ଝରିଗାଁ, ୨୩/୧୧ : କରମରି ଗ୍ରାମ ନିକଟ ଝରିଗାଁ-ଉମରକୋଟ ମୁଖ୍ୟ ରାସ୍ତାରେ ଏକ ବାଇକ ଧକ୍କାରେ ୩ ଜଣ ମହିଳା ଗୁରୁତର ହୋଇଛନ୍ତି। ଏଥିସହ ବାଇକରେ ବସିଥିବା ୨ ଜଣ ମହିଳା, ଜଣେ ଯୁବକ ଓ ବାଇକ ଆରୋହୀ ସାମାନ୍ୟ  ଆହତ  ହୋଇଛନ୍ତି। ଗୁରୁତର ତିନି ମହିଳା ହେଲେ ବୃଦ୍ଧା ପାର୍ବତୀ କଲାର (୬୦),  ଯମୁନା ପୂଜାରୀ (୨୦) ଏବଂ ଇଲାବତି ଗଣ୍ଡ (୪୨) ।

ଝରିଗାଁ ବ୍ଲକ ଗୁରୁସୀଙ୍ଗା ପଞ୍ଚାୟତ କୁସୁମୀ ଗ୍ରାମର ପ୍ରସିଦ୍ଧ ମା’ ମହାଦେଇ ଠାକୁରାଣୀ କୋଟଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରା ଦେଖିବାକୁ  ପାର୍ବତୀ, ଯମୁନା ଓ ଇଲାବତୀ ଯାଉଥିଲେ। କରମରି ଗ୍ରାମ ନିକଟ ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତାରେ ଏକ ବାଇକ ପଛପଟୁ ସେମାନଙ୍କୁ ଧକ୍କା ଦେଇଥିଲା।  ଏଥିରେ ୩ ଜଣ ମହିଳା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିପରି ବାଇକରେ ବସିଥିବା ଡ଼ାଲିମା ଗଣ୍ଡ (୩୦) ଓ ଭାଗ୍ୟବତୀ ଗଣ୍ଡ (୨୪) ଚିତ୍ତରଞ୍ଜନ ପନକା (୨୭) ସମେତ ବାଇକ୍ ଚାଳକ ଅମୁସ ରାଜଗଣ୍ଡ (୨୫) ସାମାନ୍ଯ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଶିକାର ହୋଇଥିବା ୫ ଜଣ ମହିଳା ଝରିଗାଁ ବ୍ଲକ ଏକାମ୍ୱା ପଞ୍ଚାୟତ ଧନପୁର ଗ୍ରାମର। ସେହିପରି ଯୁବକ ୨ ଜଣକ ହେଲେ କୁସୁମୀ ଗ୍ରାମର ଚିତ୍ତରଞ୍ଜନ ପନକା ଓ  ବାଇକ୍ ଚାଳକ ଜଣକ ରାଇଘର ବ୍ଲକ ପାଡୁଆ ଗ୍ରାମର ଅମୁସ ରାଜଗଣ୍ଡ । ଗୁରୁତର ତିନି ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଡାକ୍ତର  ସୂଚନା ଦେଇଛନ୍ତି।