ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ହିଜବୁଲ୍ଲା ଠିକଣା ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ ସେନା । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟାଳୟ, ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଏବଂ ରକେଟ୍ ଲଞ୍ଚର୍ ସମେତ ୧୫୦ ରୁ ଅଧିକ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ବଂସ କରିଦେଇଛି ସେନା । ଏହି ସମୟ ମଧ୍ୟରେ ବହୁ ସଂଖ୍ୟକ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳୁଛି । ତେବେ ସେମାନଙ୍କ ସଂଖ୍ୟା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ । ଅକ୍ଟୋବର ୧ ରେ ତେଲ ଅଭିବ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲ ଆଜି ହିଜବୁଲ୍ଲା ଉପରେ ଏହି ଆକ୍ରମଣ ଆରମ୍ଭ କରିଛି । ଇରାନ ବିରୋଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲ ମଧ୍ୟ ପ୍ରତିଜ୍ଞା କରିଛି ।
ଇସ୍ରାଏଲ୍ ସେନା କହିଛି ଯେ, ଆମର ସନ୍ୟମାନେ ଆଇଏଏଫ୍ ସହଯୋଗରେ ସୀମା ନିକଟ ଆତଙ୍କବାଦୀଙ୍କୁ ହଟାଇ ଦେଇଛନ୍ତି ଏବଂ ସଠିକ୍ ମାର୍ଗଦର୍ଶନ ତଥା କାର୍ଯ୍ୟକଳାପ ମାଧ୍ୟମରେ ହିଜବୁଲାର ଭିତ୍ତିଭୂମି ନଷ୍ଟ କରିଛନ୍ତି । ଇସ୍ରାଏଲ୍ ସେନା କହିଛି ଯେ ହିଜବୁଲାର ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି ।
ଏଥିରେ ହିଜବୁଲ୍ଲାର ରକେଟ୍ ଲଞ୍ଚର୍, ବିସ୍ଫୋରକ ଷ୍ଟୋର୍ ଏବଂ ଅତିରିକ୍ତ ସାମରିକ ଉପକରଣ ଅନ୍ତର୍ଭୁକ୍ତ ରହିଛି । ଇରାନ ଆକ୍ରମଣ ସତ୍ତ୍ୱେ ଲେବାନନରେ ହିଜବୁଲ ଠିକଣା ଉପରେ ଇସ୍ରାଏଲ୍ ସନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ୍ ସେନା ମଧ୍ୟ ଏକ ଗ୍ରାଉଣ୍ଡ ଅପରେସନ୍ କରୁଛି ଯେଉଁଥିରେ ହିଜବୁଲ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଆକ୍ରମଣ କରାଯାଉଛି ।