ଦେବଗଡ଼,୨୨।୬: ଦେବଗଡରେ ପୃଥକ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଚଳନ୍ତା ବାଇକ୍ ଉପରେ ବଜ୍ରପାତ ହେବାରୁ ବାଇକ ସହ ୨ ଜଣ ବାଇକ ଆରୋହୀ ଜଳିଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ବାରକୋଟ ବ୍ଳକ କାଉଁସିବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟସିଂହ ଗ୍ରାମ ନିକଟରେ । ଘଟଣାରେ ଆଉ ୪ ଜଣ ଆହତ ହୋଇଥିବା ନେଇ ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋମବାର ସନ୍ଧ୍ୟାରେ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାସାହି ଓ ପିଟାସାହି ଗ୍ରାମର ଛଅ ଜଣ ଯୁବକ ତିନୋଟି ମଟରସାଇକଲ ଯୋଗେ ରେଙ୍ଗାଳୀ ଡ୍ୟାମ ଭିତରେ ରହିଥିବା ବନାକାଲୋ ଗ୍ରାମ ଶିବ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ବାରକୋଟ ବ୍ଳକ କାଉଁସିବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟସିଂହ ଗ୍ରାମ ନିକଟରେ ସେମାନଙ୍କ ବାଇକ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ମୋଟର ସାଇକେଲ ସହ ୨ ଯୁବକ ଜଳିଯାଇଥିଲେ। ଆଉ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଅନ୍ୟ ଚାରି ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇଜଣ ହେଲେ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାସାହି ଗ୍ରାମର ବୁବୁନ ସାମଲ ଓ ପିଟାସାହି ଗ୍ରାମର ଡୋଳାମଣୀ ପେଣ୍ଠେଇ। ସେହିଭଳି ଦେବଗଡ଼ ସହର ନଅ ନମ୍ବର ୱାର୍ଡ ଅନ୍ତର୍ଗତ ତେନ୍ତୁଳିସାହିରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ପଡନ୍ତୁ : ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣା, ଶରଣକୂଳ ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