ଭୁବନେଶ୍ଵର, ୧/୧୨ : ରାଜ୍ୟରୁ ତଡ଼ିପାର୍ ହେଲେଣି ୪୯ ବାଂଲାଦେଶୀ। ନୂଆ ସରକାର ଆସିବା ପରେ ଚିହ୍ନଟ ହୋଇଛନ୍ତି ୫୧ ବାଂଲାଦେଶୀ। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଗଲାଣି। ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟରୁ ୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ ପାସପୋର୍ଟ କରି ଧରା ପଡ଼ିଛନ୍ତି। ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରଶ୍ନରେ କହିଛନ୍ତି ଯେ, ଗତ ୬ ମାସ ଭିତରେ ୩୯ କଏଦୀ ଫେରାର୍ ହୋଇଛନ୍ତି। ୨୦୨୪ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ୩୯ ଜଣ କଏଦୀ ଫେରାର୍ ହୋଇଛନ୍ତି। ଗତ ଏକ ବର୍ଷରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲରେ ମୃତ୍ୟୁ ଘଟିଛି। ୮ ଜଣ ଆତ୍ମହତ୍ୟା କରିଛନ୍ତି।