ପୁରୀ, ୨୬।୧୧ : ପୁରୀ ପୁଲିସ ଦ୍ୱାରା ଚାଲିଥିବା ଅପରେସନ “ଚକ୍ର” ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା ଓ ପ୍ରାପ୍ତ ବୟସ୍କଙ୍କ ଝିଅ ଉଦ୍ଧାର କରିବାରେ ଏକ ସଫଳତା ମିଳିଛି। ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର ହୋଇଛନ୍ତି। ଉଦ୍ଧାରଙ୍କ ମଧ୍ୟରେ ୬୨ ଜଣ ନାବାଳିକା ଥିବା ବେଳେ ୮୦ ଜଣ ଯୁବତୀ ରହିଛନ୍ତି।

ପୁରୀ ଏସପି ପ୍ରତୀକ ସିଂ ସମଗ୍ର ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ହଜିଯାଇଥିବା ନାବାଳିକା ଏବଂ ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ସମୟରେ ଉଦ୍ଧାର କରିବା ପାଇଁ ନିର୍ଦେଶ ଦେଇଥିଲେ। ଥାନାମାନଙ୍କୁ ମିସିଂ କେସ ଟ୍ରାକିଂ, ରେଡ଼, ଇଣ୍ଟରସେପ୍ସନ, ଟେକ୍ନିକାଲ ଆନାଲିସିସ ଓ ଇଣ୍ଟରସ୍ଟେଟ କୋଅର୍ଡିନେସନ ଜୋର ଦେବାକୁ ପରାମର୍ଶ ଦେଇଛନ୍ତି।

ବୁଧବାର ମୋଟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ବ୍ରହ୍ମଗିରି ଥାନା, ନିମାପଡା ଥାନା, କାକଟପୁର ଥାନା ଦ୍ୱାରା ୩ ନାବାଳିକା ଉଦ୍ଧାର କରାଯିବା ସହ ସତ୍ୟବାଦୀ ଥାନା ଜଣେ ପ୍ରାପ୍ତ ବୟସ୍କ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ଗତ ତିନି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୬୨ ନାବାଳିକା ଉଦ୍ଧାର ହୋଇଛନ୍ତି। ସେହିପରି ପୁରୀ ପୋଲିସ ମୋଟ ୮୦ ଜଣ ପ୍ରାପ୍ତ ବୟସ୍କ ଝିଅ ଦ୍ୱାରା ଉଦ୍ଧାର ହୋଇଛନ୍ତି ।