ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଚିନ୍ମୟ କୃଷ୍ଣ ଦାସଙ୍କ ପରେ ବାଂଲାଦେଶରେ ଆଉ ଜଣେ ହିନ୍ଦୁ ପୂଜାରୀ ଗିରଫ, ବିନା ୱାରେଣ୍ଟରେ ହୋଇଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ – ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଉପରେ ହେଉଥିବା ଆକ୍ରମଣ ଓ ଦମନଲୀଳା ମଧ୍ୟରେ ଆଉ ଜଣେ ହିନ୍ଦୁ ପୂଜାରୀଙ୍କ ଗିରଫ ହୋଇଛି। ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନଫରେନ୍ସ (ଇସ୍କନ) ଏହି ବିଷୟରେ ସ୍ପଷ୍ଟ କରିଛି। ଗିରଫ ହୋଇଥିବା ପୂଜାରୀଙ୍କ ନାଁ ଶ୍ୟାମ ଦାସ ପ୍ରଭୁ, ଯିଏ ଜେଲ୍‌ରେ ବନ୍ଦୀ ଥିବା ଆଧ୍ୟାତ୍ମିକ ନେତା  ଚିନ୍ମୟ କୃଷ୍ଣ ଦାସଙ୍କୁ ଭେଟିବାକୁ ଯାଇଥିଲେ।

ଏନଡିଟିଭିର ରିପୋର୍ଟ ମୁତାବିକ, ଶ୍ୟାମ ଦାସ ପ୍ରଭୁଙ୍କୁ ଚଟଗାଁ ପୋଲିସ୍‌ ବିନା କୌଣସି ଅଫିସିଆଲି ୱାରେଣ୍ଟରେ ଗିରଫ କରିଛି। ଉକ୍ତ ଘଟଣା ପରେ ହିନ୍ଦୁ ସଂପ୍ରଦାୟ ଓ ଧାର୍ମିକ ସଙ୍ଗଠନରେ ଖୁବ୍‌ ଅସନ୍ତୋଷ ଭରି ଯାଇଛି। ଇସ୍କନ କୋଲକାତାର ଉପାଧ୍ୟାୟ ଓ ପ୍ରବକ୍ତା ରାଧାରମଣ   ଦାସ ଏହି ଗିରଫଦାରୀରେ କଡ଼ା ବିରୋଧ ବ୍ୟକ୍ତ କରି ସୋସିଆଲ ମିଡ଼ିଆରେ ଲେଖିଛନ୍ତି , ଆଜି ଚଟଗାଓଁ ପୁଲିସ ଆଉ ଜଣେ ବ୍ରହ୍ମଚାରୀ ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରିଛନ୍ତି। 

ଏହା ପୂର୍ବରୁ ସୋମବାର ପୂର୍ବତନ ଇସ୍କନ ସଦସ୍ୟ ଓ ଆଧ୍ୟାତ୍ମିକ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ରାଜଦ୍ରୋହର ଏକ ମାମଲାରେ ଗିରଫ କରାଯାଇ ଥିଲା। ତାଙ୍କୁ ମଙ୍ଗଳବାର ଜାମିନ ଦେବାକୁ ମନା କରିଦିଆ ଗଲା , ଯେଉଁଥିରେ ହିନ୍ଦୁ ସଂପ୍ରଦାୟରେ ଭବ୍ୟ ଓ ଅସୁରକ୍ଷାର ମାହୋଲ ଆହୁରି ବଢି ଯାଇଛି।

ଇସ୍କନ ଓ ଅନ୍ୟ ହିନ୍ଦୁ ସଙ୍ଗଠନମାନେ ଏହି ଗିରଫଦାରୀର କଡ଼ା ନିନ୍ଦା କରିଛନ୍ତି। ରାଧାରମଣ ଦାସ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟକୁ ଡ଼ରାଇବା ଓ ଧାର୍ମିକ ସ୍ୱାଧୀନତାର ଦମନ କରିବାକୁ ପ୍ରୟାସ। ସେ ବାଂଲାଦେଶ ସରକାରଙ୍କୁ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ଏହି ଘଟଣା ଗୁଡ଼ିକର ନିରପେକ୍ଷ ଯାଞ୍ଚର ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.