ମୁମ୍ବାଇ,୨୯।୩: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଲଗଜରୀ ଲାଇଫଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ, ମୁମ୍ବାଇର ରାସ୍ତାରେ ହାର୍ଦ୍ଦିକ ତାଙ୍କର ନୂତନ ଫରାରୀ କାର୍ ଚଳାଉଥିବାର ଦେଖାଯାଇଥିଲେ। ତେବେ ୧୨ କୋଟି ଟଙ୍କାର ଏହି ସ୍ପୋର୍ଟ୍ସ କାରର ଗ୍ରାଉଣ୍ହ କ୍ଲିୟରେନ୍ସ ବହୁତ କମ୍। ଏହି କାରଣରୁ ମୁମ୍ବାଇର ଉଚ୍ଚା ଉଚ୍ଚା ସ୍ପିଡ୍ ବ୍ରେକ୍ ଉପରେ ତାଙ୍କୁ କାର ଡ୍ରାଇଭ୍ କରି ନେବା ବହୁତ ବଡ଼ ଚ୍ୟାଲେଞ୍ଜ।
🚨NICE GESTURE BY HARDIK PANDYA WITH POLICE OFFICER🚨
— Sam (@Cricsam01) March 28, 2026
- Hardik struggled with huge speed breakers in his ₹12 crore Ferrari 😭
Had to cross them at an angle, got a bit frustrated, Still stopped ahead to greet police officers with a handshake 👏🔥 pic.twitter.com/0vhdYPvWAc
ଭାଇରାଲ ଭିଡିଓରେ ଦେଖିପାରିବେ କିଭଳି ପାଣ୍ଡ୍ୟା କାରର ଗ୍ରାଉଣ୍ଡ ସ୍ପେସ୍କୁ ଡ୍ୟାମେଜ୍ ହେବାରୁ ବଞ୍ଚାଇବା ପାଇଁ କ୍ରିଏଟିଭ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ସେ କାରକୁ ସିଧା ନେବା ବଦଳରେ ଅଳ୍ପ ବଙ୍କେଇକି ସାବଧାନ ସହକାରେ ସ୍ପିଡ୍ ବ୍ରେକର ପାର କରିଥିଲେ। ଏହି ଭିଡିଓଟିକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି। ଯେଉଁଥିରେ ହାର୍ଦ୍ଧିକ ନିଜର ଲଗଜରୀ କାର ପ୍ରତି ଖୁବ୍ ପଜେସିଭ ଅଛନ୍ତି।
ହାର୍ଦ୍ଧିକ ସ୍ପିଡ୍ ବ୍ରେକ୍ର ପାର କରିବା ବେଳେ କିଛି ପୁଲିସ କର୍ମଚାରୀଙ୍କ ସହ ମଧ୍ୟ ତାଙ୍କର ଭେଟ ହୋଇଥିଲା। ରାସ୍ତାରେ ଚେକିଂ ସମୟରେ ମୁମ୍ବାଇର ସଡକରେ ଏଭଳି ଦାମୀ କାର ନେଇ ହାର୍ଦ୍ଧିକ ଯାଉଥିବାର ଦେଖି ପୁଲିସ କର୍ମଚାରୀ ବି ନିଜର ଖୁସି ରୋକି ପାରିନଥିଲେ। ହାର୍ଦ୍ଧିକଙ୍କ ସହ କିଛି କଥା ହେବା ସହ ହାଣ୍ଡସେକ୍ ମଧ୍ୟ କରିଥିଲେ। ମୈଦାନ ବାହାରେ ଏ ତ ହେଲା ପାଣ୍ଡ୍ୟାଙ୍କ ମସ୍ତି, କିନ୍ତୁ ଏବେ ପ୍ରକୃତ ପରୀକ୍ଷାର ସମୟ ରବିବାର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଆଉ କିଛି ଘଣ୍ଟା ପରେ ହେବାକୁ ଯାଉଛି। ଘରୋଇ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ସର୍ବଦା ପ୍ରାରମ୍ଭରୁ ମନ୍ଥର ଆରମ୍ଭ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।