ଭୁବନେଶ୍ୱର,୯/୧୦ : ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା ।
ଏ ସମ୍ପର୍କିତ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଚଢ଼ଉ କରାଯାଇଛି । ଉକ୍ତ ଚଢ଼ଉ ସମୟରେ ୪୬ଟି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏହି ଚଢ଼ଉ ସମୟରେ ଅତିରିକ୍ତ ବିଏମସି ଯୋଗାଣ ଅଧିକାରୀ ରୋହିତ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ବିଏମସିର ଯୋଗାଣ ନିରୀକ୍ଷକ ଦୀପ୍ତି ରଞ୍ଜନ ଇନ୍ଦ୍ର ସିଂ, ଯତୀନ ରାଉତ ଓ ଅଲିଭା ଦାଶ ପ୍ରମୁଖ ସହଯୋଗ କରିଥିଲେ l