ପ୍ରମୂଖ ଖବର
  • ଢ଼ାକାରେ ଖସିଲା ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁମ୍ଵାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲା; ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଫାଶୀ ଦଣ୍ଡାଦେଶ ରଦ୍ଦ

Published By : Rasmita Pradhan | July 21, 2025 10:09 AM

ନୂଆଦିଲ୍ଲୀ, ୨୧/୦୭ : ୧୯ ବର୍ଷ ପରେ ୨୦୦୬ ମୁମ୍ଵାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଆସିଲା ରାୟ । ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଫାଶୀ ଦଣ୍ଡାଦେଶକୁ ରଦ୍ଦ କଲେ ବମ୍ବେ ହାଇକୋର୍ଟ । ପ୍ରମାଣ ଅଭାବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଷ୍ଟିସ୍ ଅନିଲ କିଲୋର ଏବଂ ଜଷ୍ଟିସ୍ ଶ୍ୟାମ ଚାଣ୍ଡକଙ୍କ ସ୍ଵତନ୍ତ୍ର ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରମାଣ କରିବାରେ ସରକାରୀ ଓକିଲ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 

୨୦୦୬ର ସେହି କଳା ଦିନ...

ସୂଚନା ଥାଉକି, ୨୦୦୬ ଜୁଲାଇ ୧୧ ତାରିଖ ସନ୍ଧ୍ୟାରେ ମୁମ୍ଵାଇରେ ଘଟିଥିଲା ଛାତିଥରା ଘଟଣା। ମାତ୍ର ୧୧ ମିନିଟ୍‌ରେ ଲୋକାଲ୍ ଟ୍ରେନ୍‌ର ୭ଟି ସ୍ଥାନରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ଏହି ବିସ୍ଫୋରଣରେ ଚାଲିଯାଇଥିଲା ୧୮୯ ଜଣଙ୍କ ଜୀବନ। ଆହତ ହୋଇଥିଲେ ୮୨୭ରୁ ଅଧିକ। ଏହି ମାମଲାରେ ମୋଟ୍ ୧୩ଜଣଙ୍କୁ ଗିରଫ କରିଥିବା ବେଳେ ୧୫ ଜଣଙ୍କୁ ଫେରାର୍ ଘୋଷଣା କରିଥିଲା ମହାରାଷ୍ଟ୍ର ଏଟିଏସ୍ । ୨୦୦୬ ନଭେମ୍ବରରେ ଦାଖଲ ହୋଇଥିଲା ମାମଲାର କେସ୍ ଡାଏରୀ। ଦୀର୍ଘ ଦିନ ଯାଏଁ ଲମ୍ଵିତ ଥିଲା ମାମଲା। ୨୦୧୫ରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୧୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ MCOCA ଟ୍ରାଏଲ୍ କୋର୍ଟ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ।

ଟ୍ରାଏଲ୍ ଏବଂ ଅପିଲ୍‌ର ସଙ୍ଘର୍ଷ

୨୦୧୫ରେ ରାଜ୍ୟ ସରକାର ଟ୍ରାଏଲ୍ କୋର୍ଟ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ବମ୍ଵେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏହାପରେ, ୨୦୧୯ ରୁ ୨୦୨୩ ଭିତରେ ଅଭିଯୁକ୍ତମାନେ ଏହାକୁ ଚ୍ୟାଲେଞ୍ଜ କରି ଅପିଲ୍ କରିଥିଲେ। ମାମଲାର ଗମ୍ଭୀରତା ଯୋଗୁଁ ମାମଲାଟି ଦୀର୍ଘ ଦିନ ଧରି ବିଚାରାଧୀନ ଥିଲା। ଅନେକ ଥର ମାମଲାଟି ବିଭିନ୍ନ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ନିୟମିତ ଶୁଣାଣି ହୋଇପାରିନଥିଲା। 

୧୯ ବର୍ଷ ପରେ ରାୟ

ଶେଷରେ, ଜଣେ ଅଭିଯୁକ୍ତ ଆବେଦନର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିବା ପରେ, ହାଇକୋର୍ଟ ଏହା ଉପରେ ଶୁଣାଣି ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ରାୟ ଦେଇଛନ୍ତି। ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ସରକାରୀ ଓକିଲଙ୍କ ଦ୍ୱାରା ଉପସ୍ଥାପିତ ପ୍ରାୟ ସମସ୍ତ ସାକ୍ଷୀଙ୍କ ବୟାନ ଅବିଶ୍ୱସନୀୟ ବୋଲି ପ୍ରମାଣିତ ହୋଇଛି। ବିଶେଷକରି, କୋର୍ଟ ଟ୍ୟାକ୍ସି ଡ୍ରାଇଭର କିମ୍ବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, "ବିସ୍ଫୋରଣର ପ୍ରାୟ ୧୦୦ ଦିନ ପରେ ଜଣେ ସାଧାରଣ ଲୋକ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମନେ ରଖିବା ସ୍ୱାଭାବିକ ନୁହେଁ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.