ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ସାରା ଦେଶରେ ଠପ୍‌ ହେଲା ୟୁପିଆଇ , ୟୁଜର୍ସ ଚିନ୍ତାରେ; ଗୁଗଲ ପେ ଓ ଫୋନପେର ପେମେଣ୍ଟ ଅଟକିଲା

Published By : Prameya | May 12, 2025 10:32 PM

ନୂଆଦିଲ୍ଲୀ –ଯଦି ଆପଣ ମଧ୍ୟ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ପାରୁନାହାନ୍ତି, ତ ଆପଣ ଏମିତି ସମସ୍ୟାରେ ଏକୁଟିଆ ନୁହଁନ୍ତି। ସାରାଦେଶରେ ଆଜି (୧୨ ମଇ) ୟୁନିଫାଇଡ୍ ପେମେଣ୍ଟସ ଇଣ୍ଟରଫେସ୍ ଅର୍ଥାତ୍‌ ୟୁପିଆଇ ସର୍ଭିସେସ୍‌ ପୁଣି ଥରେ ଡାଉନ ହୋଇ ଯାଇଛି। ଏଥିପାଇଁ ୟୁଜର୍ସ ଗୁଗଲପେ , ପେଟିଏମ ଓ ଫୋନପେ ଭଳି ଆପ୍ସରେ ପେମେଣ୍ଟ କରି ପାରୁନାହାନ୍ତି। ପେମେଣ୍ଟ କରିବାରେ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଉଟେଜ୍ ଟ୍ରାକ୍‌ କରୁଥିବା ୱେବସାଇଟ୍‌ ଡାଉନ୍‌ ଡିଟେକ୍ଟର କହିଛି ଯେ,  ସନ୍ଧ୍ୟା ପାଖାପାଖି ୫ଟାରୁ ୟୁପିଆଇରେ ସମସ୍ୟା ଆସିବା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟାରେ ସବୁଠୁ ଅଧିକ ୯୧୩ଟି ଅଭିଯୋଗ ରୁଜୁ କରାଯାଇ ଥିଲା। ଏକ ମାସ ଭିତରେ ଏହା ୩ୟ ଥର, ଯେବେ ୟୁପିଆଇ ସର୍ଭିସେସ୍‌ ଡାଉନ୍‌ ହୋଇଛି। ହେଲେ , ଏବେ ସର୍ଭିସେସ୍‌ କାମ କରିବା ଆରମ୍ଭ କରି ଦେଇଛି। 

ୟୁଜର ସୋସିଆଲ ମିଡ଼ିଆରେ କଲେ ଅଭିଯୋଗ –

ଡାଉନ ଡିଟେକ୍ଟର ଅନୁସାରେ,ସମସ୍ୟାର ସାମ୍ନା କରୁଥିବା ପାଖାପାଖି ୩୧ ପ୍ରତିଶତ ଲୋକଙ୍କୁ ପେମେଣ୍ଟ କରିବାରେ ସମସ୍ୟା ଆସିଥିଲା। ୪୭ ପ୍ରତିଶତ ଲୋକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ଓ ୨୧ ପ୍ରତିଶତ ଲୋକଙ୍କୁ କ୍ରୟ କିଣାକିଣି କରିବାରେ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା। ସାରାଦେଶରେ ୟୁଜର୍ସ ପେମେଣ୍ଟ ଫେଲ୍‌ ହେବା ବା ବିଳମ୍ୱିତ ପେମେଣ୍ଟର ଅଭିଯୋଗ କରିବା ପାଇଁ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଥିଲେ। ପେଟିଏମ୍‌ ୟୁଜର୍ସଙ୍କୁ ଏକ ଏରର ମେସେଜ୍‌ ଦେଖାଗଲା , ଯେଉଁଥିରେ କୁହାଯାଇ ଥିଲାଯେ, ଆପ୍‌ରେ ସମସ୍ୟା ଆସୁଛି। ଗୁଗଲ ପେ ଓ ଫୋନପେରେ ମଧ୍ୟ ଏମିତି ହିଁ ସମସ୍ୟା କୁହାଯାଇଛି। 

କମ୍ପାନୀ କୌଣସି ସୂଚନା ଦେଇ ନାହିଁ –

କହି ରଖୁଛି କି ପ୍ରତିଦିନ ଶହ ଶହ ୟୁଜର୍ସ ପେମେଣ୍ଟ କରିବା ପାଇଁ ୟୁପିଆଇର ବ୍ୟବହାର କରିଥାନ୍ତି। ଅନେକ ବ୍ୟବସାୟୀ ଓ ଉପଭୋକ୍ତା ଯାହା ଡେଲି ପେମେଣ୍ଟ ପାଇଁ ୟୁପିଆଇ ଉପରେ ହିଁ ନିର୍ଭରଶୀଳ। ତାଙ୍କ ପାଇଁ ହଠାତ୍‌ ଆସିଥିବା ଏହି ପ୍ରତିବନ୍ଧକ ପିକ୍‌ ଆୱାର୍ସ ବେଳେ ଅସୁବିଧା ସୃଷ୍ଟି କରିଛି। ହେଲେ ୟୁପିଆଇକୁ ମ୍ୟାନେଜ୍‌ କରୁଥିବା ସଂସ୍ଥା ଏନପିସିଆଇ ପକ୍ଷରୁ ଏବେସୁଦ୍ଧା ଏହି ସମସ୍ୟା ବିଷୟରେ କିଛି ତଥ୍ୟ ଦିଆଯାଇ ନାହିଁ। 

ମାର୍ଚ୍ଚରେ ୟୁପିଆଇର ବ୍ୟବହାର ରେକର୍ଡ ଭାଙ୍ଗିଥିଲା- ଏହି ପରିବର୍ତ୍ତନ ଏମିତି ସମୟରେ ଆସିଛି, ଯେବେ ଭାରତରେ ୟୁପିଆଇର ଉପଯୋଗ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚରେ ୟୁପିଆଇ ୧୮.୩ ବିଲିୟନରୁ ଅଧିକ ନେଣଦେଣ କରିଛି, ଯାହା ଫେବ୍ରୁଆରୀରେ ୧୬.୧୧ ବିଲିୟନରୁ ଅଧିକ ଥିଲା। ଏହି ନେଣଦେଣର ମୂଲ୍ୟ ୨୪.୭୭ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚି ଯାଇଛି, ଯାହା ଡିଜିଟାଲ ପେମେଣ୍ଟ ଉପର ନିର୍ଭରତା ବୃଦ୍ଧିକୁ ଦର୍ଶାଇ ଥାଏ। ମାର୍ଚ୍ଚରେ ଫୋନପେ ୟୁପିଆଇ କ୍ଷେତ୍ରରେ ସବୁଠୁ ଆଗରେ ରହି ୮୬୪ କୋଟିରୁ ଅଧିକ ନେଣଦେଣ କରିଛି , ଯାହା ମୋଟ ୟୁପିଆଇ ଟ୍ରାଫିକ୍‌ର ପାଖାପାଖି ଅଧା। ଗୁଗଲ ପେ ଏହାର ପଛରେ ରହିଛି। ହେଲେ , ପେଟିଏମ୍‌ର ଆକାର ଛୋଟ , କିନ୍ତୁ ଏହାର ବ୍ୟବହାର ଏବେ ବି ଖୁବ୍‌ ଅଧିକ , ବିଶେଷକରି ଦୋକାନୀ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.