ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦ୍ବିତୀୟ ଥର ପୁଣି ଆଫ୍ରୀକାର ସ୍ବପ୍ନ ଧୂଳିସାତ୍; ବିଶ୍ବକପ୍ ଚାମ୍ପିୟନ ହେଲା ନ୍ୟୁଜିଲାଣ୍ଡ

Published By : Soubhagya Ranjan | October 21, 2024 12:00 AM

Image source: Cricbuzz

ଦୁବାଇ: ୨୦୨୪ ରେ ପୁଣିଥରେ ଆଫ୍ରିକାର ବିଶ୍ୱକପ ସ୍ବପ୍ନ ମାଟିରେ ମିଶିଛି। ଆଉ ବାଜି ମାରିନେଲା ନ୍ୟୁଜିଲାଣ୍ଡ। ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ନ୍ୟୁଜିଲାଣ୍ଡ ଦେଇଥିବା ୧୫୯ ରନ୍‌ ଟାର୍ଗେଟ୍‌ ପୂରା କରି ନପାରି ୧୨୬ ରନରେ ସୀମିତ ରହିଥିଲା । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୁରୁଷ ଟିମ ମଧ୍ୟ ଭାରତ ଠାରୁ ହାରି ୨୦୨୪ ବିଶ୍ୱକପ ହରାଇଥିଲା।

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପାଇଁ ଆମେଲିଆ କେର୍ ୩୮ ବଲ୍‌ରେ ୪ଟି ଚୌକା ସହିତ ସର୍ବାଧିକ ୪୩ ରନ୍ କରିଥିଲେ। ସେହିପରି ବ୍ରୋକେ ହାଲିଡେ ୩୮ ରନ୍ ଓ ସୁଜି ବେଟ୍ସ ୩୨ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ନନକୁଲୁଲେକୋ ମ୍ଲାବା ସର୍ବାଧିକ ୨ ୱିକେଟ ନେଇଥିବା ବେଳେ ଆୟାବୋଙ୍କ ଖାକା, ଚ୍ଲୋଏ ଟ୍ରାୟନ ଓ ନାଗିନେ ଦେ କ୍ଲେର୍କ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

୧୫୮ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ବୋଲରଙ୍କ ସମ୍ମୁଖରେ ଖରାପ ଖେଳ ପ୍ରଦର୍ଶନ କରିଥିଲେ। ଯଦିଓ ଟିମ୍ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। 

ଓପନିଂ ଆସିଥିବା କ୍ୟାପଟେନ ଲୌରା ୱୋଲଭାର୍ଡ ଏବଂ ତାଜମିନ୍ ବ୍ରିଟ୍ସ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୫୧ ରନ୍ (୪୧ ବଲ୍) ଯୋଡିଥିଲେ। ହେଲେ ସପ୍ତମ ଓଭର ବେଳକୁ ଯୋଡ଼ି ଭାଙ୍ଗିଥିଲା। ତାଜମିନ୍ ବ୍ରିଟ୍ସ ୧୮ ଟି ବଲରେ ୧୭ ରନ୍ କରି ଆଉଟ ହୋଇଥିଲେ। ଏହାପର ଠାରୁ ୱିକେଟ ପତ୍ତନ ଆରମ୍ଭ ହୋଇଥିଲା। ଏହାପରେ ଦଶମ ଓଭର କ୍ୟାପ୍ଟେନ୍ ଲୌରା ୩୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ କୌଣସି ବ୍ୟାଟର ୨୦ ରନ୍ ସୁଦ୍ଧା କରିପାରି ନଥିଲେ। 

ଅନ୍ୟପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ରେସୋମାରି ମାଏର ଓ ଆମେଲିଆ କେର୍ ସର୍ବାଧିକ ୩ ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଇଡେନ କାର୍ସନ, ଫ୍ରାନ୍ ଜୋନାସ ଓ ବ୍ରୁକ ହାଲିଡେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.