ମୋହନା, ୨୬/୯ (ଆପ୍ର): ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ନାବାଳିକାଙ୍କ ବାପା ଏନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଆଧାରରେ ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି l

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଉକ୍ତ ନାବାଳିକାଙ୍କ ବାପା, ମା ଓ ସେ ନିଜେ ଜମିରେ କାମ କରୁଥିଲେ l ମଧ୍ୟାହ୍ନ ସମୟରେ ବର୍ଷା ହେବାରୁ ନାବାଳିକାଙ୍କୁ ତାଙ୍କ ନିଜ ଅଟୋରେ ବସିବାକୁ କହିଥିଲେ ବାପା ଓ ମା କହିଥିଲେl ଏହି ସମୟରେ ସ୍ଥାନିୟ ଅଞ୍ଚଳର ଜଣେ ଅଟୋ ଡ୍ରାଇଭର ମିଖାଇଲ ପ୍ରଧାନ ଅଟୋ ନେଇ ସେହି ରାସ୍ତା ଦେଇ ଯାଉଥିବା ବେଳେ ନାବାଳିକା ଝିଅକୁ ଏକାକୀ ଦେଖି ଜୋର ଜବରଦସ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।

ନାବାଳିକା ଜଣକ କାନ୍ଦି କାନ୍ଦି ଏନେଇ ସମସ୍ତ ବିଷୟ ନିଜ ବାପା,ମାଙ୍କୁ ଜଣାଇବା ପରେ ଦୁଷ୍କର୍ମକାରି ଅଟୋ ଡ୍ରାଇଭରକୁ ଅଞ୍ଚଳବାସି ଖୋଜିଥିଲେ l ଅଞ୍ଚଳବାସି ଖୋଜାଖୋଜି କରୁଥିବା ସୂଚନା ପାଇ ଅଭିଯୁକ୍ତ ଜଣକ ଅଟୋ ଛାଡି ଚମ୍ପଟ ମାରିଥିବା ଜଣାପଡିଥିଲା l ଗ୍ରାମବାସୀ ସେହି ଅଟୋକୁ ଆଣି ଥାନାରେ ଜିମା ଦେଇଛନ୍ତି l ମୋହନା ଥାନାରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l