ଇସଲାମାବାଦ – ପାକିସ୍ତାନୀ ଟିକ୍‌ଟକର ତଥା ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ମିନାହିଲ ମଲିକଙ୍କର ଗତକିଛି ଦିନପୂର୍ବେ ପ୍ରାଇଭେଟ୍‌ ଭିଡ଼ିଓ (ଏମଏମଏସ) ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ନେଇ ସେ ଏବେ ବଡ଼ ପଦକ୍ଷେପ ନେଇଛନ୍ତି। ସେ ସୋସିଆଲ ମିଡ଼ିଆରୁ ସବୁଦିନ ପାଇଁ ହଟି ଯିବା କଥା କହିଛନ୍ତି । ମିନାହିଲ ଟିକ୍‌ଟକ୍ ଓ ଇନଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡ଼ିଆ ଆକାଉଣ୍ଟସରେ ଖୁବ୍ ଚର୍ଚ୍ଚାରେ ଏବଂ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି।  

ଚର୍ଚ୍ଚାରେ ପାକିସ୍ତାନର ଟିକଟକ୍‌ ଷ୍ଟାର, ମିନାହିଲ୍‌ ମଲିକ୍‌ଙ୍କ ପ୍ରାଇଭେଟ୍‌ ଭିଡ଼ିଓ ଭାଇରାଲ

ପ୍ରାଇଭେଟ୍‌ ଭିଡ଼ିଓ ଭାଇରାଲ ହେବା ପରେ ମିନାହିଲ ଲେଖିଛନ୍ତି , ମୋ ପାଇଁ ଏହା ସେତେ ସହଜ ନଥିଲା, କିନ୍ତୁ ଏବେ ମୁଁ ଥକି ସାରିଛି। ଗୁଡ ବାଏ କହିବା ବହୁତ ମୁସ୍କିଲ ହେଉଛି। କିଛି ଲଢିବାର ନାହିଁ। ମୁଁ ଯାଉଛି , ଆପଣ ସମସ୍ତଙ୍କୁ ଖୁବ୍‌ ମିସ୍‌ କରିବି। ଆଇ ଲଭ୍‌ ୟୁ , ଟେକ୍‌ କେୟାର।

ମିନାହିଲ୍‌ଙ୍କ ଏହି ପୋଷ୍ଟ ପରେ ଅନେକ ଲୋକ କମେଣ୍ଟ କରୁଛନ୍ତି। ହେଲେ କିଛି ୟୁଜର ଲେଖୁଛନ୍ତି କି ରିଲେକ୍ସ ,ଏ ଦୁଇ ଦିନ ପରେ ପୁଣି ଫେରି ଆସିବ ଏବଂ କହିବ କି ଆପଣଙ୍କ ଭଲ ପାଇବା ମୋତେ ପୁଣି ଆସିବାକୁ ବାଧ୍ୟ କଲା। ଆଉ କିଛି ୟୁଜର ଧୈର୍ଯ୍ୟ ରଖିବାକୁ କହୁଛନ୍ତି। 

କହି ରଖୁଛୁ କି ନିକଟରେ ମିନାହିଲଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିଥିଲେ। ମିନାହିଲ ମଲିକ ଭିଡ଼ିଓକୁ ଫେକ୍‌ ଓ ଏଡିଟ୍‌ କରାଯାଇ ଥିବା କହିଥିଲେ। ସେ ବୟାନ ଜାରି କରି ଥିଲେ କି,ଯାଞ୍ଚ ଏଜେନ୍ସି ରେ ଅଭିଯୋଗ କରିଛି। ପ୍ରଶଂସକଙ୍କ ଭିଡ଼ିଓକୁ ରିପୋର୍ଟ କରିବାକୁ ମଧ୍ୟ ଅପିଲ କରିଥିଲି। ଟିକଟକ୍‌ରେ ଭିଡ଼ିଓ ଜାରି କରି ସେ କହି ଥିଲେ ଯେ, ଏହି ଭିଡ଼ିଓ ସଂପୂର୍ଣ୍ଣ ଫେକ୍‌ । ମୁଁ ଏଥିରେ ଦାୟୀ ବ୍ୟକ୍ତି ବିରୋଧରେ ପୂର୍ବରୁ ହିଁ ଏଫଆଇଆରରେ ଅଭିଯୋଗ ରୁଜୁ କରାଇଛି ଏବଂ ତାକୁ ଖୁବ୍‌ ଶୀଘ୍ର ଗିରଫ  କରାଯିବ।  ଏଥିପାଇଁ ମୁଁ ଓ ମୋ ପରିବାର ଡିପ୍ରେସନରେ ରହିଛୁ।