ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାତ୍ୟା ପାଇଁ ୨୨୧ ଟ୍ରେନ୍ ବାତିଲ

Published By : Rasmita Pradhan | October 23, 2024 9:11 AM

ଭୁବନେଶ୍ୱର,୨୩/୧୦ : ବାତ୍ୟା "ଦାନା' ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲୁଥିବା ୨୨୧ଟି ଟ୍ରେନ୍ ବାତିଲ ହୋଇଛି । ଆସନ୍ତା ୨୩, ୨୪, ୨୫ ଓ ୨୬ ତାରିଖରେ ଏହି ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ମଙ୍ଗଳବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ ତାରିଖରେ ବାତିଲ ଟ୍ରେନ୍‌ ଭିତରେ ରହିଛି କାମାକ୍ଷା-ବେଙ୍ଗାଲୁରୁ, ନୂଆଦିଲ୍ଲୀ ଭୁବନେଶ୍ୱର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିଲଚର-ସିକନ୍ଦରାବାଦ, ସିକନ୍ଦରାବାଦ- ଭୁବନେଶ୍ୱର, ଦିବ୍ରୁଗଡ-କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା, ପୁଡୁଚେରୀ-ହାଓଡା ଟ୍ରେନ୍‌ ରହିଛି । 

ସେହିପରି ୨୪ ତାରିଖରେ ସାଲିମାର-ପୁରୀ, ହାଓଡ଼ା-ଭୁବନେଶ୍ୱର, ହାଓଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ଆନନ୍ଦବିହାର-ପୁରୀ, ହାଓଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼ଗପୁର ଭଦ୍ରକ, ଭଦ୍ରକ-କଟକ, ୨୫ ତାରିଖରେ ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର ଖୋର୍ଦ୍ଧା ରୋଡ୍‌, ଦୀଘା-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ୨୬ରେ ଅହମ୍ମବାଦ-ପୁରୀ, ପୁରୀ-ଗାନ୍ଧିଧାମ, ନିଜାମୁଦ୍ଦିନ-ପୁରୀ, ଜୟନଗର-ପୁରୀ ଏବଂ ୨୭ ତାରିଖରେ ରାମେଶ୍ୱରମ ଭୁବନେଶ୍ୱର ଆଦି ଟ୍ରେନ୍‌ ବାତିଲ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.