ନୂଆଦିଲ୍ଲୀ –ଯଦି ଆପଣ ମଧ୍ୟ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ପାରୁନାହାନ୍ତି, ତ ଆପଣ ଏମିତି ସମସ୍ୟାରେ ଏକୁଟିଆ ନୁହଁନ୍ତି। ସାରାଦେଶରେ ଆଜି (୧୨ ମଇ) ୟୁନିଫାଇଡ୍ ପେମେଣ୍ଟସ ଇଣ୍ଟରଫେସ୍ ଅର୍ଥାତ୍‌ ୟୁପିଆଇ ସର୍ଭିସେସ୍‌ ପୁଣି ଥରେ ଡାଉନ ହୋଇ ଯାଇଛି। ଏଥିପାଇଁ ୟୁଜର୍ସ ଗୁଗଲପେ , ପେଟିଏମ ଓ ଫୋନପେ ଭଳି ଆପ୍ସରେ ପେମେଣ୍ଟ କରି ପାରୁନାହାନ୍ତି। ପେମେଣ୍ଟ କରିବାରେ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଉଟେଜ୍ ଟ୍ରାକ୍‌ କରୁଥିବା ୱେବସାଇଟ୍‌ ଡାଉନ୍‌ ଡିଟେକ୍ଟର କହିଛି ଯେ,  ସନ୍ଧ୍ୟା ପାଖାପାଖି ୫ଟାରୁ ୟୁପିଆଇରେ ସମସ୍ୟା ଆସିବା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟାରେ ସବୁଠୁ ଅଧିକ ୯୧୩ଟି ଅଭିଯୋଗ ରୁଜୁ କରାଯାଇ ଥିଲା। ଏକ ମାସ ଭିତରେ ଏହା ୩ୟ ଥର, ଯେବେ ୟୁପିଆଇ ସର୍ଭିସେସ୍‌ ଡାଉନ୍‌ ହୋଇଛି। ହେଲେ , ଏବେ ସର୍ଭିସେସ୍‌ କାମ କରିବା ଆରମ୍ଭ କରି ଦେଇଛି। 

ୟୁଜର ସୋସିଆଲ ମିଡ଼ିଆରେ କଲେ ଅଭିଯୋଗ –

ଡାଉନ ଡିଟେକ୍ଟର ଅନୁସାରେ,ସମସ୍ୟାର ସାମ୍ନା କରୁଥିବା ପାଖାପାଖି ୩୧ ପ୍ରତିଶତ ଲୋକଙ୍କୁ ପେମେଣ୍ଟ କରିବାରେ ସମସ୍ୟା ଆସିଥିଲା। ୪୭ ପ୍ରତିଶତ ଲୋକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ଓ ୨୧ ପ୍ରତିଶତ ଲୋକଙ୍କୁ କ୍ରୟ କିଣାକିଣି କରିବାରେ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା। ସାରାଦେଶରେ ୟୁଜର୍ସ ପେମେଣ୍ଟ ଫେଲ୍‌ ହେବା ବା ବିଳମ୍ୱିତ ପେମେଣ୍ଟର ଅଭିଯୋଗ କରିବା ପାଇଁ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଥିଲେ। ପେଟିଏମ୍‌ ୟୁଜର୍ସଙ୍କୁ ଏକ ଏରର ମେସେଜ୍‌ ଦେଖାଗଲା , ଯେଉଁଥିରେ କୁହାଯାଇ ଥିଲାଯେ, ଆପ୍‌ରେ ସମସ୍ୟା ଆସୁଛି। ଗୁଗଲ ପେ ଓ ଫୋନପେରେ ମଧ୍ୟ ଏମିତି ହିଁ ସମସ୍ୟା କୁହାଯାଇଛି। 

କମ୍ପାନୀ କୌଣସି ସୂଚନା ଦେଇ ନାହିଁ –

କହି ରଖୁଛି କି ପ୍ରତିଦିନ ଶହ ଶହ ୟୁଜର୍ସ ପେମେଣ୍ଟ କରିବା ପାଇଁ ୟୁପିଆଇର ବ୍ୟବହାର କରିଥାନ୍ତି। ଅନେକ ବ୍ୟବସାୟୀ ଓ ଉପଭୋକ୍ତା ଯାହା ଡେଲି ପେମେଣ୍ଟ ପାଇଁ ୟୁପିଆଇ ଉପରେ ହିଁ ନିର୍ଭରଶୀଳ। ତାଙ୍କ ପାଇଁ ହଠାତ୍‌ ଆସିଥିବା ଏହି ପ୍ରତିବନ୍ଧକ ପିକ୍‌ ଆୱାର୍ସ ବେଳେ ଅସୁବିଧା ସୃଷ୍ଟି କରିଛି। ହେଲେ ୟୁପିଆଇକୁ ମ୍ୟାନେଜ୍‌ କରୁଥିବା ସଂସ୍ଥା ଏନପିସିଆଇ ପକ୍ଷରୁ ଏବେସୁଦ୍ଧା ଏହି ସମସ୍ୟା ବିଷୟରେ କିଛି ତଥ୍ୟ ଦିଆଯାଇ ନାହିଁ। 

ମାର୍ଚ୍ଚରେ ୟୁପିଆଇର ବ୍ୟବହାର ରେକର୍ଡ ଭାଙ୍ଗିଥିଲା- ଏହି ପରିବର୍ତ୍ତନ ଏମିତି ସମୟରେ ଆସିଛି, ଯେବେ ଭାରତରେ ୟୁପିଆଇର ଉପଯୋଗ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚରେ ୟୁପିଆଇ ୧୮.୩ ବିଲିୟନରୁ ଅଧିକ ନେଣଦେଣ କରିଛି, ଯାହା ଫେବ୍ରୁଆରୀରେ ୧୬.୧୧ ବିଲିୟନରୁ ଅଧିକ ଥିଲା। ଏହି ନେଣଦେଣର ମୂଲ୍ୟ ୨୪.୭୭ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚି ଯାଇଛି, ଯାହା ଡିଜିଟାଲ ପେମେଣ୍ଟ ଉପର ନିର୍ଭରତା ବୃଦ୍ଧିକୁ ଦର୍ଶାଇ ଥାଏ। ମାର୍ଚ୍ଚରେ ଫୋନପେ ୟୁପିଆଇ କ୍ଷେତ୍ରରେ ସବୁଠୁ ଆଗରେ ରହି ୮୬୪ କୋଟିରୁ ଅଧିକ ନେଣଦେଣ କରିଛି , ଯାହା ମୋଟ ୟୁପିଆଇ ଟ୍ରାଫିକ୍‌ର ପାଖାପାଖି ଅଧା। ଗୁଗଲ ପେ ଏହାର ପଛରେ ରହିଛି। ହେଲେ , ପେଟିଏମ୍‌ର ଆକାର ଛୋଟ , କିନ୍ତୁ ଏହାର ବ୍ୟବହାର ଏବେ ବି ଖୁବ୍‌ ଅଧିକ , ବିଶେଷକରି ଦୋକାନୀ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ।