ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭୁବନେଶ୍ୱର ଉପକଣ୍ଠ ନ୍ୟୁ ସିଟି ପାଇଁ ଖର୍ଚ୍ଚ ହେବ ୮ ହଜାର କୋଟି : ନାକା ଗେଟ୍‌ରୁ କାଟେଣି ୪ ଥାକିଆ ରାସ୍ତା, ସଂଯୋଗ ହେବ ମେଟ୍ରୋ

Published By : Rasmita Pradhan | November 20, 2024 1:07 PM

ଭୁବନେଶ୍ୱର, ୨୦/୧୧ : ଭୁବନେଶ୍ୱର ଉପକଣ୍ଠ ନୂଆ ସହର କାର୍ଯ୍ୟ ଆଉ ପାଦେ ଆଗକୁ ବଢ଼ିଛି। ନୂଆ ସହର ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଜମି ଅଧିଗ୍ରହଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଗୋଠପାଟଣା, ମଳିପଡ଼ା, ଦାସପୁରକୁ ଲାଗି ଏହି ନ୍ୟୁ ସିଟି ନିର୍ମାଣ ହେବ । ସହରରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକେ ରହିବା ଭଳି ଭିତ୍ତିଭୂମୀ ନିର୍ମାଣ କରାଯିବ । ରାସ୍ତା, ଡ୍ରେନ୍‌, ଗମନାଗମନକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ନୂଆ ନକ୍କା ପ୍ରସ୍ତୁତ କରିବ ବିଡିଏ। 

ଗମନାଗମନକୁ ଦୃଷ୍ଟିରେ ରଖି ନାକାଗେଟ୍‌ ଛକରୁ କାଟେଣୀ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ନିର୍ମାଣ କରାଯିବ । ଆଗକୁ ରିଙ୍ଗ ରୋଡ୍‌ ସହିତ ରାସ୍ତା ସଂଯୋଗ କରିବାକୁ ଯୋଜନା କରାଯାଇଛି । ଟ୍ରାଫିକ୍‌ ଭିଡ଼ କମାଇବାକୁ ଶାଖା ରାସ୍ତା ନିର୍ମାଣ ହେବ । ସିଟିରେ ମୋ ବସ୍‌ ଚଳପ୍ରଚଳ କରିବ । ସମ୍ପୂର୍ଣ୍ଣ ଭାବେ ଇ- ବସ ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି । ସେଠାରେ ଇ-ବସ୍‌ ଡିପୋ ନିର୍ମାଣ ହେବ । ମେଟ୍ରୋ ଟ୍ରେନ ସଂଯୋଗ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି । ମୋଟ୍‌ ୮୧୬୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଟାର୍ଗେଟ ରଖାଯାଇଛି । ଅଞ୍ଚଳ ଉନ୍ନତି ପାଇଁ ୬୦୬୯ କୋଟି ଖର୍ଚ୍ଚ ହେବ । ଏନେଇ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେବେ ବୋଲି ଜଣାପଡିଛି । 

ନିକଟରେ କେନ୍ଦ୍ର ସରକାରଙ୍କ ଏକ ଟିମ୍‌ ଏହାର ସର୍ଭେ କରିଥିଲେ । ସବୁଠୁ ବଡ଼ କଥା ହେଲା ଏହି ନୂଆ ସହରକୁ ସୋଲାର ସିଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ସହରରେ ପ୍ରାୟ ୬୦ ପ୍ରତିଶତ ସୌର ଶକ୍ତି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷ ଏନ୍‌ ଥିରୁମାଲା ନାଏକ ସୂଚନା ଦେଇଛନ୍ତି । ସହର ଭିତରେ ମାର୍କେଟ କମ୍ପେ୍ଲକ୍ସ, ଷ୍ଟାଡିୟମ, ସିନେମା ହଲ, ଖେଳ ପଡ଼ିଆ, ସ୍କୁଲ, କଲ୍ୟାଣ ମଣ୍ଡପ ନିର୍ମାଣ ହେବ । ୪୦ ପ୍ରତିଶତ ଜାଗା ଫାଙ୍କା ରଖାଯିବ । ସେହିପରି ସହରରେ ଜଳବନ୍ଦୀ ମୁକ୍ତ କରିବାକୁ ସ୍ୱତନ୍ତ୍ର ଡ୍ରେନ୍‌ ପ୍ଲାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆରମ୍ଭରୁ ହିଁ ସହର ଭିତରେ ଅଣ୍ଡରଗ୍ରାଉଣ୍ଡ କେବୁଲିଂ କରାଯିବ । 

ରାଜଧାନୀ ଉପକଣ୍ଠରେ ଥିବା ୩ଟି ରାଜସ୍ୱ ଗ୍ରାମ ମଳିପଡା, ଦାସପୁର ଓ ଗୋଠପାଟଣାରେ ପ୍ରାୟ ୮୨୧.୯୬୧ ଏକର ଜମି ଚିହ୍ନଟ କରାଯାଇଛି । ଏହି ଜମିରୁ ମଳିପଡାରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି) ୨୮.୫୦୦ ଏକର ଜାଗା ରହିଛି । ସେହିପରି ଗୋଠପାଟଣାରେ ୧୯୪ ଏକର ଜଙ୍ଗଲ ଜମି, ଇଡ୍‌କୋର ୭୯ ଏକର, ସାଧାରଣ ପ୍ରଶାସନର ୭୯ ଏକର ଏବଂ ଘରୋଇ ଜମି ୧୯ ଏକର ରହିଛି । ଦାସପୁରରେ ମୋଟ୍‌ ୨୧୫ ଏକର ଜମି ରହିଛି । ସେଥିମଧ୍ୟରେ ୧୦୩. ୧୦୫ ଏକର ଗୋଚର ଜମି । ୨୯.୫୧୦ ଜଙ୍ଗଲ ଜମି ଏବଂ ୫ ଏକର ଘରୋଇ ଜମି ରହିଛି । ଖୁବ୍‌ଶୀଘ୍ର ଏନେଇ ଜମି ଅଧିଗ୍ରହଣ କରାଯିବ। ତା ପୂର୍ବରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ୍‌ ୭.୫ କିମି ପାଚେରୀ ନିର୍ମାଣ ହେବ। ସେଥିମଧ୍ୟରୁ ପ୍ରାୟ ୧.୬ କିମି ପାଚେରୀ ନିର୍ମାଣ କାର୍ଯ୍ୟ କରିଛି ବିଡିଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.