ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

କଟକ ରୁପା ତାରକସିକୁ ମୋଦି ସରକାରଙ୍କ ପ୍ରୋତ୍ସାହନ, ଜିଆଇ ସାମଗ୍ରୀ କି ନୁହେଁ ତାକୁ ନେଇ ଦ୍ୱନ୍ଦ୍ୱ

Published By : Prameya | July 5, 2025 2:37 PM

କଟକ,୦୫/୦୭: ଅନ୍ତର୍ଜାତୀୟ ସ୍ତରରେ ଅତିଥିଙ୍କୁ ଉପହାର  ଦେବା କଥା ଉଠିଲେ ରୁପା ତାରକସି ଏବେ ମୋଦି ସରକାରଙ୍କ  ପ୍ରଥମ ପସନ୍ଦ ପାଲଟିଛି । ନିକଟରେ ଘାନା ଗସ୍ତରେ ଯାଇଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏକ ସୁନ୍ଦର ରୁପା ତାରକସିର ପର୍ସ ଉପହାର ଦେଇଥିବା  ଜାତୀୟ ଗଣମାଧ୍ୟମରେ ସୂଚନା ଆସିଛି । ସେହିପରି କିଛି ଦିନ  ପୂର୍ବରୁ କାନାଡ଼ାର ଗଭର୍ଣ୍ଣର ଜେନେରାଲ୍‌ ମ୍ୟାରି ସିମନ୍‌ଙ୍କୁ ରୁପା  ତାରକସି ପର୍ସ ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ । କେବଳ  ସେତିକି ନୁହେଁ, ବୈଦେଶିକ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା  ବେଳେ ରୁପାର କୋଣାର୍କ ଚକ୍ର ପ୍ରଦାନ କରାଯାଉଛି । ଏ ସବୁଥିରେ  ରୁପାର ଚମକ ଦେଖିବାକୁ ମିଳୁଥିବାରୁ ସାରା ବିଶ୍ୱରେ କଟକର  ଆଦର ବଢୁଛି । କିନ୍ତୁ ଉପହାର ଦିଆଯାଉଥିବା ଏସବୁ ରୁପାର  ଉପହାର ଯେ ପ୍ରକୃତରେ ଜିଆଇ ମାନ୍ୟତାପ୍ରାପ୍ତ କଟକ ତାରକସି,  ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି ।  

ଏ ପ୍ରସଂଗରେ ରୁପା ତାରକସି ଉତ୍ପାଦକ ଗୋଷ୍ଠୀ, ବିଶେଷଜ୍ଞ  ବି ପ୍ରଶ୍ନ ଉଠାଉଛନ୍ତି । କଟକର ସାମଗ୍ରୀ ଉପହାର ଦେବା ଦ୍ୱାରା  ସାରା ବିଶ୍ୱରେ କଟକ ତାରକସିର ପରିଚୟ ବ୍ୟାପକ ହେଉଛି  ସତ କିନ୍ତୁ ସାମଗ୍ରୀ କେଉଁଠାରୁ ନିଆଯାଉଛି, ଏହା ପ୍ରକୃତରେ  କଟକର ତାରକସି କି ନାହିଁ ତାର ଯାଞ୍ଚ୍‌ କରାଯାଉ । ତାରକସି  ଜିଆଇ ମାନ୍ୟତା ପାଇବା ପରେ ବୈଦେଶିକ କ୍ଷେତ୍ରରେ ବ୍ୟବହାର  କରିବା ପୂର୍ବରୁ ପ୍ରକୃତ ଜିଆଇ ସାମଗ୍ରୀ କିଣାଯିବା ଉଚିତ୍‌ ।  ସାମଗ୍ରୀ ଯାଞ୍ଚ୍‌ କରିବାକୁ ଏକ ଅନୁଧ୍ୟାନକାରୀ ଦଳ(ଇନ୍ସପେକ୍‌ସନ୍‌  ଟିମ୍‌) ବ୍ୟବସ୍ଥା ସଂପର୍କରେ ବି ଜିଆଇ ମାନ୍ୟତା ପାଇବା ପର  ସର୍ତ୍ତରେ ଉଲ୍ଲେଖ ରହିଛି । କିନ୍ତୁ ଏବେ ଯାଏ ଏ ପ୍ରକ୍ରିୟା ଆରମ୍ଭ  ହୋଇନାହିଁ । ଫଳରେ କଟକର ରୁପା ତାରକସି ନାଁ ଓ ରୂପ  ନେଇ ଅନ୍ୟ ରାଜ୍ୟର ସାମଗ୍ରୀ ଆଜି ବି ମାର୍କେଟ୍‌ରେ ଉପଲବ୍ଧ  ରହିଛି । 

