ନୂଆଦିଲ୍ଲୀ,୧୬/୧୦: ଆମେରିକାଠାରୁ ଅତିରିକ୍ତ  ୧୫୦୦ କୋଟି ଡଲାର ମୂଲ୍ୟର ତେଲ କିଣିବା ପାଇଁ  ଭାରତର କ୍ଷମତା ରହିଛି । ବାଣିଜ୍ୟ ମନ୍ତ୍ରାଳୟର ଜଣେ  ବରିଷ୍ଠ ଅଧିକାରୀ ବୁଧବାର ଏହା କହିଛନ୍ତି । ଆମେରିକା ସହ ବାଣିଜ୍ୟିକ ଆଲୋଚନାକୁ ଦ୍ରୁତ କରି ଏକ ଚୁକ୍ତି  ସ୍ୱାକ୍ଷର କରିବା ନେଇ ଭାରତର ଆଗ୍ରହକୁ ଏହା ଦର୍ଶାଉଛି ।  ବିଗତ ବର୍ଷଗୁଡ଼ିକର ତଥ୍ୟରୁ ଯଦି ଦେଖାଯାଏ ତେବେ  ଆମେରିକାଠାରୁ ଶକ୍ତି କ୍ରୟ ପରିମାଣ ବଢ଼ିଛି । ଏହାଠାରୁ  ଅତିରିକ୍ତ ତୈଳ କିଣିବା ପାଇଁ ଭାରତ ଚାହୁଁଛି ବୋଲି  କହିଛନ୍ତି ଭାରତର ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ।