ନୂଆଦିଲ୍ଲୀ,୧୦/୧୨:ଇଣ୍ଡୋନେସିଆରେ ପ୍ରକୃତିକର ତାଣ୍ଡବ । ଜାଭା ଦ୍ବୀପରେ ଭୂ-ସ୍ଖଳନ ଯୋଗୁଁ ୧୦ ମୃତ ।  ଏଥିସହ ୨ ଜଣ ନିଖୋଜ ଥିବା ଜଣାପଡିଛି। ସେହିପରି ଏଥିରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ସେଠାକାର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ସେପଟେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜାରି ରଖିଛି ଉଦ୍ଧାରକାର୍ଯ୍ୟ।  

ସୂଚନା ମୁତାବକ,  ଗତ ସପ୍ତାହରେ ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସୁକାବୁମୀ ଜିଲ୍ଲାର ୧୭୨ଟି ଗାଁ ପ୍ରଭାବିତ ହୋଇଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ନଦୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଏବେବି ନିଖୋଜ ରହିଛନ୍ତି । ତେବେ ପ୍ରଭାବିତ ଅଞ୍ଚଳର ୩ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛି ସୁକାବୁମୀ ପ୍ରଶାସନ । ତେବେ ବନ୍ୟା ଯୋଗୁ ୩୧ଟି ବ୍ରିଜ ସହ ୫୩୯ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।