ବିଶେଷକରି ତେଲେଙ୍ଗାନାର କରିମ୍‌ନଗର, ଜୟପୁର  ଓ ପଶ୍ଚିମବଙ୍ଗରୁ ରୁପା ତିଆରି ସାମଗ୍ରୀ ତାରକସିର ଭ୍ରମ ସୃଷ୍ଟି  କରୁଛି । ପୂର୍ବରୁ ଜି-୭ ସମ୍ମିଳନୀରେ ରୁପା କୋଣାର୍କ ଚକ୍ର  ଉପହାର ପ୍ରଦାନ କରାଯାଇଥିଲା, ଯାହା ଓଡ଼ିଶାର ଉତ୍ପାଦନ  ନଥିଲା । କୋଣାର୍କ ଚକ୍ର ପଡ଼ୋଶୀ ରାଜ୍ୟର କଳାକାରମାନେ  ତିଆରି କରି ଯୋଗାଇଥିଲେ । ଏ ସମ୍ପର୍କରେ ଓଡ଼ିଶା ଫିଲିଗ୍ରୀର  ପରିଚାଳକ ତବରେଜ୍‌ ଖାନ୍‌ କହନ୍ତି, ରୁପା ତାରକସି କାମର  ସୂକ୍ଷ୍ମତା ବେଶ୍‌ ସ୍ପଷ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପର୍ସ  ଉପହାର ଦେଉଛନ୍ତି ତାହା ରୁପା ତାରକସି ନୁହେଁ । ପର୍ସର  କାରିଗରି ଦେଖିବାରେ ଏହା ଜୟପୁରର ବୋଲି ଅନୁମାନ  କରାଯାଉଛି । ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରି ।  

ସେହିପରି ଓଡ଼ିଶା ସ୍ୱର୍ଣ୍ଣ ରୌପ୍ୟ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା  ଭାନୁପ୍ରତାପ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଉପହାର କଟକ  ରୁପା ତାରକସି ବୋଲି ଜାତୀୟ ଗଣମାଧ୍ୟମ ତଥ୍ୟରୁ ଜଣାପଡୁଛି । ରୁପା  ତାରକସି କାର୍ଯ୍ୟରେ ଏମିତି ପର୍ସ ତିଆରି ସମ୍ଭବ । ତେବେ ଉପହାର ପାଇଁ କେଉଁ ଉତ୍ପାଦକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ତାହା ଜଣାପଡ଼ିଲେ ତଥ୍ୟ  ସ୍ପଷ୍ଟ ହେବ । ଜିଆଇ ବିଶେଷଜ୍ଞ ଡ. ଅନୀତା ସାବତ କିନ୍ତୁ ଏହାକୁ କଟକ ରୁପା ତାରକସିର ପର୍ସ ନୁହେଁ ବୋଲି ସ୍ପଷ୍ଟ ମନା କରିଛନ୍ତି । 

ସେ କହିଛନ୍ତି, କଟକ ରୁପା ତାରକସି ଜିଆଇ ମାନ୍ୟତା ପାଇସାରିଛି ।  ମୋଦିଜୀ ଏହାକୁ ଉପହାରରେ ଦେଉଛନ୍ତି, ଯାହା ଆମ ପାଇଁ ଗର୍ବ  ଓ ଗୌରବର ବିଷୟ । କିନ୍ତୁ ଏହା ଯେ ପ୍ରକୃତରେ ରୁପା ତାରକସି  ତାହା କେମିତି ଜଣାପଡ଼ିବ? କାରଣ ଏମିତି ବହୁତ ବିକ୍ରେତା ରହିଛନ୍ତି ଯେଉଁମାନେ ଅନ୍ୟ ରାଜ୍ୟରୁ ଆମଦାନୀ କରୁଥିବା ରୁପା ସାମଗ୍ରୀକୁ  ତାରକସି କହି ବିକ୍ରି କରୁଛନ୍ତି । ଯଦି କେନ୍ଦ୍ର ସରକାର ସିଧାସଳଖ ଉତ୍ପାଦକ ଗୋଷ୍ଠୀଙ୍କ ଠାରୁ ପର୍ସ ଆମଦାନୀ କରନ୍ତି ତେବେ ଆମେ  ଅସଲି ରୁପା ତାରକସି ବୋଲି ଏହାକୁ କହିପାରିବା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.