ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଡରାଉଛି ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍‌ ; ଅସୁସ୍ଥତା ପାଇଁ ଛୁଟିରେ ୧୦୦ରୁ ଅଧିକ ପାଇଲଟ୍‌

Published By : Ankita S | July 25, 2025 12:35 PM

ନୂଆଦିଲ୍ଲୀ,୨୫/୦୭: ଜୁନ୍‌ ୧୨ରେ ହୋଇଥିବା ଅହମ୍ମଦାବାଦ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍‌ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୨୬୦ରୁ ଅଧିକ ଜଣଙ୍କ ଜୀବନ ଯାଇଥିଲା । ଏହା ପରେ ବି ବିମାନ ଦୁର୍ଘଟଣା ଘଟିଛି । ଏହାକୁ ନେଇ ପାଇଲଟ୍‌ଙ୍କୁ ନେଇ ବଡ଼ ଖୁଲାସା ହୋଇଛି । ବିମାନ ଦୁର୍ଘଟଣାକୁ ନେଇ ପାଇଲଟ୍‌ଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିଶେଷ କରି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହେବାକୁ ନେଇ ଚାପରେ ରହିଛନ୍ତି ପାଇଲଟ୍‌ । ଅନେକ ପାଇଲଟ୍‌ଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଜଣାପଡିଛି କି ଦୁର୍ଘଟଣାର  ୪ଦିନ ପରେ ଅର୍ଥାତ୍‌ ୧୬ ଜୁନ୍‌ରୁ ଏକକାଳୀନ ୧୧୨ ଜଣ ପାଇଲଟ୍‌ ଅଚାନକ୍‌ ଅସୁସ୍ଥତା କାରଣ ଦର୍ଶାଇ ଛୁଟି ନେଇଥିଲେ । ଅର୍ଥାତ୍‌ ସମସ୍ତେ ସିକ୍‌ ଲିଭରେ ରହିଥିଲେ । ଡିଜିସିଏ କ୍ରୁ ସଦସ୍ୟଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଏବଂ ପାଇଲଟ୍‌ଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟ୍‌ମାନଙ୍କ ମଧ୍ୟରେ ମାନସିକ ଚାପ ସୃଷ୍ଟି ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏବଂ ରାଷ୍ଟ୍ରମନ୍ତ୍ରୀ ମୁରଲୀଧନ ମୋହନ ଲୋକସଭାରେ କହିଛନ୍ତି ଯେ, ଏହି ଦୁର୍ଘଟଣା ପରେ ପାଇଲଟ୍‌ମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେଥିପାଇଁ ସିକ୍‌ ଲିଭ ଆବେଦନ କରିଥିଲେ । ଜୁନ୍‌ ୧୬ରୁ ମୋଟ୍‌ ୧୧୨ ଜଣ ପାଇଲଟ୍‌ ଅସୁସ୍ଥତା ସୂଚନା ଦେଇ ଛୁଟି ନେଇଥିଲେ । ସେମାନଙ୍କ ମଧ୍ୟରେ ୫୧ କମାଣ୍ଡର ଏବଂ ୬୧ ଫାଷ୍ଟ ଅଫିସର୍‌ ରହିଛନ୍ତି ।

କାହିଁକି ସଂସଦରେ ଉଠିଲା ମାମଲା ? ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ବହୁ ସଂଖ୍ୟକ ପାଇଲଟ୍ କ୍ରୁ ସଦସ୍ୟ ଅସୁସ୍ଥ ହେବାର ରିପୋର୍ଟ ଆସିଥିଲା । ସଂସଦରେ ଏ ସମ୍ପର୍କରେ ପ୍ରଶ୍ନ ଉଠିଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସଂସଦରେ କହିଥିଲେ ଯେ, ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ, ପାଇଲଟ୍ ଅସୁସ୍ଥ ହେବା ସମ୍ପର୍କିତ ଛୁଟିରେ ବୃଦ୍ଧି ପାଇଛି । ଏହି ଛୁଟିଗୁଡ଼ିକ ସମସ୍ତେ ଅଳ୍ପ ସମୟ ପାଇଁ ମାଗିଥିଲେ ।

ମନ୍ତ୍ରୀ କହିଛନ୍ତି ଯେ ଦୁର୍ଘଟଣା ପରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କ୍ରୁ ସଦସ୍ୟ ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ବିଷୟରେ କଥା ହୋଇଥିଲା । ଏହା ସହିତ, ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ଯାହା ଦ୍ୱାରା ପାଇଲଟ୍‌ମାନେ ଯେପରି ଦୁର୍ଘଟଣା ଦ୍ୱାରା ପ୍ରଭାବିତ ନ ହୁଅନ୍ତି । ଦୁର୍ଘଟଣା ପରେ ସେମାନେ ସିକ୍‌ ଲିଭ୍‌ ନେଇ ମାନସିକ ଚାପରୁ ମୁକ୍ତି ପାଇବାକୁ ଚେଷ୍ଟ କରିଥାଇପାରନ୍ତି ବୋଲି କୁହାଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.