ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଜାରରେ ମାଳମାଳ ନକଲି ହେଲ୍‌ମେଟ୍: ପୁଲିସ ଯାଞ୍ଚ କରୁନଥିବାରୁ ଚାଲିଛି ବିକ୍ରି, କ୍ଷତିରେ ଜନସାଧାରଣ

Published By : Prameya | October 28, 2024 3:01 PM

ଭୁବନେଶ୍ୱର,୨୮/୧୦: ବଜାରରେ ଏବେ ମାଳମାଳ ନକଲି ହେଲ୍‌ମେଟ୍‌ । ପୁଲିସ  ମଧ୍ୟ ଯାଞ୍ଚ କରୁନଥିବାରୁ ବ୍ୟବସାୟୀ ଏହାକୁ  ବିକୁଛନ୍ତି । ଅସଲି ଆଉ ନକଲି ମଧ୍ୟରେ  ଜନସାଧାରଣ ଫରକ ଜାଣିପାରୁନଥିବାରୁ  ସେମାନେ ଏହାକୁ କିଣୁଛନ୍ତି । ଏହାଦ୍ୱାରା  ସେମାନେ କେବଳ କ୍ଷତିଗ୍ରସ୍ତ ହେବା ସାର ହେଉଛି । ହେଲେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ସବୁ ରାଜ୍ୟର ଜିଲ୍ଲାପାଳମାନଙ୍କୁ ନକଲି ହେଲମେଟ୍‌ ହଟାଇବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଅସାଧୁ ବ୍ୟବସାୟୀମାନେ  ଚିନ୍ତାରେ । ଅସାଧୁ ବ୍ୟବସାୟୀମାନେ  ବିଆଇଏସ୍‌ ଓ ଆଇଏସ୍‌ଆଇ ମାର୍କର ଅପବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ଏହି ନିର୍ଦ୍ଦେଶ  ଦିଆଯାଇଛି । ହେଲମେଟ୍‌  ନିର୍ମାତା ବିଆଇଏସ୍‌  (ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌  ଷ୍ଟାଣ୍ଡାର୍ଡ) ଲାଇସେନ୍ସ  ପାଇଛନ୍ତି କି ନାହିଁ ତାହା  ଜାଣିବାକୁ ଖାଉଟି ବିଆଇଏସ୍‌ କେୟାର ଆପ୍‌  କିମ୍ବା ବିଆଇଏସ୍‌ ୱେବ୍‌ସାଇଟ୍‌ରେ ଏହାକୁ ଯାଞ୍ଚ କରିପାରିବେ ।  

ଆଇନ କହୁଛି ଆଇଏସ୍‌ଆଇ (ଇଣ୍ଡିଆନ୍‌  ଷ୍ଟାଣ୍ଡାର୍ଡସ ଇନ୍‌ଷ୍ଟିଚ୍ୟୁସନ୍‌ ମାର୍କ) ଚିହ୍ନ  ନ ଥିବା ହେଲମେଟ୍‌  ପିନ୍ଧିବା ଯୋଗ୍ୟ ନୁହେଁ । ହେଲେ ପୁଲିସକୁ ଭକୁଆ  ବନାଉଛି ଆଇଏସ୍‌ଆଇ  ଚିହ୍ନ ରହିଥିବା ନକଲି  ହେଲ୍‌ମେଟ୍‌ ।  ସାଧାରଣତଃ ଆଇଏସ୍‌ଆଇ ଚିହ୍ନ ଥିବା ହେଲ୍‌ମେଟ୍‌କୁ ଲୋକେ ଅସଲି ଭାବନ୍ତି । ହେଲେ ନକଲି ହେଲ୍‌ମେଟ୍‌ରେ ମଧ୍ୟ  ଆଇଏସ୍‌ଆଇ ଚିହ୍ନ ରହୁଛି । ନିର୍ଦ୍ଧାରିତ ମାନର ହେଲ୍‌ମେଟ୍‌ ଗ୍ରାହକଙ୍କୁ ଯୋଗାଇବାର ନିୟମ ରହିଥିଲେ ମଧ୍ୟ ଏହାକୁ ଅନେକ ମାନୁନାହାନ୍ତି । ନକଲି ହେଲ୍‌ମେଟ୍‌ରେ ସାମାନ୍ୟ ଆଘାତ ହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା  ବିକ୍ରି କରିବା ବେଆଇନ୍‌ ହୋଇଥିଲେ ମଧ୍ୟ ଏଥିରେ କଟକଣା ଲଗାଯାଇପାରୁ ନାହିଁ । ସେହିପରି ନକଲି ହେଲମେଟ୍‌ ବିକୁଥିବା  ବ୍ୟବସାୟୀଙ୍କ ବିରୋଧରେ କୌଣସି  ପଦକ୍ଷେପ ନିଆଯାଉନାହିଁ ।

କେତେ ପ୍ରକାର ହେଲ୍‌ମେଟ୍‌ 
ମୁଖ୍ୟତଃ ୪ ପ୍ରକାର ହେଲ୍‌ମେଟ୍‌ ରହିଥାଏ । ଯଥା-ହାଫ୍‌ ଫେସ୍‌ ହେଲ୍‌ମେଟ୍‌,  ଫୁଲ୍‌ ଫେସ୍‌ ହେଲ୍‌ମେଟ୍‌, କ୍ୟାପ୍‌ ହେଲମେଟ୍‌ , ମଡ୍ୟୁଲାର ହେଲମେଟ୍‌ ।  କ୍ୟାପ୍‌ ହେଲ୍‌ମେଟ୍‌ ବ୍ୟାନ୍‌ ହୋଇଥିବାରୁ ଏହା ବଜାରରେ ଉପଲବ୍‌ଧ  ହେଉନି । ଏବେ ମୁଖ୍ୟତଃ ଅନ୍ୟ ୩ ପ୍ରକାର ହେଲମେଟ୍‌ ମିଳୁଛି ।

ବଜାରକୁ ଆସିଥିବା ନୂଆ ହେଲ୍‌ମେଟ୍‌ 

ଏବେ ବଜାରକୁ ନୂଆ କରି ବ୍ଲୁ ଟୁଥ୍‌ ଡିଭାଇସ୍‌ କମ୍ୟୁନିକେସନ୍‌ ହେଲ୍‌ମେଟ୍‌ ଆସିଛି । ଏହାକୁ ପିନ୍ଧି ଜଣେ ଚାଳକ  ଜରୁରି ସ୍ଥିତିରେ ବ୍ଲୁ ଟୁଥ୍‌ ମାଧ୍ୟମରେ ଫୋନ୍‌ରେ କଥା ହୋଇପାରିବେ । ସେହିପରି ଗାଡ଼ି ଚଲାଇବା ସମୟରେ  ସମ୍ମୁଖରୁ ଅନ୍ୟ କୌଣସି ଗାଡ଼ିର ହେଡ୍‌ଲାଇଟ୍‌ରୁ ଆଲୋକ ପଡ଼ିଲେ ସ୍ପଷ୍ଟ ଦେଖାଯାଏ ନାହିଁ । ସେପରି ସ୍ଥଳେ  ହେଲ୍‌ମେଟ୍‌ରେ ଧଳା ରଙ୍ଗର ଭାଇଜରକୁ ବଦଳାଇ ହଳଦିଆ ରଙ୍ଗର ଭାଇଜର ଲଗାଇ ହେବ  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.