ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶୀତଦିନେ ଆପଣାନ୍ତୁ ଏହି ଉପାୟ, ରହିବେ ସୁସ୍ଥ

Published By : Anindita Ratha | November 3, 2024 2:35 PM

ଆସିଲାଣି ଶୀତଋତୁ । ବର୍ତ୍ତମାନ ସେତେ ଥଣ୍ଡା ପଡି ନଥିଲେ ମଧ୍ୟ ଆଗକୁ ଏହା ଧିରେ ଧିରେ ବଢିବ। ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିନ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ। ଆୟୁର୍ବେଦ ଚିକିତ୍ସା ଅନୁସାରେ ଅନ୍ୟ ଋତୁ ତୁଳନାରେ ଶୀତ ଦିନ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଶୀତ ଋତୁରେ ଆମର ହଜମ ଶକ୍ତି ବହୁତ ଭଲ ଥାଏ। କିନ୍ତୁ ଶୀତଦିନେ ଆମେ ଆମର ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଥାଉ, ଯେଉଁ କାରଣରୁ ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇ ଅସୁସ୍ଥ କରିଥାଉ।

ଖରାରେ ବସିବା:ଶୀତ ଦିନରେ ସୂର୍ଯ୍ୟ କିରଣ ଗ୍ରହଣ କରିବା ମଧ୍ୟ ଆୟୁର୍ବେଦରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତେଲ ମାଲିସ୍ କରିବା ପରେ, ହାଲୁକା ସୂର୍ଯ୍ୟ କିରଣରେ ୫-୧୦ ମିନିଟ୍ ବସି ତା’ପରେ ଗାଧୋଇବା ଉଚିତ।

ତେଲ ମାଲିସ୍:ଶୀତ ଦିନରେ ଶରୀରରେ ତେଲ ମାଲିସ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳେ ଗାଧୋଇବା ପୂର୍ବରୁ ରାଶି ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରି ଶରୀରକୁ ଭଲ ଭାବେ ମାଲିସ୍ କରିବା ଉଚିତ।

ଭାତ ଖାଇବାରୁ ଦୂରେଇ ରହିବା:ଶୀତ ଦିନରେ ଭାତ ଖାଇବା ଦ୍ୱାରା କଫ ବୃଦ୍ଧି ହୋଇଥାଏ। ଏପରି ପରିସ୍ଥିତିରେ ଭାତ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଭାତ ଖାଇବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଦିନରେ ଖାଇପାରିବେ, କିନ୍ତୁ ଯଦି ଆପଣ ଏହାକୁ ରାତିରେ ଖାଇବାକୁ ଇଛାହୁଏ ତେବେ ଅଦା, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ପରି ଗରମ ମସଲା ବ୍ୟବହାର କରନ୍ତୁ।

ଖାଦ୍ୟରେ ମସଲା ବ୍ୟବହାର: ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଆୟୁର୍ବେଦିକ ଉପାୟ ଅନୁସାରେ ଖାଦ୍ୟରେ ଅଦା, ଗୋଲ ମରିଚ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ଭଳି ଜିନିଷ ବ୍ୟବହାର କରିବା ଜରୁରୀ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିବାରେ ସାହାଯ୍ୟ କରେ।

ଅଳସୁଆମି ଦୂର କରିବା: ଶୀତ ଦିନରେ ପ୍ରତ୍ୟେକ ବ୍ୟକ୍ତି ଅଳସୁଆମିର ଶିକାର ହୁଅନ୍ତି। ସକାଳେ ଉଠିବାକୁ ମନ ହୁଏନି। ଅନେକ ଲୋକମ ଅଧିକ ବିଶ୍ରାମ ନେବାକୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ କଫ ଆଉ ବାତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଶୀତ ଦିନରେ ଅଳସୁଆମିକୁ ଦୂର କରିବା ନିହାତି ଜରୁରୀ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.