ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ

Published By : Harapriya Sethi | May 4, 2025 11:37 AM

କେଗାଁ, ୦୪/୦୫: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରରେ ଥିବା ଦୁଇଟି ଏ.ଟି. ଏମ ଦୀର୍ଘ ତିନି ମାସ ଧରି ଅଚଳ ହୋଇ ପଡିଥିବାରୁ ଲୋକେ ଟଙ୍କା ଉଠାଇ ନ ପାରି ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି । 

ସୂଚନା ଥାଉ କି ଗୋଲାମୁଣ୍ଡାରେ ଏସ. ବି. ଆଇ ଏବଂ ଏକ୍ସସିସ ବ୍ୟାଙ୍କ ଏଟିଏମ ଥିଲେ ସୁଦ୍ଧା ଦୁଇଟି ଯାକ ଅଚଳ ହୋଇ ପଡିଛି । ଆଖ ପାଖ ଅଞ୍ଚଳର ପ୍ରାୟ ୨୦ଟି ଗାଁର ଲୋକମାନେ ଏହି ଏଟିଏମ ଉପରେ ନିର୍ଭର କରନ୍ତି । ନିତାନ୍ତ ଆବଶ୍ୟକ ସମୟରେ ଲୋକେ ଟଙ୍କା ଉଠାଇବାରୁ ବଞ୍ଚିତ ହେଉଛନ୍ତି । ଦୁଇ ମାସ ପୂର୍ବେ ଏସ. ବି ଆଇ ଏଟିଏମ ର ମରାମତି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା ଆଜି ଯାଏଁ କାମ ସରିପାରି ନାହିଁ । 

ଅନ୍ୟ ପଟରେ ଏକ୍ସସିସ ବ୍ୟାଙ୍କ ଏଟିଏମ ବିନା କାରଣରୁ ଅଚଳ ହୋଇ ପଡିବା ଗ୍ରାହକଙ୍କ ପାଇଁ ଦୁର୍ଭାଗ୍ୟ ଜନକ ହୋଇ ପଡିଛି । ଗୋଲାମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବ୍ରାଞ୍ଚ ମେନଜର ଙ୍କୁ ଏଟିଏମ୍ ବାବଦରେ ପଚାରିବାରୁ ମରାମତି କାମ ଚାଲିଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅନ୍ୟପଟେ ଭିଷଣ ଗୁଳୁଗୁଳି ସହ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ସକାଳ ୧୦ ଘଣ୍ଟା ପରେ ବାହାର କୁ ବାହାରିବା ସମ୍ଭବ ହୋଉନଥିବା ବେଳେ ବାଧ୍ୟ ହୋଇ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍ ର ଲମ୍ବା ଲାଇନ୍ ରେ ଛିଡ଼ା ହେବାକୁ ପଡ଼ୁଛି । ଏଥିପାଇଁ ଟଙ୍କା ଉଠାଇବା ପାଇଁ ଆସୁଥିବା ଗ୍ରାହକ ଙ୍କ ମଧ୍ୟ ରେ ଉଦବେଗ ପ୍ରକାଶ ପାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.