ଆଠମଲ୍ଲିକ, ୧୨/୧୦: ଗଜଲକ୍ଷ୍ମୀ ପୂଜା ଅବସରରେ ଆଠମଲ୍ଲିକ ଉପଖଣ୍ଡ କିଆକଟା ଗାଁରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୁକ୍ରବାର ଗାଁର ଯୁବକ ମାନଙ୍କ ଦ୍ବାରା ‘ଅଧା ରାତି ର ସାଥି’ ନାଟକ ମଞ୍ଚସ୍ଥ ହେଇଥିଲା । ଗାଁ କଳାକାରଙ୍କ ଚମତ୍କାର ଅଭିନୟ ଦେଖି ଦର୍ଶକ ବିଭୋର ହୋଇଥିଲେ । ନାଟକରେ ସାବତ ପୁଅ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ନିକ୍ଷୁଣ ଅଭିନୟ ଦେଖି ଦର୍ଶକ ମାନେ ତାଙ୍କ ଉପରକୁ ବୋତଲ ମାଡ଼ କରିଥିଲେ । ଉକ୍ତ ଘଟଣା କିଆକଟା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ନାଟକରେ ସାବତ ପୁଅ ଅନ୍ୟ ମାନଙ୍କ ପ୍ରରୋଚନାରେ ପଡ଼ି କିଭଳି ବୃଦ୍ଧା ମା’କୁ ନିର୍ଯାତନା ଦେଉଥିଲା ଏବଂ ଟାଣି ଟାଣି ବୃଦ୍ଧାଶ୍ରମ ନେଉଥିଲା ତାହା ଦର୍ଶକଙ୍କ ହୃଦୟକୁ ଜିତିପାରିଛି । ଏହି ଦୃଶ୍ୟରେ ବିଭୋର ହୋଇ ଦର୍ଶକ କଳାକାରଙ୍କୁ ଗାଳି ଗୁଲଜ କରିବା ସହିତ ପାଣି ବୋତଲ ମାଡ଼ କରିଥିଲେ। ଏପରି ଜୀବନ୍ତ ଅଭନୟ ଦେଖି କିଆକଟା ଅଞ୍ଚଳର ଦର୍ଶକ ଆନନ୍ଦ ପ୍ରକାଶ କରିଛନ୍ତି ।