ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

୮ ଦିନିଆ ପୋଲିସ ହେପାଜତକୁ ଗଲେ ରାଜାଙ୍କ ହତ୍ୟାକାରୀ , ଶିଲଂ କୋର୍ଟରେ ହାଜର ହେଲେ ସୋନମ ଏବଂ ଅନ୍ୟ ଅଭିଯୁକ୍ତ

Published By : Harapriya Biswal | June 11, 2025 8:12 PM

ନୂଆଦିଲ୍ଲୀ,୧୧।୬: ମେଘାଳୟର ଚର୍ଚ୍ଚିତ ହତ୍ୟାକାଣ୍ଡରେ ମୃତ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କର ଚାରି ସହଯୋଗୀଙ୍କୁ ବୁଧବାର ଶିଲଂ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ, କୋର୍ଟ ସମସ୍ତଙ୍କୁ ୮ ଦିନ ପାଇଁ ପୋଲିସ କଷ୍ଟଡିକୁ ପଠାଇ ଦେଇଛନ୍ତି। ପୋଲିସର କହିବା ଅନୁଯାୟୀ, ସମସ୍ତଙ୍କ ଉପରେ ରାଜାଙ୍କ ହତ୍ୟା ଷଡ଼ଯନ୍ତ୍ର ଏବଂ ତାକୁ କାର୍ଯ୍ୟକାରୀ କରିବାର ଅଭିଯୋଗ ରହିଛି। ଏହି ମାମଲାରେ, ପୂର୍ବ ଖାସି ହିଲ୍ସ ଜିଲ୍ଲା ଏସପି ବିବେକ ସୟାମ କହିଛନ୍ତି, 'ପୁଲିସ ସମସ୍ତ ଅଭିଯୁକ୍ତଙ୍କ ୧୦ ଦିନିଆ ରିମାଣ୍ଡ ମାଗିଥିଲା। କୋର୍ଟ ଆଠ ଦିନର ପୋଲିସ ହେପାଜତକୁ ମଞ୍ଜୁର କରିଛନ୍ତି।

୨୪ ବର୍ଷୀୟା ସୋନମକୁ ଉତ୍ତର ପ୍ରଦେଶର ଗାଜିପୁରରୁ ଗିରଫ କରିଥିଲା। ଏହା ସହ ତାଙ୍କ ଚାରି ସହଯୋଗୀଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ସୋନମକୁ ମେଘାଳୟ ଅଣାଯାଇଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ବୁଧବାର ଟ୍ରାଞ୍ଜିଟ୍ ରିମାଣ୍ଡରେ ଶିଲଂ ଅଣାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) କୋର୍ଟରୁ ଏହି ସମସ୍ତ ଅଭିଯୁକ୍ତଙ୍କ ହେପାଜତ ମାଗିଛି, ଯେପରି ପୋଲିସ ମେଘାଳୟର ସୋହରା ଅଞ୍ଚଳରେ ହତ୍ୟା କରାଯାଇଥିବା ସ୍ଥାନରେ କ୍ରାଇମ୍ ସିନ୍ ରିକ୍ରିଏସନ୍‌ କରିପାରିବ।

ଉଲ୍ଲେଖନୀୟ  ଯେ, ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ତାଙ୍କ ପତ୍ନୀ ସୋନମଙ୍କ ସହିତ ୨୩ ମଇରେ ମେଘାଳୟର ସୋହରା ଅଞ୍ଚଳକୁ ଛୁଟି କାଟିବାକୁ ଯାଇଥିଲେ।  ତେବେ ଦୁହେଁ ଗୋଟିଏ ଦିନରେ ନିଖୋଜ ହୋଇଗଲେ। କିଛି ଦିନ ଖୋଜାଖୋଜି କରିବା ପରେ, ଜୁନ୍ ୨ ତାରିଖରେ ରାଜାଙ୍କ ମୃତଦେହ ଏକ ଗଭୀର ଖାତରୁ ମିଳିଥିଲା। ପୋଲିସ ଏହି ଘଟଣାର  ତଦନ୍ତ କରୁଛି ଏବଂ ଏହାକୁ ଷଡ଼ଯନ୍ତ୍ର ଜନିତ ହତ୍ୟା ମାମଲା ବୋଲି କହିଛି।

ଇନ୍ଦୋର ପୋଲିସ ସୂତ୍ର ଅନୁଯାୟୀ, ସୋନମ ଏବଂ ରାଜ କୁଶୱାହା ପାଞ୍ଚ ମାସ ଧରି ପ୍ରେମ ସମ୍ପର୍କରେ ଥିଲେ। ରାଜ ସ୍ୱୀକାର କରିଥିଲେ ଯେ ସୋନମ  ସହ ତା’ ର ସମ୍ପର୍କ ଚାରିରୁ ପାଞ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ସୋନମର ବାପା ଜଣେ ହୃଦରୋଗୀ ଥିବାରୁ ସେ ପ୍ରେମ ବିବାହ କରିପାରି ନଥିଲେ। ସୋନମର ବାପା ସମାଜ ମଧ୍ୟରେ ବିବାହ କରିବାକୁ ଚାହୁଁଥିଲେ ତେଣୁ ସେ ରାଜା ସହ ବିବାହ କରିବାକୁ ରାଜି ହେଲେ। ତେବେ ସୋନମ ନିଷ୍ପତ୍ତି ନେଇଥିଲା  ବିବାହ ପରେ ସେ ରାଜାଙ୍କୁ ହତ୍ୟା କରିବ ଏବଂ ରାଜ ସହିତ ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.