ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ବିଧାନସଭାକୁ ପୁଣିଥରେ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଆତଙ୍କ। ଏହି ଇମେଲ୍ରେ ଦାବି କରାଯାଇଛି ଯେ, ତିନି ଘଣ୍ଟା ଭିତରେ ବିଧାନସଭା ପରିସରରେ ସାଇନାଇଡ୍ ଗ୍ୟାସ୍ ଭର୍ତ୍ତି ୧୫ ଆରଡିଏକ୍ସ ବମ୍ ବିସ୍ଫୋରଣ ହୋଇଥିଲା। ଏହି ଧମକ ପରେ ସୁରକ୍ଷା ଏଜେନ୍ସି ତୁରନ୍ତ ଆଲର୍ଟ ହୋଇଯାଇଥିଲେ। ଇମେଲ୍ରେ ଖୁବ୍ ଆପତ୍ତିଜନକ ଓ ଉତ୍ତେଜନାକାରୀ କଥା ଲେଖା ଯାଇଥିଲା। ଏଥିରେ କୁହାଯାଇଥିଲା ସବୁ ମୁସଲମାନ କର୍ମଚାରୀଙ୍କୁ ତୁରନ୍ତ ପରିସରରୁ ହଟାଇ ନିଆଯାଉ। ଏହା ସହିତ ଇମେଲରେ ଏହା ମଧ୍ୟ ଲେଖିଥିଲେ ଯେ କୌଣସି ବ୍ରାହ୍ମଣଙ୍କୁ ଡିଏମକେ୍ରେ ସାମିଲ ନହେବା ଊଚିତ୍।’
ଧମକପୂର୍ଣ୍ଣ ଇମେଲରେ ଲେଖା ଅଛି, ‘ତିନି ଘଣ୍ଟା ମଧ୍ୟରେ, ଆମେ ତୁମର ଦିଲ୍ଲୀ ବିଧାନସଭା କାର୍ଯ୍ୟାଳୟରେ ସାୟନାଇଡ୍ ଗ୍ୟାସ୍ ଭର୍ତ୍ତି ୧୫ଟି RDX ବୋମା ବିସ୍ଫୋରଣ କରିବୁ। କେବଳ ସମସ୍ତ ମୁସଲିମ କର୍ମଚାରୀଙ୍କୁ ତୁରନ୍ତ ବାହାର କରିବାକୁ ପଡିବ।’ ଧମକପୂର୍ଣ୍ଣ ଇମେଲରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି, ଯେଉଁଥିରେ ଏସ୍ ଭି ଶେଖରଙ୍କ ନାମ ନିଆଯାଇଛି। ଇମେଲରେ ଲେଖା ଅଛି, ‘ଏସ୍.ଭି. ଶେଖର ଜଣେ ବ୍ରାହ୍ମଣ ଯିଏ ଡିଏମକେରେ ଯୋଗ ଦେଇଛନ୍ତି। ଏବେ ତୁମର ବିଧାନସଭା ଉଡ଼ାଇ ଦିଆଯିବ କାରଣ ତୁମେ ତାଙ୍କୁ ଦକ୍ଷିଣ ଭାରତ ଏବଂ ଡିଏମକେକୁ ବିଜେପି ବ୍ରାହ୍ମଣ ଏଜେଣ୍ଟ ଭାବରେ ପଠାଇଛ।’
ଧମକକୁ ଗମ୍ଭୀରତାର ସହ ନେଇ, ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଦିଲ୍ଲୀ ପୋଲିସର ବମ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ବିଧାନସଭା ପରିସରରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ବର୍ତ୍ତମାନ ତଦନ୍ତ ଚାଲିଛି, ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା କହିଛନ୍ତି ଯେ ଏହି ମାମଲାକୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯିବା ଉଚିତ, କାରଣ ଏଥିରେ ଆତଙ୍କବାଦୀ ଏବଂ ଦେଶ ବିରୋଧୀ ଶକ୍ତି ସାମିଲ ହେବାର ସମ୍ଭାବନା ରହିଛି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ବି ଦିଲ୍ଲୀ ବିଧାନସଭାକୁ ଧମକ ମିଳିସାରିଛି। ୨୫ ମାର୍ଚ୍ଚରେ ବମ୍ରେ ଉଡାଇବା ନେଇ ଧମକ ମିଳିଥିଲା। ଏହି ମେଲ୍ ୧୬ ଆରଡିଏକ୍ସ ଆଇଡି ଲଗାଯାଇଥିବାର ଦାବି ହୋଇଥିଲା।