ସେହି ହସ୍ପିଟାଲରେ କାମ କରୁଥିଲେ । ଏପରିସ୍ଥଳେ ସମସ୍ତଙ୍କର ପୂର୍ବ ପରିଚିତ ହୋଇଥିବାରୁ ତାଲିମ କାର୍ଯ୍ୟକ୍ରମ ବାହାନାରେ ନିଜର ଆଇଡି କାର୍ଡ ଦେଖାଇ ଅବାଧରେ ହସ୍ପିଟାଲ ମଧ୍ୟକୁ ଯିବାଆସିବା କରିପାରୁଥିଲେ । ହସ୍ପିଟାଲ କର୍ତ୍ତୁପକ୍ଷ ଏହି ଚୋରି ସଂପର୍କରେ କିଛି ଜାଣିପାରୁନଥିଲେ । କାରଣ ଦାନ୍ତଗୁଡି଼କ ବ୍ୟବହାର ହେବାର ନଥିଲା । କିନ୍ତୁ ସେହି ହସ୍ପିଟାଲରୁ ପ୍ରାୟ ୨.୫ ଗ୍ରାମ୍‌ର ଏକ ବ୍ୟବହୃତ ରୁପା ଦାନ୍ତ ଚୋରି କରିବା ଅଭିଯୋଗରେ ନିକଟରେ ଏପ୍ରିଲ ୨ ତାରିଖରେ ସେ ଗିରଫ ହୋଇଛନ୍ତି । ଗତବର୍ଷ ଅଗଷ୍ଟ ୨୩ ତାରିଖରେ ସେ ଦାନ୍ତଟିକୁ ଚୋରି କରିଥିଲେ । ପରେ ଏ ସଂପର୍କରେ ଜଣାପଡି଼ଥିଲା । ସାଧାରଣତଃ ବ୍ୟବହୃତ ହୋଇସାରିଥିବା ରୁପା ଦାନ୍ତକୁ ରୋଗୀମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ ରଖିଥାଏ । ସେଗୁଡି଼କୁ ରିସାଇକ୍ଲିଂ କଂପାନିକୁ ବିକ୍ରି କରାଯାଇଥାଏ । ତେବେ ଏହି କ୍ଷେତ୍ରରେ ହସ୍ପିଟାଲ କର୍ତ୍ତୁପକ୍ଷ ଏତେଟା ଗୁରୁତ୍ୱର ସହ ଦାନ୍ତକୁ ରଖିନଥିଲେ ।

ରିପୋର୍ଟ ଅନୁସାରେ, ବ୍ୟବହୃତ ହୋଇସାରିଥିବା ରୁପା ଦାନ୍ତ ଏକ ମୂଲ୍ୟବାନ ସାମଗ୍ରୀ । ଦାନ୍ତ ଯେପରି ଅଧିକ ଦିନ ସୁରକ୍ଷିତ ରହିପାରିବ ସେଥିଲାଗି ସେଥିରେ ରୁପା ସହିତ ସୁନା ଓ ପାଲାଡିୟମ୍‌ ମଧ୍ୟ ମିଶାଯାଇଥାଏ । ପାଲାଡିୟମ୍‌ ଏକ ବିରଳ ଧାତୁ ହୋଇଥିବାବେଳେ ତାକୁ ସ୍ମାର୍ଟଫୋନ୍‌ରେ ବ୍ୟବହାର କରାଯାଏ । କେତେକ କ୍ଷେତ୍ରରେ ଗୋଟିଏ ରୁପା ଦାନ୍ତରେ ୪୦-୫୦ ପ୍ରତିଶତ ରୁପା, ୧୨ ପ୍ରତିଶତ ସୁନା ଓ ୨୦ ପ୍ରତିଶତ ପାଲାଡିୟମ୍‌ ରହିଥାଏ । ଏଭଳିକ୍ଷେତ୍ରରେ ତାକୁ ବିକ୍ରି କରି ଜଣେ ବେଶ୍‌ ଲାଭବାନ ହୋଇପାରିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.