ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜୁଆ ଆଡ୍ଡାରେ ଚଢାଉ : ୧୩ ଗିରଫ, ୫୬ ହଜାର ଜବତ

Published By : Suraj Kumar | October 27, 2024 9:21 PM

ଦାରିଙ୍ଗବାଡି,୨୭/୧୦(ଆପ୍ର):ଦାରିଙ୍ଗବାଡ଼ି ପୋଲିସ ଏକ ଜୁଆଆଡ୍ଡାରେ ଚଢ଼ଉ କରି  ୧୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୫୬ ହଜାର ୧୯୦ ଟଙ୍କା ସହ ୧୨ଟି ବାଇକ୍ ଜବତ କରିଛି।

ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିଲାବାଡ଼ି ଗାଁ ନିକଟ ଏକ ଜଙ୍ଗଲରେ ଶନିବାର ବିଳମ୍ବିତ ରାତିରେ ଏକାଧିକ ଲୋକ ଏକାଠି ହୋଇ ଜୁଆ ଖେଳୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା। ପୋଲିସ ଗାଡ଼ି ଦେଖି କିଛି ଜୁଆ ଖେଳାଳି ଦୌଡ଼ି ଫେରାର ହୋଇଥିବା ବେଳେ ୧୩ ଜଣକୁ ପୋଲିସ ଧରିବା ସହ ୫୬ ହଜାର ଓ ୧୨ ଟି ବାଇକ୍ ଜବତ କରିଥିଲା ।  ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ  ରମେଶ ପ୍ରଧାନ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.