ନୂଆଦିଲ୍ଲୀ,୦୮/୧୧: ନଭେମ୍ବର ୮ ତାରିଖ ୨୦୧୬ । ୮ବର୍ଷ ପୂର୍ବେ ଆଜିର ଦିନରେ ଦେଶରେ ଦୁଇ ପ୍ରକାର ନୋଟ ବନ୍ଦୀ ହୋଇଥିଲା । କଳାଧନ କାରବାର ଉପରେ ରୋକ ଲଗାଇବାକୁ ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଆଜି ଏହି ବିମୁଦ୍ରୀକରଣକୁ ୮ ବର୍ଷ ପୂରଣ ହୋଇଛି ।
ବିମୁଦ୍ରୀକରଣକୁ ୮ ବର୍ଷ- କଳାଧନ ଉପରେ ରୋକ ଲଗାଇବା ସହ ଆତଙ୍କବାଦୀଙ୍କ ଅର୍ଥ କାରବାର ଉପରେ ପ୍ରତିବନ୍ଧଖ ଲଗାଇବାକୁ ମୋଦି ସରକାର ବିମୁଦ୍ରୀକରଣ ନେଇ ନିଷ୍ପତ୍ତି ନେଇଥିଲେ । ୨୦୧୬ ମସିହା ନଭେମ୍ବର ୮ ତାରିଖରେ ଦେଶରେ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ପରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାତି ପାହିଲେ ବ୍ୟାଙ୍କ ଆଗରେ ବ୍ୟାନ ଟଙ୍କା ଫେରାଇବା ନେଇ ଲମ୍ବା ଧାଡି ଲାଗୁଥିଲା । କିଛି ସ୍ଥାନରେ ଟଙ୍କା ପୋଡିଦେବା ଓ ଫିଙ୍ଗି ଦେବା ଭଳି ଦୃଶ୍ୟ ମଧ୍ୟ ନଜରକୁ ଆସିଥିଲା ।
ବିଜେପିକୁ କଂଗ୍ରେସର ଟାର୍ଗେଟ- ବିମୁଦ୍ରୀକରଣକୁ ୮ ବର୍ଷ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ତାର ସୋସିଆଲ ମିଡିଆ ଏକ୍ସରେ ବିମୁଦ୍ରୀକରଣର ଏକ ଫୋଟ ପୋଷ୍ଟ କରି ଭାଜପାକୁ ନିଶାନା କରିଛି । ସେ କହିଛି ଏହି ଦିନ ବିମୁଦ୍ରୀକରଣର କଳାଦିନ । ଏହି ନିଷ୍ପତ୍ତି ପାଇଁ କୋଟି କୋଟି ଭାରତୀୟ କେତେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ଦେଖିଛୁ । ଅଚାନକ ନିଆଯାଇଥିବା ଏହି ନିଷ୍ପତ୍ତି ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥିଲା । ଯାହାର ପ୍ରଭାବ ଦୀର୍ଘ ଦିନ ଯାଏ ରହିଥିଲା । ବିଶେଷ କରି ଗରିବ ଓ ମଧ୍ୟବିତ୍ତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ଅର୍ଥନୀତି ଉପରେ ବିମୁଦ୍ରୀକରଣର ପ୍ରଭାବ- ବିମୁଦ୍ରୀକରଣ ନିଷ୍ପତ୍ତି ଅର୍ଥନୀତି ଉପରେ ପ୍ରଭାବ ପକାଇଥିଲା । ଜିଡିପି ସ୍ଲୋ ହୋଇଥିଲା । ୨୦୧୬-୧୭ରେ ୮.୩% ରୁ ୪% ହୋଇଥିଲା । ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ଦୌଡରେ ଧିମେଇ ଯାଇଥିଲା । ସିଏମଆଇଇ ଆକଳନ ଅନୁସାରେ ନୋଟବନ୍ଦୀ ପରେ ୨୦୧୭ ଆରମ୍ଭରୁ ୪ ମାସ ଭିତରେ ୧୫ ଲକ୍ଷ ନିଯୁକ୍ତି ହରାଇଥିଲେ ।
ଅଚଳ ହେଲା ୨୦୦୦ ଟଙ୍କିଆ- ୨୦୧୬ରେ ବିମୁଦ୍ରୀକରଣ ପରେ ଦେଶରେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ କାରବାର ହୋଇଥିଲା । ଏହାର କିଛି ବର୍ଷ ପରେ ଅର୍ଥାତ ୨୦୨୩ ମସିହାରେ ଦେଶରେ ୨୦୦୦ ଟଙ୍କିଆ ଅଚଳ ହୋଇଥିଲା । ସମୟ ସୀମା ଧାର୍ଯ୍ୟ କରାଯାଇ ଲୋକଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍କୁ ବ୍ୟାଙ୍କରେ ଜମା କରିବାକୁ ଘୋଷଣା ହୋଇଥିଲା । ୨୦୧୮ ପରଠୁ ୨ ହଜାର ଟଙ୍କିଆ ଛପା ବନ୍ଦ ହୋଇଥିଲା ।
ବିମୁଦ୍ରୀକରଣ ଇତିହାସ- ଦେଶ ସ୍ବାଧୀନତା ପରେ ୨୦୧୬ ନୁହେଁ ପୂର୍ବରୁ ମଧ୍ୟ ବିମୁଦ୍ରୀକରଣ ହୋଇଥିଲା । କଳାଟଙ୍କାକୁ ଶେଷ କରିବାକୁ ୧୯୪୬ ଓ ୧୯୭୮ରେ ବିମୁଦ୍ରୀକରଣର ନିଷ୍ପତ୍ତି ହୋଇଥିଲା । ବ୍ରିଟିଶଙ୍କଠୁ କଳାଧନ ଫେରାଇ ଆଣିବାକୁ ଏହି ନିଷ୍ପତ୍ତି ହୋଇଥିଲା । ଏଥିରେ ୫୦୦୦ ହଜାର ଓ ୧୦ ହଜାର ଟଙ୍କିଆ ନୋଟ ବ୍ୟାନ ହୋଇଥିଲା ।